ଆର୍‌ସିବି ଶିବିରରେ ଧନଶ୍ରୀଙ୍କ ଧମାଲ

Advertisment
ଆର୍‌ସିବି ଶିବିରରେ ଧନଶ୍ରୀଙ୍କ ଧମାଲ

ଚେନ୍ନାଇ : ବୁଧବାରର ସନ୍‌ରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚ୍‌ରେ ଆର୍‌ସିବି ବୋଲରଙ୍କ ଧମାକାଦାର ପ୍ରତ୍ୟାବର୍ତ୍ତନ ସହ ସ୍ପିନର ୟୁଝବେନ୍ଦ୍ର ଚହଲଙ୍କ ପତ୍ନୀ ଧନଶ୍ରୀ ବର୍ମାଙ୍କ ଧମାଲ ଅନ୍ୟତମ ଆକର୍ଷଣ ଥିଲା। ଏହି ମ୍ୟାଚ୍ ଅବସରରେ ଆର୍‌ସିବି ପାଇଁ ସେ ଏକପ୍ରକାର ଚିୟର ଲିଡର୍ସ ପାଲଟି ଯାଇଥିଲେ। ମ୍ୟାଚ୍ ଆରମ୍ଭରୁ ‌ଶେଷ ପର୍ଯ୍ୟନ୍ତ ପତିଙ୍କ ଦଳର ସଦସ୍ୟମାନଙ୍କୁ ଉତ୍ସାହିତ କରି କରି ଶେଷରେ ତାଙ୍କ ତଣ୍ଟି ପଡ଼ି ଯାଇଥିଲା। କଥା ବି ବାହାରି ନଥିଲା। ଏକଥା ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସେ ପ୍ରକାଶ କରିଛନ୍ତି। ଆର୍‌ସିବି ଶିବିରରେ ରହି ଖେଳାଳିଙ୍କୁ ଉତ୍ସାହିତ କରୁଥିବାର ଫଟୋ ଛାଡ଼ି ଧନଶ୍ରୀ ଲେଖିଥିଲେ ଯେ ଗତ ରାତିର ଉତ୍କଣ୍ଠାପୂର୍ଣ୍ଣ ମ୍ୟାଚ୍‌ରେ ପାଟି କରି କରି ଆମ ତଣ୍ଟି ପଡ଼ିଯାଇଥିଲା। ମଝି ଓଭର ଗୁଡ଼ିକରେ ରନ୍ ରୋକିବାଠାରୁ ଆରମ୍ଭ କରି ଶେଷ ଓଭରଗୁଡ଼ିକରେ ଆବଶ୍ୟକ ୱିକେଟ୍ ନେଇ ଆମେ ‌ଶେଷରେ ବିଜୟୀ ହେଲୁ। ସବୁ କିଛି ଦଳୀୟ ଏକତା ପାଇଁ ହେଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe