ଭୁବନେଶ୍ବରରେ ଧୋନି କ୍ରିକେଟ୍‌ କ୍ଲିନିକ୍‌ ଆରମ୍ଭ

Advertisment
ଭୁବନେଶ୍ବରରେ ଧୋନି କ୍ରିକେଟ୍‌ କ୍ଲିନିକ୍‌ ଆରମ୍ଭ

ଭୁବନେଶ୍ବର: ଏମ୍‌ଏସ୍‌ ଧୋନି କ୍ରିକେଟ୍‌ ଏକାଡେମି (ଏମ୍‌ଏସ୍‌ଡିସିଏ) ଏବଂ ଆରକା ସ୍ପୋର୍ଟ୍ସ ଆନୁକୂଲ୍ୟରେ‌ ସୋମବାରଠୁ ଭୁବନେଶ୍ବରରେ କ୍ରିକେଟ୍‌ କ୍ଲିନିକ୍‌ ଆରମ୍ଭ ହୋଇଛି। ଏହି ୭ ଦିନିଆ କ୍ଲିନିକ୍‌ ଚଳିତ ମାସ ୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଭୁବନେଶ୍ବର ଉପକଣ୍ଠ ସିଭି ରମଣ ଇଂଜିନିୟରିଂ କଲେଜ ଖେଳ ପଡ଼ିଆରେ ଆରମ୍ଭ ହୋଇଥିବା କ୍ଲିନିକ୍‌ରେ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପାଖାପାଖି ୮୦ ଜଣ ଉଦୀୟମାନ ‌କ୍ରିକେଟର୍‌ ଯୋଗଦେଇଛନ୍ତି। ବିସିସିଆଇ ଲେବଲ୍‌-ବି’ ପ୍ରଶିକ୍ଷକ ସୁଦୀପ ମିତ୍ରଙ୍କ ନେତୃତ୍ବରେ ୫ ଜଣିଆ ପ୍ରଶିକ୍ଷକ ଦଳ ଏହାକୁ ପରିଚାଳିନା କରୁଛନ୍ତି। ଏଥିରେ ଲେବଲ-ଏ ପ୍ରଶିକ୍ଷକ ଅଭିଜିତ ଥଣ୍ଡର, ସୁଦୀପ ଦାସ, ପାର୍ଥ ପ୍ରତୀକ ଦତ୍ତ ଏବଂ ‌ତାଲିମ ଶିକ୍ଷୟିତ୍ରୀ ଡାକ୍ତର ନେହା ଆରୋରା ସାମିଲ ଏବଂ ଭିଡିଓ ପର୍ଯ୍ୟବେକ୍ଷକ ତାପସ ନାୟକ ଅଛନ୍ତି। ପ୍ରଶିକ୍ଷାର୍ଥୀଙ୍କୁ ୨ ଭାଗରେ ବିଭକ୍ତ କରାଯାଇ ଦୁଇଟି ଅଧିବେଶନ ସକାଳ ଓ ଅପରାହ୍ଣରେ ତାଲିମ ଦିଆଯାଉଛି। ସୋମବାର ଉଦ୍‌ଘାଟନୀ ଉତ୍ସବରେ ସିଭି ରମଣ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ଅଧ୍ୟକ୍ଷ ସଂଜୀବ ରାଉତ, ହାଇଟେକ୍ ଗ୍ରୁପ୍‌ ଅଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର କ୍ରୀଡ଼ା ଓ ସଂସ୍କୃତି ନିର୍ଦେଶକ ଡ. ପ୍ରେମ ରଂଜନ ଓଝା ଅତିଥି ଭାବେ ଯୋଗଦେଇଥିଲେ। ଆରକା ସ୍ପୋର୍ଟ୍ସର ପ୍ରବନ୍ଧକ ଶେଖର ଚୌହାନ, ଏମ୍‌ଏସ୍‌ଡିସିଏର ଓଡ଼ିଶା ପ୍ରବନ୍ଧକ ବିଭୂ ଶତପଥୀ ଏବଂ ବରିଷ୍ଠ ଅମ୍ପାୟାର ତଥା ଆଇନଜୀବୀ ସତ୍ୟବ୍ରତ ମହାପାତ୍ର ଅତିଥି ଭାବେ ଉପସ୍ଥିତ ଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe