ଅମୀମାଂସିତ ମ୍ୟାଚ୍‌ରେ ଧୀରାଜଙ୍କ ଚମକ

Advertisment

ଉଦିୟନଙ୍କ ଶତକ :୧ ପଏଣ୍ଟରୁ ଓଡ଼ିଶାର ଅଭିଯାନ

ଉଦିୟନଙ୍କ ଶତକ :୧ ପଏଣ୍ଟରୁ ଓଡ଼ିଶାର ଅଭିଯାନ

ଅମୀମାଂସିତ ମ୍ୟାଚ୍‌ରେ ଧୀରାଜଙ୍କ ଚମକ

ଓଡ଼ିଶା ସାମିଲ ଥିବା ଗ୍ରୁପ୍‌ ‘ସି’ର ଅନ୍ୟ ଦୁଇ ପ୍ରଥମ ରାଉଣ୍ଡ୍‌ ମ୍ୟାଚ୍‌ରେ ମଧ୍ୟପ୍ରଦେଶ ବିଜୟୀ ହୋଇଥିବାବେଳେ ଆନ୍ଧ୍ରପ୍ରଦେଶ ପରାଜୟରୁ ବର୍ତି ୩ ପଏଣ୍ଟ୍‌ କାବୁ କରି ନେଇଛି। ଇନ୍ଦୋରରେ ବରୋଦାକୁ ମଧ୍ୟପ୍ରଦେଶ ୮ ଓ୍ଵିକେଟ୍‌ରେ ହରାଇ ଦେଇଥିଲା। ୟୁସୁଫ୍‌ ପଠାନ୍‌ ଉଭୟ ପାଳିରେ ଶତକ ଜମାଇଥିଲେ ମଧ୍ୟ ଏହା ବରୋଦା ପାଇଁ ଯଥେଷ୍ଟ ହୋଇ ନ ଥିଲା। ମଧ୍ୟପ୍ରଦେଶ ପ୍ରଥମ ପାଳିରେ ୫୫୧/୮ରେ ଘୋଷଣା କରିଥିବାବେଳେ ଫଲୋଅନ୍‌ ଖେଳିଥିବା ବରୋଦା ଉଭୟ ପାଳିରେ ଯଥାକ୍ରମେ ୩୦୨ ଏବଂ ୩୧୮ ରନ୍‌ କରିଥିଲା। ୟୁସୁଫ ପଠାନ୍‌ ପ୍ରଥମ ପାଳିରେ ୧୧୧ ଏବଂ ଦ୍ୱିତୀୟ ପାଳିରେ ୧୩୬* ରନ୍‌ କରିଥିଲେ। ବରୋଦା କିନ୍ତୁ ୧୬ ଓଭରରେ ୨ ଓ୍ଵିକେଟ୍‌ରେ ୭୨ ରନ୍‌ ସଂଗ୍ରହ କରି ନୂଆ ଋତୁକୁ ୬ ପଏଣ୍ଟ୍‌ରୁ ଆରମ୍ଭ କରିଥିଲା। ପ୍ରଥମ ପାଳିରେ ଦ୍ୱିଶତକରୁ ବଞ୍ଚିତ ଶୁଭମ ଶର୍ମା (୧୯୬) ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଚେନ୍ନାଇରେ କିନ୍ତୁ ଦ୍ୱିତୀୟ ପାଳିରେ ତାମିଲନାଡୁ ଚମତ୍କାର ଖେଳି ବିଜୟ ସୁଯୋଗ ସୃଷ୍ଟି କରିଥିଲା। ପ୍ରଥମ ପାଳିରେ ମାତ୍ର ୧୭୬ ରନ୍‌ କରିଥିବା ତାମିଲନାଡୁ ଦ୍ୱିତୀୟ ପାଳିରେ ୩୫୦/୬, ଘୋଷଣା କରି ମ୍ୟାଚ୍‌ରେ ଜୀବନ ଭରିଥିଲା। ପ୍ରଥମ ପାଳିରେ ୩୦୯ ରନ୍‌ କରିଥିବା ଆନ୍ଧ୍ରପ୍ରଦେଶ ସମ୍ମୁଖରେ ୨୧୮ ରନ୍‌ ବିଜୟ ଲକ୍ଷ୍ୟ ରହିଥିଲା। ଚତୁର୍ଥ ଦିନ ଖେଳ ଶେଷ ବେଳକୁ କିନ୍ତୁ ଏହି ଦଳ ୭ ଓ୍ଵିକେଟ୍‌ରେ ୧୯୮ ରନ୍‌ ସଂଗ୍ରହ କରି ୩ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଥିଲା। ବାବା ଅପରାଜିତଙ୍କ ଶତକ ଏବଂ ବୋଲରଙ୍କ ସଫଳତା ସୁଯୋଗ ଦେଇଥିଲେ ମଧ୍ୟ ଅଭିନବ ମୁକୁନ୍ଦଙ୍କ ଦଳ ପ୍ରଥମ ପାଳି ବିପର୍ଯ୍ୟୟ ପାଇଁ ୧ ପଏଣ୍ଟ୍‌ରେ ସନ୍ତୁଷ୍ଟ ରହିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe