ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ବେସାମରିକ ପୁରସ୍କାର ପଦ୍ମ ବିଭୂଷଣ, ପଦ୍ମ ଭୂଷଣ ଏବଂ ପଦ୍ମଶ୍ରୀ ଲାଗି ଗୁରୁବାର ୮୫ ଜଣିଆ ନାମ ଘୋଷିତ ହୋଇଛି। ଏଥିରେ ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଏବଂ ସ୍ନକର ଖେଳାଳି ପଙ୍କଜ ଆଡ଼ଭାନୀଙ୍କ ନାମ ଦ୍ୱିତୀୟ ସର୍ବୋଚ୍ଚ ପୁରସ୍କାର ପଦ୍ମଭୂଷଣ ଲାଗି ରହିଛି। ସେହିଭଳି ପଦ୍ମଶ୍ରୀ ପାଇଁ ମହିଳା ଭାରୋତ୍ତୋଳକ ସାଇଖୋମ ମିରାବାଇ ଚାନୁ, ଟେନିସ୍ ଖେଳାଳି ସୋମଦେବ ଦେବବର୍ମନ, ବ୍ୟାଡ୍ମିଣ୍ଟନ୍ ଖେଳାଳି କିଦାମ୍ବି ଶ୍ରୀକାନ୍ତ ଏବଂ ଦିବ୍ୟାଙ୍ଗ ସନ୍ତରଣକାରୀ ମୁରଲୀକାନ୍ତ ପେଟକର ରହିଛନ୍ତି।
ଧୋନି, ଆଡଭାନୀ ପଦ୍ମଭୂଷଣ
Advertisment
Follow Us