ଝାଡ଼ଖଣ୍ଡ ପାଇଁ ଧୋନି, ବିହାର ପାଇଁ ବୈଭବ

Advertisment

୧୪ ବର୍ଷୀୟ କିଶୋର ବୈଭବ ସୂର୍ଯ୍ୟବଂଶୀ ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ‌‌ଯେପରି ଖେଳିଲେ, ତାହା ସାରା ବିଶ୍ବକୁ ଚକିତ କରି ଦେଇଛି। ତାଙ୍କ ଛକା ବର୍ଷା ଦେଖି ବିହାର ରଣଜୀ ଦଳର ପୂର୍ବତନ ଅଧିନାୟକ ଆଶୁତୋଷ ଅମନ ତାଜୁବ ହୋଇଯାଇଥିଲେ।

୧୪ ବର୍ଷୀୟ କିଶୋର ବୈଭବ ସୂର୍ଯ୍ୟବଂଶୀ ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ‌‌ଯେପରି ଖେଳିଲେ, ତାହା ସାରା ବିଶ୍ବକୁ ଚକିତ କରି ଦେଇଛି। ତାଙ୍କ ଛକା ବର୍ଷା ଦେଖି ବିହାର ରଣଜୀ ଦଳର ପୂର୍ବତନ ଅଧିନାୟକ ଆଶୁତୋଷ ଅମନ ତାଜୁବ ହୋଇଯାଇଥିଲେ।

ssdcxc

Photograph: ( Sports Yaari)

ନୂଆଦିଲ୍ଲୀ: ୧୪ ବର୍ଷୀୟ କିଶୋର ବୈଭବ ସୂର୍ଯ୍ୟବଂଶୀ ସୋମବାର ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ ବିପକ୍ଷରେ ‌‌ଯେପରି ଖେଳିଲେ, ତାହା ସାରା ବିଶ୍ବକୁ ଚକିତ କରି ଦେଇଛି। ତାଙ୍କ ଛକା ବର୍ଷା ଦେଖି ବିହାର ରଣଜୀ ଦଳର ପୂର୍ବତନ ଅଧିନାୟକ ଆଶୁତୋଷ ଅମନ ତାଜୁବ ହୋଇଯାଇଥିଲେ। ବୈଭବଙ୍କ ସହ ଗତ ଋତୁରେ ବିତାଇଥିବା ମୁହୂର୍ତ୍ତକୁ ମନେ ପକାଇବା ସହ ତାଙ୍କୁ ମହେନ୍ଦ୍ର ସିଂହ ଧୋନିଙ୍କ ସହ ତୁଳନା କରିଛନ୍ତି ଆଶୁତୋଷ। ‌‘‘ଗତକାଲି ମୁଁ ବୈଭବଙ୍କ ସେହି ଛକାଗୁଡ଼ିକ ଦେଖିଛି। ଏହା ମୋତେ ଭାବପ୍ରବଣ କରି ଦେଇଥିଲା। ଏମ୍‌‌ଏସ୍‌ ଧୋନି ଯେପରି ଝାଡ଼ଖଣ୍ଡ ପାଇଁ ବୈଭବ ସେଭଳି ବିହାର ପାଇଁ। ବୈଭବ ବିହାର ଲାଗି କ୍ରିକେଟ୍‌ ଭିତ୍ତିଭୂମି ପକାଇଦେଲେ। ଲୋକେ ଏବେ ସମସ୍ତିପୁର ବିଷୟରେ ଜାଣିବାକୁ ପାଇଲେ। ଆଇପିଏଲ୍‌ କ୍ୟାରିୟର୍‌ ଅନ୍ତର୍ଜାତୀୟ ତାରକା ବୋଲର ଶାର୍ଦୁଳ ଠାକୁରଙ୍କୁ ଛକା ମାରି ଆରମ୍ଭ କରିଥିଲେ। ଏବେ ସେ ବିଶ୍ବସ୍ତରୀୟ ସ୍ପିନର୍‌ ରସିଦ ଖାନ୍‌ଙ୍କୁ ଛକା ମାରି ଶତକ ପୂର୍ଣ୍ଣ କଲେ। ଯାହା ସବୁଦିନ ଲାଗି ଚିରସ୍ମରଣୀୟ ହୋଇ ରହିବ’’ ବୋଲି ୩୪ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳିଥିବା ଆଶୁତୋଷ କହିଛନ୍ତି। 

ପୁରୁଣା କ‌ଥା ମନେ ପକାଇ ଆଶୁତୋଷ କହିଛନ୍ତି, ‘‘ଗତ ବର୍ଷ ଜାନୁଆରି ମାସ ଶୀତ ରାତିରେ ପାଟ୍‌ନାସ୍ଥିତ ଏକ ହୋଟେଲ ଗ୍ୟାଲେରିରେ ବୈଭବ ଛାୟା ଅଭ୍ୟାସ କରୁଥିଲେ। ମୁଁ ତାଙ୍କୁ ପଚାରିଲି ଛୋଟୁ ଖାଇଲଣି। ୧୨ ବର୍ଷୀୟ ଏହି ପିଲା କହିଲେ, ଭାଇ ଖାଇବାକୁ ମନ ଲାଗୁନି। ଦଳର ଅଧିନାୟକ ମୁଁ ଥିଲି, ତେଣୁ କହିଲି, ଜ୍ୟାକେଟ୍‌ କ୍ୟାପ୍‌ ପିନ୍ଧି ସିଧା ରାତ୍ରଭୋଜନକୁ ଜଲ୍‌ଦି ଆସ। ଖାଇବା ଟେବୁଲ୍‌ରେ ବସି ମୋତେ ବୈଭବ କହିଲେ, ଭାଇ କିଛି ବୁଝି ପାରୁନି, ମଟନ ଭାତ ମଗେଇ ଦିଅ। ଏହା ପରଦିନ ବୈଭବ ମୁମ୍ବାଇ ବିପକ୍ଷରେ ରଣଜୀ ଟ୍ରଫି ପଦାର୍ପଣ କଲେ। ଦ୍ବିତୀୟ ଦିନ ସେ ଓପନିଂ କରିବା ଲାଗି ପ୍ରସ୍ତୁତ ହେଉଥିଲେ, ଏହି ସମୟରେ ‌ଜୋତାରେ ଲେସ୍‌ ବାନ୍ଧି ପାରୁ ନଥିଲେ। ମୁଁ ତାଙ୍କୁ ପଚାରିଲି ଲେସ୍‌ ବାନ୍ଧି ଆସୁନି। ଏହା ଶୁଣି ସେ ଟିକେ ଡରିଗଲା। ତାଙ୍କୁ ଦଳରେ ନେଇଥିବାରୁ ମ୍ୟାଚ୍‌ର ୪ ଦିନ ଯାକ ମୁଁ ଭୟଭୀତ ଥିଲି। ନେଟ୍ସରେ ବୈଭବଙ୍କୁ ଦେଖି ଖେଳାଇବାକୁ ଚାହିଥିଲି। କିନ୍ତୁ ବିହାର କ୍ରିକେଟ୍‌ ସଂଘ ଅଧିକାରୀମାନେ ଏହା ସପକ୍ଷରେ ନଥିଲେ। ତଥାପି ବୁଝାଇ ସୁଝାଇ ଖେଳାଇଥିବାରୁ ମୁଁ ଚିନ୍ତିତ ଥିଲି। ପ୍ରଥମ ପାଳିରେ ମାତ୍ର ୧୯ ରନ୍‌ କରିଥିଲେ ବୈଭବ। ଏଥିରୁ ସମସ୍ତ ମନ ହଟାଇବାକୁ ଯାଇ ଡ୍ରେସିଂ ରୁମ୍‌ରେ କହିଲି ବିହାରକୁ ସୁପର ଷ୍ଟାର୍‌ ମିଳିଗଲା। ଏବେ ତାହା ସତ ହୋଇଗଲା’’।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe