Advertisment

ଓଡ଼ିଶାରେ ହେବ ଧୋନି କ୍ରିକେଟ୍‌ ଏକା‌ଡେମି

Advertisment
ଓଡ଼ିଶାରେ ହେବ ଧୋନି କ୍ରିକେଟ୍‌ ଏକା‌ଡେମି

ଭୁବନେଶ୍ବର: ଓଡ଼ିଶାରେ ଶୀଘ୍ର ଖୋଲା ଯିବ ‌ଧୋନି କ୍ରିକେଟ୍‌ ଏକାଡେମି। ଏମ୍‌ଏସ୍‌ ଧୋନି କ୍ରିକେଟ୍‌ ଏକାଡେମି (ଏମ୍‌ଏସ୍‌ଡିସିଏ) ଏବଂ ଆରକା ସ୍ପୋର୍ଟ୍ସ ଆନୁକୂଲ୍ୟରେ‌ ୩୬୫ ଦିନ ଧରି ଏହି ଏକାଡେମି ଚାଲିବ ବୋଲି ଆୟୋଜକ ପକ୍ଷରୁ ସୂଚନା ଦିଆଯାଇଛି। ସଂପ୍ରତି ଓଡ଼ିଶାର ବିଭିନ୍ନ ସ୍ଥାନରେ ଏହି ଦୁଇ ସଂସ୍ଥା ପକ୍ଷରୁ କ୍ରିକେଟ୍‌ କ୍ଲିନିକ୍‌ ଚାଲୁରହିଛି। କଟକର ନିମପୁରରେ ଶେଷ ହେବା ପରେ ଭୁବନେଶ୍ବର ଉପକଣ୍ଠ ସିଭି ରମଣ ଇଂଜିନିୟରିଂ କଲେଜ ଖେଳ ପଡ଼ିଆରେ ଗତ ସୋମବାରଠୁ ଏହି କ୍ଲିନିକ୍‌ ଆରମ୍ଭ ହୋଇ ରବିବାର ଉଦ୍‌ଯାପିତ ହୋଇଥିଲା। ୭ ଦିନିଆ କ୍ରିକେଟ୍‌ କ୍ଲିନିକ୍‌ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୮୦ ଜଣ ଉଦୀୟମାନ ‌କ୍ରିକେଟର୍‌ ଭାଗ‌ନେଇଥିଲେ। ଉଦ୍‌ଯାପନୀ ଦିବସରେ ଖେଳାଳିମାନଙ୍କୁ ପ୍ରମାଣପତ୍ର ଏବଂ ପ୍ରୋଗ୍ରାମିଙ୍ଗ୍‌ ସିଡି ପ୍ରଦାନ କରାଯାଇଥିଲା। ବିସିସିଆଇ ଲେବଲ୍‌-ବି’ ପ୍ରଶିକ୍ଷକ ସୁଦୀପ ମିତ୍ରଙ୍କ ନେତୃତ୍ବରେ ୫ ଜଣିଆ ପ୍ରଶିକ୍ଷକ ଦଳ ଏହାକୁ ପରିଚାଳିନା କରିଥିଲେ। ଏଥିରେ ଲେବଲ-ଏ ପ୍ରଶିକ୍ଷକ ଅଭିଜିତ ଥଣ୍ଡର, ସୁଦୀପ ଦାସ, ପାର୍ଥ ପ୍ରତୀକ ଦତ୍ତ ଏବଂ ‌ତାଲିମ ଶିକ୍ଷୟିତ୍ରୀ ଡାକ୍ତର ନେହା ଆରୋରା ଏବଂ ଭିଡିଓ ପର୍ଯ୍ୟବେକ୍ଷକ ତାପସ ନାୟକ ସାମିଲ ଥିଲେ। ଉଦ୍‌ଯାପନୀ ଉତ୍ସବରେ ଏମ୍‌ଏସ୍‌ଡି ଏକାଡେମି ପ୍ରବନ୍ଧକ ଶେଖର ଚୌହାନ, ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ସଂଜୀବ ରାଉତ, ଏମ୍‌ଏସ୍‌ଡିସିଏର ଓଡ଼ିଶା ପ୍ରବନ୍ଧକ ବିଭୂ ଶତପଥୀ ଏବଂ ବରିଷ୍ଠ ଅମ୍ପାୟାର ତଥା ଆଇନଜୀବୀ ସତ୍ୟବ୍ରତ ମହାପାତ୍ର ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe