ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ର ତାରକା ୟୁଜବେନ୍ଦ୍ର ଚହଲ ଓ ତାଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ସଂପର୍କ ବିଷୟରେ ଅଳ୍ପବହୁତ ସମସ୍ତଙ୍କୁ ଜଣାଅଛି। ଧନଶ୍ରୀ ପୂର୍ବରୁ ବି ତାଙ୍କର କିଛି ସୋସିଆଲ୍ ମିିଡିଆ ପୋଷ୍ଟ୍ ପାଇଁ ଚର୍ଚ୍ଚାରେ ଅଛନ୍ତି। ନିକଟରେ ଆଇପିଏଲ୍ ମ୍ୟାଚ୍ ସରିବା ପରେ ଏବେ ସ୍ବାମୀ ଚହଲଙ୍କ ସହ ଜଙ୍ଗଲ ବୁଲିବାକୁ ଯାଇଛନ୍ତି ଧନଶ୍ରୀ।
ଏମିତି ଦେଖିବାକୁ ଗଲେ ସେଲିବ୍ରିଟିମାନଙ୍କ ପାଇଁ ଫାଙ୍କା ସମୟରେ ବୁଲାବୁଲି କରିବା କିଛି ନୂଆ କଥା ନୁହେଁ। ଆପଣ ଜାଣିଥିବେ ଯେ ଧନଶ୍ରୀ ତ ହେଉଛନ୍ତି ଏକଦମ୍ ବିନ୍ଦାସ୍ ଅନ୍ଦାଜର ମହିଳା। ସେ ଜଙ୍ଗଲରେ ଯାଇ ସ୍ବାମୀଙ୍କ ସହ ସ୍ବତନ୍ତ୍ର ସମୟ ବିତାଉଛନ୍ତି। ତେବେ ସେ ଦୁହଁଙ୍କ ବ୍ୟତୀତରେ ସେଠାରେ ଅନ୍ୟ ଜଣଙ୍କୁ ବି ସେମାନଙ୍କ ସହ ଦେଖିବାକୁ ମିଳୁଛି।
ଉଭୟ ଚହଲ ଓ ତାଙ୍କ ପତ୍ନୀ ମସୁରୀର ସୁନ୍ଦର ଦୃଶ୍ୟକୁ ଉପଭୋଗ କରୁଛନ୍ତି। ତେବେ ଧନଶ୍ରୀ ସେଠାରେ ଚୁଲା ଲଗାଇ ଏକ ପାତ୍ରରେ ମ୍ୟାଗି ବନାଉଥିବାର ନଜର ଆସିଛନ୍ତି। ସେ କେବେ ମ୍ୟାଗି ବନାଉଛନ୍ତି ତ କେବେ ତାଙ୍କ ସ୍ବାମୀଙ୍କ ସହ ମିଶି ଚା’ର ମଜା ନେଉଥିବାର ଦେଖିବାକୁ ମିଳିଛନ୍ତି। କେବଳ ସେତିକି ନୁହେଁ, ସେଠାରେ ସେମାନେ ସପ ପକାଇ ଲୁଡୁ ବି ଖେଳୁଛନ୍ତି।
ତେବେ ତାଙ୍କର ଏହି ପୋଷ୍ଟ୍କୁ ଦେଖି ସୋସିଆଲ୍ ମିଡିଆରେ ବ୍ୟବହାରକାରୀ ‘ଜଙ୍ଗଲ୍ ମେ ମଙ୍ଗଲ୍’ ବୋଲି କମେଣ୍ଟ୍ ଲେଖିବାର ସୁଯୋଗ ଆଦୌ ବି ହାତଛଡ଼ା କରିନାହାନ୍ତି। ଧନଶ୍ରୀ ସେୟାର କରିଥିବା ଏକ ଭିଡିଓରେ ଚହଲଙ୍କୁ ଶୋଇଥିବାର ଦେଖିବାକୁ ମିଳିଛି।
ଆପଣଙ୍କ ସୂଚନା ସକାଶେ ଜଣାଇ ଦେଉଛୁ ଯେ ୨୬ ବର୍ଷୀୟା ଧନଶ୍ରୀ ହେଉଛନ୍ତି ଜଣେ ଜଣାଶୁଣା କୋରିଓଗ୍ରାଫର୍। ସେ ୨୦୨୦ ମସିହା ଡିସେମ୍ବର ୨୨ ତାରିଖରେ କ୍ରିକେଟର୍ ୟୁଜବେନ୍ଦ୍ର ଚହଲଙ୍କୁ ବିବାହ କରିଥିଲେ।
Follow Us