ଧୋନିଙ୍କୁ ସୁରକ୍ଷାର ଆବଶ୍ୟକତା ନାହିଁ: ରାୱତ

Hindustan Times

ନୂଆଦିଲ୍ଲୀ: ଭାରତୀୟ ସେନାରେ ୧୫ ଦିନିଆ ସେବା ପାଇଁ ପ୍ରସ୍ତୁତ ହେଉଥିବା ମହେନ୍ଦ୍ର ସିଂହ ‌‌ଧୋନିଙ୍କ ପାଇଁ ସୁରକ୍ଷାର କୌଣସି ଆବଶ୍ୟକତା ନାହିଁ ବୋଲି କହିଛନ୍ତି ଭାରତୀୟ ସେନାଧ୍ୟକ୍ଷ ଜେନେରାଲ୍‌ ବିପିନ୍ ରାୱତ। ଧୋନି ତାଲିମ ନେବା ପରେ ସେ ନାଗରିକଙ୍କ ସୁରକ୍ଷା ନେବେ। ଏହି କିମ୍ବଦନ୍ତୀ କ୍ରିକେଟରଙ୍କ ସୁରକ୍ଷା ପାଇଁ ସେନା ଆଦୌ ଚିନ୍ତିତ ନୁହେଁ ବୋଲି ସେ ଦୃଢ଼ ସ୍ବରରେ ପ୍ରକାଶ କରିଛନ୍ତି। ୩୮ ବର୍ଷୀୟ ‌ଧୋନି ଏବେ ପାରାଚ୍ୟୁଟ ରେଜିମେଣ୍ଟ୍‌ର ଟୋରିଟୋରିଆଲ୍‌ ଆର୍ମି ୟୁନିଟ (୧୦୬ ପାରା ଟିଏ ବାଟାଲିଅନ)ରେ ଲେଫ୍ଟନାଣ୍ଟ୍ କର୍ନେଲ ନିଯୁକ୍ତ ଅଛନ୍ତି। ଧୋନି ମୌଳିକ ତାଲିମ ନେଇ ସାରିଛନ୍ତି ବୋଲି ଶ୍ରୀ ରାୱତ ପ୍ରକାଶ କରିଛନ୍ତି।

ଧୋନିଙ୍କୁ ସାବାସୀ ଦେଲେ ଗମ୍ଭୀର
ଭାରତୀୟ ସେନାରେ ଯୋଗଦେବା, ତାଲିମ ନେବା ଏବଂ କଶ୍ମିର ନିଯୁକ୍ତି ପାଇବା ପରେ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରଶଂସାରେ ଶତମୁଖ ହୋଇପଡ଼ିଛନ୍ତି ପୂର୍ବତନ କ୍ରିକେଟର୍ ତଥା ସଦ୍ୟ ଲୋକସଭାକୁ ନିର୍ବାଚିତ ବିଜେପି ସାଂସଦ ଗୌତମ ଗମ୍ଭୀର। ଧୋନିଙ୍କ ଏହି ସଙ୍କଳ୍ପ ଓ ପ୍ରଚେଷ୍ଟାକୁ ସେ ‘ଚମତ୍କାର’ ଦର୍ଶାଇଛନ୍ତି। ଦେଶର ଅଗଣିତ ଯୁବକଙ୍କୁ ଏହା ଭାରତୀୟ ସେନାରେ ‌ଯୋଗଦେବାକୁ ପ୍ରେରିତ କରିବ ବୋଲି ଗମ୍ଭୀର ପ୍ରକାଶ କରିଛନ୍ତି। ସେନାରେ ସମୟ କାଟିବା ସହିତ ସେ ଦେଶ ପ୍ରତି କେତେ ଉତ୍ସର୍ଗିକୃତ ବୋଲି ପ୍ରମାଣିତ କରିଛନ୍ତି। ସେନା ପୋଷାକ ପରିଧାନ କରିବାକୁ ବାସ୍ତବ ଆଗ୍ରହ ଦେଖାଇଥିଲେ, ଏବେ ସେବା ପାଇଁ ପ୍ରସ୍ତୁତ ହେବା ତାଙ୍କ ସଙ୍କଳ୍ପବଦ୍ଧତାର ପ୍ରମାଣ ବୋଲି ଗମ୍ଭୀର କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe