ଭାରତ- ଆଫଗାନସ୍ତାନ ପ୍ରଥମ ଟେଷ୍ଟ: ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ

Advertisment
ଭାରତ- ଆଫଗାନସ୍ତାନ ପ୍ରଥମ ଟେଷ୍ଟ: ଶିଖର ଧାଓ୍ଵନଙ୍କ ଅର୍ଦ୍ଧଶତକ

ବେଙ୍ଗାଲୁରୁ: ବେଙ୍ଗାଲୁରର ଏମ୍‌ ଚିନ୍ନାସ୍ୱାମୀ ଷ୍ଟାଡିୟମ୍‌ରେ ଭାରତ ଏବଂ ଆଇସିସିର ନୂଆ ଟେଷ୍ଟ ମାନ୍ୟତା ପାଇଥିବା ଆଫ୍‌ଗାନିସ୍ତାନ ମଧ୍ୟରେ ଚାଲିଥିବା ଐତିହାସିକ ପ୍ରଥମ ଟେଷ୍ଟ ମ୍ୟାଚ ର ପ୍ରଥମ ଦିନରେ ଭାରତୀୟ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଶିଖର ଧାଓ୍ଵନ ଅର୍ଦ୍ଧଶତକ ହାସଲ କରିଛନ୍ତି। ଧାଓ୍ଵନ ୪୮ଟି ବଲ ଖେଳି  ଏହି ଅର୍ଦ୍ଧ ଶତକ(୫୧ ରନ) ସଂଗ୍ରହ କରିଛନ୍ତିି।

ସୂଚନାଯୋଗ୍ୟ ଯେ  ଟସ ଜିଣିବା ପରେ ଭାରତୀୟ ଅଧିନାୟକ ଅଜିଙ୍କ୍ୟ ରାହାଣେ ପ୍ରଥମେ ବ୍ୟାଟିଂ ପାଇଁ ନିଷ୍ପତ୍ତି ନେଇଥିଲେ।  ନିର୍ଭରଯୋଗ୍ୟ ବ୍ୟାଟ୍ସମ୍ୟାନ ମୁରଲୀ ବିଜୟ ଓ ଶିଖର ଧାଓ୍ଵନ ଭାରତ ପକ୍ଷରୁ ବ୍ୟାଟିଂ ଆରମ୍ଭ କରିଥିଲେ। ତେବେ ମୁରଲୀ ବିଜୟ ଅତ୍ୟନ୍ତ ରକ୍ଷଣାତ୍ମକ ଢ଼ଙ୍ଗରେ ଖେଳୁଥିବା ବେଳେ  ଶିଖର ଧାଓ୍ଵନ ଆକ୍ରମଣାତ୍ମକ ଖେଳ ଖେଳି ନିଜ ଅର୍ଦ୍ଧଶତକ ହାସଲ କରିଛନ୍ତି। ଭାରତ ୧୫ ଓଭରସୁଦ୍ଧା କୌଣସି ଓ୍ଵିକେଟ ନ ହରାଇ  ୭୫ ରନ୍‌ ସଂଗ୍ରହ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe