କରୋନା କାଳରେ ଏମିତି କଟୁଛି ତାରକାଙ୍କ ସମୟ : ଜୋରାବର ସହ ନାଚିଲେ ଧାୱନ

Advertisment

ଶକ୍ତି ଓ ସହନଶୀଳତା ବଢ଼ାଉଛନ୍ତି ରିତୁ

ଶକ୍ତି ଓ ସହନଶୀଳତା ବଢ଼ାଉଛନ୍ତି ରିତୁ

କରୋନା କାଳରେ ଏମିତି କଟୁଛି ତାରକାଙ୍କ ସମୟ : ଜୋରାବର ସହ ନାଚିଲେ ଧାୱନ

Rediff.com

ନୂଆଦିଲ୍ଲୀ : କରୋନା ତାଲାବନ୍ଦ ବେଳେ ପରିବାର ସହ ସମୟ କଟାଇ ବେଶ୍ ଖୁସି ଅଛନ୍ତି ଭାରତୀୟ କ୍ରିକେଟ୍ ଦଳର ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଶିଖର ଧାୱନ। ପୂର୍ବରୁ ନିଜ ଓ ନିଜ ପରିବାରର ବହୁ କୌତୁକିଆ ଭିଡିଓ ସାମାଜିକ ଗଣମାଧ୍ୟମରେ ପ୍ରକାଶ କରି ପ୍ରଶଂସକଙ୍କ ମନୋରଞ୍ଜନ କରିଥିବା ଧାୱନ ଏବେ ଆଉ ଏକ ମଜାଦାର ଭିଡିଓ ପାଇଁ ଚର୍ଚାରେ ରହିଛନ୍ତି। ଏହି ଭିଡିଓରେ ଧାୱନ ପୁ୍ଅ ଜୋରାବର ସହ ନାଚୁଥିବା ଦେଖିବାକୁ ମିଳୁଛି। ବଲିଉଡ୍ ହିଟ୍ ନମ୍ବର 'ଡାଡି କୁଲ୍'ରେ ଧାୱନ ଓ ଜୋରାବରଙ୍କ ଦେଶୀ ଅବତାର ପ୍ରଶଂସକଙ୍କୁ ବେଶ୍ ପସନ୍ଦ ଆସୁଛି। ବଲିଉଡ୍ ଚଳଚ୍ଚିତ୍ର ହାମଜୋଲିର ଲୋକପ୍ରିୟ ଗୀତ 'ଢଲ ଗୟା ସାମ୍, ହୋ ଗୟି ରାତ୍'ରେ ଧାୱନ ପତ୍ନୀ ଆୟେଶାଙ୍କ ସହ ଅଭିନୟ କରୁଥିବା ଭିଡିଓ ମଧ୍ୟ ଭାଇରାଲ୍ ହୋଇଥିଲା।

publive-image Rediff.com

ଶକ୍ତି ଓ ସହନଶୀଳତା ବଢ଼ାଉଛନ୍ତି ରିତୁ
ନୂଆଦିଲ୍ଲୀ : ଭାରତୀୟ କୁସ୍ତି ତାରକା ରିତୁ ଫୋଗଟ ସଂପ୍ରତି କରୋନା ମହାମାରୀ ପାଇଁ ଗୃହାବଦ୍ଧରେ ରହିଛନ୍ତି। ଏହି ସମୟରେ ସେ ନିଜ ଶକ୍ତି ଓ ସହନଶୀଳତା ବଢ଼ାଇବା ସହ ମାନସିକ ଦକ୍ଷତାରେ ଉନ୍ନତି ଆଣିବାକୁ ଚେଷ୍ଟା ଚଳାଇଛନ୍ତି। କୁସ୍ତି ସହ ମିଶ୍ରିତ ସାମରିକ କଳା ଲଢ଼େଇରେ ପାଦ ଥାପିଥିବା ରିତୁ ସଂପ୍ରତି ସିଙ୍ଗାପୁରରେ ଅଛନ୍ତି। ଗତ ଫେବ୍ରୁଆରିରେ ହିଁ ସେ ମିଶ୍ରିତ ସାମରିକ କଳା ପ୍ରତିଯୋଗିତା 'ୱାନ୍ ଚାମ୍ପିଅନସିପ୍'ରେ ନିଜ ଦ୍ବିତୀୟ ବିଜୟ ହାସଲ କରିଥିଲେ। ରିତୁ ମଧ୍ୟ ଅଭ୍ୟାସ କରୁଥିବାର ଭିଡିଓ ନିଜ ଟ୍ବିଟର ଓ ଇନଷ୍ଟାଗ୍ରାମ୍ ପୃଷ୍ଠାରେ ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦିନ ସାଢ଼େ ତିନି ଘଣ୍ଟା ଅଭ୍ୟାସ କରୁଥିବା କହିଛନ୍ତି। ୨୦୧୬ ରାଜ୍ୟଗୋଷ୍ଠୀ କୁସ୍ତିରେ ସ୍ବର୍ଣ୍ଣ ପଦକ ଜିତିଥିବା ରିତୁ ତା' ସହ କିଛି ସମୟ ପାଇଁ ଯୋଗ କରିବା, ବହି ପଢ଼ିବା ଓ ଚଳଚ୍ଚିତ୍ର ଦେଖିବାରେ ସମୟ କଟାଉଥିବା ମଧ୍ୟ ସୂଚନା ଦେଇଛନ୍ତି। ରିତୁ କିଂବଦନ୍ତି କୁସ୍ତି ପ୍ରଶିକ୍ଷକ ମହାବୀର ଫୋଗଟଙ୍କ ଝିଅ ହୋଇଥିଲା ବେଳେ ପ୍ରସିଦ୍ଧ ଫୋଗଟ ଭଉଣୀ ଗୀତା ଓ ବବିତାଙ୍କ ସାନ ଭଉଣୀ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe