ଏକ ଦିବସୀୟ ଫୁଟ୍‌ଭଲିରେ ଢେଙ୍କାନାଳ ଓ କଟକ ବିଜେତା

Advertisment
ଏକ ଦିବସୀୟ ଫୁଟ୍‌ଭଲିରେ ଢେଙ୍କାନାଳ ଓ କଟକ ବିଜେତା

କଟକ: ଇକୋ କ୍ଲବ୍‌ ଆନୁକୁଲ୍ୟରେ ସିଡିଏ ସେକ୍ଟର-୮ରେ ରାଜ୍ୟସ୍ତରୀୟ ଏକ ଦିବସୀୟ ଫୁଟ୍‌ଭଲି ଇକୋ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି। ଏଥିରେ ୧୨ ପୁରୁଷ ଓ ୪ ମହିଳା ଦଳ ଅଂଶଗ୍ରହଣ କରିଥିଲେ। ପୁରୁଷ ବିଭାଗରେ ଢେଙ୍କାନାଳ ବିଜେତା ଓ ଭୂବନେଶ୍ୱର ଉପବିଜେତା ହୋଇଥିଲା। ସେହିପରି ମହିଳା ବିଭାଗରେ କଟକ ବିଜେତା ଓ ଢେଙ୍କାନାଳ ଉପ ବିଜେତା ହୋଇଥିଲା। ପ୍ରତିଯୋଗିତାଟିକୁ ସ୍ଥାନୀୟ ମୁରବୀ ଶମ୍ବୁନାଥ ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‌ଘାଟନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୁରୀ ଜିଲ୍ଲା ଫୁଟ୍‌ଭଲି ସଂଘର ମୁଖ୍ୟ ଉପଦେଷ୍ଟା କେସି ଦାସ ଯୋଗଦେଇଥିଲେ। ଉଦ୍‌ଯାପନୀ ସମାରୋହରେ ମୁଖ୍ୟ ଅତିଥିଭାବେ ଓଡିଶା ଫୁଟଭଲି ସଂଘର ସଭାପତି ସତ୍ୟବ୍ରତ ରଥୋ ଅତିଥି ଭାବେ ଯୋଗଦେଇଥିଲେ। ଇକୋ କ୍ଲବର ଆବହକ ନଳିନୀକାନ୍ତ ମିଶ୍ର, ପ୍ରତିମା ମିଶ୍ର, ମନୋରମା ସାମନ୍ତରାୟ, ରାଜ୍ୟ ଫୁଟ୍‌ଭଲି ସଂଘର କାଯ୍ୟର୍କାରୀ ସଂପାଦକ ସହଦେବ ରାଉତ ପ୍ରମୁଖ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ରଶ୍ମିତା ମହାନ୍ତି ପ୍ରତିଯୋଗିତାକୁ ପରିଚାଳନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe