ୱେଷ୍ଟଇଣ୍ଡିଜ୍‌ରେ ମୂଳପୋଛ ଦିନିକିଆ ଶୃଙ୍ଖଳା ବିଜୟରେ ଧାୱନ୍‌ ପ୍ରଥମ ଭାରତୀୟ ଅଧିନାୟକ

Advertisment
ୱେଷ୍ଟଇଣ୍ଡିଜ୍‌ରେ ମୂଳପୋଛ ଦିନିକିଆ ଶୃଙ୍ଖଳା ବିଜୟରେ ଧାୱନ୍‌ ପ୍ରଥମ ଭାରତୀୟ ଅଧିନାୟକ

Times Now

ତ୍ରିଦିଦାଦ୍‌ : ଭାରତୀୟ ଦଳ ଗତ ବୁଧବାର ତୃତୀୟ ତଥା ଶେଷ ଦିନିକିଆ ମ୍ୟାଚ୍‌ରେ ଘରୋଇ ୱେଷ୍ଟଇଣ୍ଡିଜ୍‌କୁ ୧୧୯ ରନ୍‌ରେ ପରାସ୍ତ କରିଥିଲା। ଏଥି ସହିତ ୩ ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୩-୦ରେ ଜିତି ନେଇଥିଲା। ତେବେ ୱେଷ୍ଟଇଣ୍ଡିଜ୍‌ ମାଟିରେ କୌଣସି ଶୃଙ୍ଖଳାରେ ଘରୋଇ ଦଳ ବିପକ୍ଷରେ ମୂଳପୋଛ ବିଜୟ ହାସଲ କରିବାରେ ଶିଖର ଧାୱନ ପ୍ରଥମ ଭାରତୀୟ ଅଧିନାୟକ ହେବାର ଗୌରବ ଅର୍ଜନ କରିଛନ୍ତି। ତାଙ୍କ ପୂର୍ବରୁ କୌଣସି ଭାରତୀୟ ଅଧିନାୟକ କାରବୀୟ ରାଷ୍ଟ୍ରରେ ଏଭଳି ସଫଳତା ପାଇପାରିନଥିଲେ। ତେବେ ଭାରତ ବାହାରେ କୌଣସି ଦଳ ବିପକ୍ଷରେ ଶୃଙ୍ଖଳା ମୂଳପୋଛ କରିବାରେ ଧାୱନ ପଞ୍ଚମ ଅଧିନାୟକ ହୋଇଛନ୍ତି। ତାଙ୍କ ପୂର୍ବରୁ ବିରାଟ କୋହଲି ଦୁଇ ଥର ( ଜିମ୍ବାୱେ ବିପକ୍ଷରେ ୫-୦, ୨୦୧୩ ଓ ଶ୍ରୀଲଙ୍କା ବିପକ୍ଷରେ ୫-୦, ୨୦୧୭) ଏବଂ ଆଜିଙ୍କ୍ୟ ରହାଣେ (ଜିମ୍ବାୱେ ବିପକ୍ଷରେ ୩-୦, ୨୦୧୫), ମହେନ୍ଦ୍ର ସିଂହ ଧୋନି (ଜିମ୍ବାୱେ ବିପକ୍ଷରେ ୩-୦, ୨୦୧୬) ଥରେ ଲେଖାଏଁ ଏଭଳି ସଫଳତା ପାଇଥିଲା ଏବେ ଧାୱନ ପଞ୍ଚମ ଭାରତୀୟ ଅଧିନାୟକ ଭାବେ ଏହି ମାଇଲଖୁଣ୍ଟ ଛୁଇଁଛନ୍ତି।

ଅନ୍ୟପକ୍ଷରେ ଗୋଟିଏ କ୍ୟାଲେଣ୍ଡର ବର୍ଷରେ କୌଣସି ଏକ ଦଳ ବିପକ୍ଷରେ ଦ୍ବୈତ ଶୃଙ୍ଖଳା ମୂଳପୋଛ ବିଜୟ ହାସଲ କରିବାର ନଜିର ତୃତୀୟ ଥର ପାଇଁ ଦେଖିବାକୁ ମିଳିଛି। ଚଳିତ ବର୍ଷ ଫେବ୍ରୁଆରିରେ ରୋହିତ ଶର୍ମାଙ୍କ ନେତୃତ୍ବରେ ଭାରତୀୟ ଦଳ ଘରୋଇ ମାଟିରେ ୱେଷ୍ଟଇଣ୍ଡିଜ୍‌କୁ ସମାନ ୩-୦ରେ ପରାସ୍ତ କରିଥିଲା ବେଳେ ଚଳିତ ଜୁଲାଇରେ ଧାୱନ୍‌ ସେହି ଦଳକୁ ତା’ ଘରୋଇ ମାଟିରେ ୩-୦ରେ ପରାସ୍ତ କରିଛନ୍ତି। ଏଭଳି ମାଇଲଖୁଣ୍ଟ ଛୁଇଁବାରେ ପ୍ରଥମ ଦଳ ହେଉଛି ଜିମ୍ବାୱେ। ୨୦୦୧ରେ ଏହି ଦଳ ବାଂଲାଦେଶ ବିପକ୍ଷରେ ଦ୍ବୈତ ଶୃଙ୍ଖଳା ମୂଳପୋଛ ବିଜୟ ହାସଲ କରିଥିଲା ବେଳେ ସଂଯୋଗବଶତଃ ଦ୍ବିତୀୟ ଦଳ ଭାବେ ବାଂଲା‌ଦେଶ ଏହାର ୫ ବର୍ଷ ପରେ କେନିଆ ବିପକ୍ଷରେ ଏଭଳି ସଫଳତା ହାତେଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe