ଛାଡ଼ପତ୍ର ଚର୍ଚ୍ଚା ମଧ୍ୟରେ ଇନଷ୍ଟାରେ ବିବାହର ଫଟୋ ସାମ୍ନାକୁ ଆଣିଲେ ଧନଶ୍ରୀ

ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହୋଇଯାଇଥିବା ନେଇ ଖବର ମଧ୍ୟରେ ଧନଶ୍ରୀ ପୁଣି ଥରେ ବିବାହର ଫଟୋ ସାମ୍ନାକୁ ଆଣିଛନ୍ତି।

tdhanaswreq

ମୁମ୍ବାଇ: ଅଭିନେତ୍ରୀ ତଥା କୋରିଓଗ୍ରାଫର ଧନଶ୍ରୀ ବର୍ମା ଏବଂ ଭାରତୀୟ କ୍ରିକେଟର ୟୁଜବେନ୍ଦ୍ର ଚହଲ ପରସ୍ପରଠାରୁ ଅଲଗା ହୋଇଯାଇଥିବା ନେଇ ଖବର ଆସିସାରିଛି। କିଛି ଦିନ ତଳେ ଚର୍ଚ୍ଚା ହୋଇଥିଲା ଯେ, କୋର୍ଟ ଦୁହିଁଙ୍କ ଛାଡ଼ପତ୍ରକୁ ମଞ୍ଜୁର କରିଛନ୍ତି। ଏହି ଚର୍ଚ୍ଚା ମଧ୍ୟରେ ଏବେ ଧନଶ୍ରୀ ନିଜ ଇନଷ୍ଟାଗ୍ରାମରେ ଲୁଚାଇ(ଆର୍କାଇଭ୍) ଦେଇଥିବା ବିବାହର ଫଟୋକୁ ପୁଣି ସାମ୍ନାକୁ (ଅନ୍ଆର୍କାଇଭ୍) ଆଣିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ କିଛି ମାସ ତଳେ ଦିଶୁନଥିବା ବିବାହର ଫଟୋ ଏବେ ସମସ୍ତେ ଦେଖିପ‌ାରୁଛନ୍ତି।

ଗତବର୍ଷ ଧନଶ୍ରୀ, ଚହଲଙ୍କ ସହ ଥିବା ଫଟୋକୁ ଆର୍କାଇଭ୍ କରିଦେଇଥିଲେ। ଏହା ପରେ ସେମାନଙ୍କ ଛାଡ଼ପତ୍ରକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଏବେ ଚହଲଙ୍କ ସହ ଅପଲୋଡ କରିଥିବା ସମସ୍ତ ଫଟୋ ଅନ୍ଆର୍କାଇଭ୍ କରି ସମସ୍ତଙ୍କୁ ଭାବିବାକୁ ବାଧ୍ୟ କରିଛନ୍ତି ଧନଶ୍ରୀ। ଦୁହିଁଙ୍କ ମଧ୍ୟରେ ପୁଣି ଥ‌ରେ ସବୁକିଛି ଠିକ୍ ହୋଇଗଲା କି ବୋଲି ଲୋକେ ପ୍ରଶ୍ନ କରିବା ଆରମ୍ଭ କରିଛନ୍ତି।

ତେବେ ରବିବାର ୟୁଜି, ଆରଜେ ମହବଶଙ୍କ ସହ ସମୟ କଟାଉଥିବା ଦେଖାଯାଇଥିଲା। ଦୁବାଇରେ ଚାମ୍ପିଅନ୍ସ ଟ୍ରଫିର ଫାଇନାଲ ମ୍ୟାଚ୍ ଖେଳାଯାଇଥିବା ବେଳେ ଏହି ସମୟରେ ଦୁହେଁ ଏକାଠି ବସିଥିବାର ଦେଖାଯାଇଥିଲା। ମହବଶ ମଧ୍ୟ ନିଜ ଇନଷ୍ଟାରେ ଚହଲଙ୍କ ସହ କିଛି ଫଟୋ ଓ ଭିଡିଓ ସେୟାର କରିଥିଲେ, ଯେଉଁଥିରେ ଦୁହେଁ ଭାରତର ବିଜୟକୁ ପାଳନ କରୁଥିବା ଦେଖାଯାଇଥିଲା। ଫଟୋ ସେୟାର କରି ମହବଶ ଲେଖିଥିଲେ, 'କହିଥିଲି ନା ଜିତାଇକି ଆସିବି। ମୁଁ ଭାରତୀୟ ଟିମ୍ ପାଇଁ ଶୁଭ।' ତାଙ୍କର ଏହି ପୋଷ୍ଟ ପରେ ଦୁହେଁ ପରସ୍ପରକୁ ଡେଟ୍ କରୁଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। ହେଲେ ଏବେ ଧନଶ୍ରୀଙ୍କ କାମ ସମସ୍ତଙ୍କୁ ଦ୍ବନ୍ଦ୍ବ‌େରେ ପକାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe