ଧାୱନ ହଟିଲେ, ଜିମ୍ବାୱେ ଶୃଙ୍ଖଳାରେ ରାହୁଲ ଅଧିନାୟକ, ଗସ୍ତ ପୂର୍ବରୁ ସୁନ୍ଦର ଆହତ

Advertisment

କଠିନ ଅଭ୍ୟାସର ଝଲକ ଦେଖାଇଲେ କୋହଲି

କଠିନ ଅଭ୍ୟାସର ଝଲକ ଦେଖାଇଲେ କୋହଲି

ଧାୱନ ହଟିଲେ, ଜିମ୍ବାୱେ ଶୃଙ୍ଖଳାରେ ରାହୁଲ ଅଧିନାୟକ, ଗସ୍ତ ପୂର୍ବରୁ ସୁନ୍ଦର ଆହତ

ନୂଆଦିଲ୍ଲୀ: ଜିମ୍ବାୱେ ବିପକ୍ଷ ତିନି ଟିକିଆ ଦିନିକିଆ ଶୃଙ୍ଖଳା ଲାଗି ଘୋଷିତ ଭାରତୀୟ ଦଳରେ ଚୟନକର୍ତ୍ତା ଗୁରୁବାର ବଡ଼ ଧରଣର ଅଦଳ ବଦଳ କରିଛନ୍ତି। ଅଭିଜ୍ଞ ଓପନର ଶିଖର ଧାୱନଙ୍କୁ ହଟାଇ ବାମହାତୀ ବ୍ୟାଟର୍‌ କେଏଲ୍ ରାହୁଲଙ୍କୁ ଅଧିନାୟକ ନିଯୁକ୍ତ କରିଛନ୍ତି। ଧାୱନଙ୍କୁ ଅଧିନାୟକ ପଦରୁ ହଟାଇ ଉପଅଧିନାୟକ କରିଦିଆଯାଇଛି। ବିସିସିଆଇ ସ୍ବାସ୍ଥ୍ୟ ଅଧିକାରୀମା‌ନେ ରାହୁଲ ଏବେ ସଂପୂର୍ଣ୍ଣ ସୁସ୍ଥ ଥିବା ରିପୋର୍ଟ ଦେବା ପରେ ଚୟନକର୍ତ୍ତା ଏଭଳି ଅପ୍ରତ୍ୟାଶିତ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ଗତ ଫେବ୍ରୁଆରିରୁ ଅନ୍ତର୍ଜାତୀୟ କ୍ରିକେଟ୍ ଖେଳିନଥିବା ରାହୁଲ ଲଗାତାର ଭାବେ ଆହତ ହେବା ସହ କରୋନା ସଂକ୍ରମିତ ମଧ୍ୟ ହୋଇଥିଲେ। ସେଥିପାଇଁ ଦକ୍ଷିଣ ଆଫ୍ରିକା ଶୃଙ୍ଖଳା ସହ ଇଂଲଣ୍ଡ, ଆୟର୍ଲାଣ୍ଡ ଓ ୱେଷ୍ଟଇଣ୍ଡିଜ୍ ଗସ୍ତରେ ଯାଇନଥିଲେ। ଏସିଆ କପ୍ ପାଇଁ ଘୋଷିତ ଭାରତୀୟ ଦଳରେ ୩୦ ବର୍ଷୀୟ ରାହୁଲ ସ୍ଥାନ ପାଇଥିଲା ବେଳେ ଏବେ ଜିମ୍ବାୱେ ବିପକ୍ଷରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ ଫେରିବାର ବାଟ ଫିଟିଛି। ଭାରତ-ଜିମ୍ବାୱେ ଦିନିକିଆ ଶୃଙ୍ଖଳା ହରାରେଠାରେ ଚଳିତ ମାସ ୧୮, ୨୦, ୨୨ରେ ଖେଳାଯିବ।

ନୂଆ ଭାରତୀୟ ଦଳ: କେଏଲ୍ ରାହୁଲ (ଅଧିନାୟକ), ଶିଖର ଧାୱନ (ଉପଅଧିନାୟକ), ଋତୁରାଜ ଗାଏକ୍ବାଡ୍, ଶୁବମନ ଗିଲ୍, ଦୀପକ ହୁଡା, ରାହୁଲ ତ୍ରିପାଠୀ, ଈଶାନ କିଶନ, ସଞ୍ଜୁ ସାମସନ୍, ୱାସିଂଟନ୍ ସୁନ୍ଦର, ଶାର୍ଦୁଳ ଠାକୁର, କୁଲଦୀପ ଯାଦବ, ଅକ୍ଷର ପଟେଲ, ଆୱେଶ ଖାନ୍, ପ୍ରସିଦ୍ଧ କ୍ରିଷ୍ଣା, ମହମ୍ମଦ ସିରାଜ, ଦୀପକ ଚହର।

ଗସ୍ତ ପୂର୍ବରୁ ସୁନ୍ଦର ଆହତ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳ ଜିମ୍ବାୱେ ଗସ୍ତରେ ଯାଇ ଆସନ୍ତା ୧୮ ତାରିଖରୁ ୩ ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା‌ ପାଇଁ ଜିମ୍ବାୱେ ଗସ୍ତ ପୂର୍ବରୁ ଭାରତୀୟ ଦଳର ଅଂଶବିଶେଷ ଥିବା ଅଲ୍‌ରାଉଣ୍ଡର ୱାସିଂଟନ୍‌ ସୁନ୍ଦର ଆହତ ହୋଇଛନ୍ତି। ସୁନ୍ଦର ଏବେ ଇଂଲଣ୍ଡରେ ରୟାଲ ଲଣ୍ଡନ ଦିନିକିଆ ପ୍ରତିଯୋଗିତା ଖେଳୁଛନ୍ତି। ଏହି ପ୍ରତିଯୋଗିତାରେ ୱର୍ସେଷ୍ଟରସାୟାର ବିପକ୍ଷ ମ୍ୟାଚ୍‌ ଅବସରରେ ତାଙ୍କ କାନ୍ଧରେ ଚୋଟ ଲାଗିଛି। ତାଙ୍କ ଆଘାତ ନେଇ ଲାଙ୍କାସାୟାର କ୍ଲବ୍‌ ପକ୍ଷରୁ ଟ୍ବିଟ୍‌ କରାଯାଇଛି। ସେ କାନ୍ଧରେ ଜୋର୍‌ରେ ଆଘାତ ପାଇବା ପରେ ପଡ଼ିଆ ଛାଡ଼ିଥିଲେ। ତାଙ୍କ ବାମ କାନ୍ଧରେ ଚିକିତ୍ସା‌ କରାଯାଇଛି। ଆହତ ଯୋଗୁଁ ଭାରତୀୟ ଦଳରେ ଏବେ ସୁନ୍ଦରଙ୍କୁ ନେଇ ଆଶଙ୍କା ଉପୁଜିଛି। ଏହା ପୂର୍ବରୁ ଆଇପିଏଲ୍‌ ଅବସରରେ ମଧ୍ୟ ନିଜ ବୋଲିଂ ହାତରେ ଆଘାତ ପାଇବାଠାରୁ ସୁନ୍ଦର ଏପର୍ଯ୍ୟନ୍ତ ଗୋଟିଏ ହେଲେ ଆନ୍ତର୍ଜାତିକ ମ୍ୟାଚ୍‌ ଖେଳିପାରିନାହାନ୍ତି। ଆଇପିଏଲ୍‌ ବେଳେ ଆଘାତରୁ ମୁକୁଳି ସେ କାଉଣ୍ଟି କ୍ରିକେଟ୍‌ ଖେଳିବାକୁ ଯାଇଥିଲେ। ଫଳରେ ୪ ମାସ ପରେ ଜିମ୍ବାୱେ ଶୃଙ୍ଖଳା ତାଙ୍କ ପାଇଁ ପ୍ରତ୍ୟାବର୍ତନ ସୁଯୋଗ ଆଣିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe