SportzFront
ମୋହାଲି: ପଞ୍ଜାବ କିଙ୍ଗ୍ସ ଶନିବାର ପ୍ରଥମ ମୁକାବିଲାରେ କୋଲ୍କାତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଥିଲା ବେଳେ ଏହାର ଅଧିନାୟକ ଶିଖର ଧାୱନ୍ ଏକ କୀର୍ତ୍ତିମାନର ଅଧିକାରୀ ହୋଇଛନ୍ତି। ଏହି ମ୍ୟାଚ୍ରେ ସିଂହଳୀ ତାରକା ଭାନୁକା ରାଜପକ୍ଷଙ୍କୁ ସାଥୀ କରି ଧାୱନ୍ ଦ୍ବିତୀୟ ୱିକେଟ୍ରେ ୮୬ ରନ୍ ଯୋଡ଼ିଥିଲେ। ଆଇପିଏଲ୍ ଇତିହାସରେ ଏହା ଥିଲା ଧାୱନ୍ଙ୍କର ୯୪ତମ ୫୦+ ଭାଗୀଦାରି।
ତେବେ ଆଇପିଏଲ୍ରେ ସର୍ବାଧିକ ଅର୍ଦ୍ଧଶତକୀୟ ଭାଗୀଦାରି ଗଢ଼ିବାରେ ଧାୱନ୍ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋରର ପୂର୍ବତନ ଅଧିନାୟକ ବିରାଟ କୋହଲିଙ୍କ ସମକକ୍ଷ ହୋଇଛନ୍ତି। ଏବେ ଏହି ତାଲିକାରେ ଉଭୟ କୋହଲି ଓ ଧାୱନ୍ ଯୁଗ୍ମ ଭାବେ ଶୀର୍ଷରେ ରହିଛନ୍ତି। ଏହି ଦୁଇ ଜଣଙ୍କ ପଛକୁ ସୁରେଶ ରାଇନା (୮୩, ପୂର୍ବତନ ଚେନ୍ନାଇ ସୁପର କିଙ୍ଗ୍ସ ତାରକା) ଏବଂ ଡେଭିଡ୍ ୱର୍ଣ୍ଣର (୮୨, ଏବର ଦିଲ୍ଲୀ କ୍ୟାପିଟାଲ୍ସ ଅଧିନାୟକ) ଯଥାକ୍ରମେ ତୃତୀୟ ଓ ଚତୁର୍ଥ ସ୍ଥାନରେ ରହିଛନ୍ତି।
Follow Us