ଜନ୍‌ଙ୍କ ପାଇଁ ବିଜ୍‌ନେସ୍ କ୍ଲାସ୍‌ ସିଟ୍‌ ଛାଡ଼ିଦେଲେ ଧୋନି, ଇକୋନୋମି କ୍ଲାସରେ ଖେଳାଳିଙ୍କ ସହ ଗଲେ

Advertisment
ଜନ୍‌ଙ୍କ ପାଇଁ ବିଜ୍‌ନେସ୍ କ୍ଲାସ୍‌ ସିଟ୍‌ ଛାଡ଼ିଦେଲେ ଧୋନି, ଇକୋନୋମି କ୍ଲାସରେ ଖେଳାଳିଙ୍କ ସହ ଗଲେ

DNA

ଚେନ୍ନାଇ: କ୍ରିକେଟ୍ ପଡିଆରେ ଅନେକ ମହନୀୟ ଉଦାହରଣ ଛାଡ଼ିଥିବା ମହେନ୍ଦ୍ର ସିଂହ ଧୋନି ଅନ୍ତର୍ଜାତୀୟ ଅବସର ପରେ ବି ଚର୍ଚାରେ ରହିଛନ୍ତି। ବିଶେଷ କରି ନିଜ ମଣିଷ ପଣିଆ ଏବଂ ମହାନ ଗୁଣ ପାଇଁ ପ୍ରଶଂସିତ ହେଉଛନ୍ତି। ଆଇପିଏଲ୍‌ ଖେଳିବା ପାଇଁ ଶୁକ୍ରବାର ଚେନ୍ନାଇ ସୁପର୍‌ କିଙ୍ଗ୍ସ ଦଳ ସହ ୟୁଏଇ ଯାତ୍ରା ବେଳେ ଏହାର ଆଉ ଏକ ଉଦାହରଣ ବି ଦେଖାଇଛନ୍ତି ମାହି।

ଚେନ୍ନାଇରୁ ଦୁବାଇ ଯାତ୍ରା କରିବା ବେଳେ ବିମାନରେ ନିଜ ପାଇଁ ଉଦ୍ଧିଷ୍ଟ ବିଜିନେସ୍ କ୍ଲାସ ସିଟ୍‌କୁ ସେ ଅପେକ୍ଷାକୃତ ବୟସ୍କ ସିଏସ୍‌କେର ନିର୍ଦେଶକ କେ ଜର୍ଜ ଜନଙ୍କୁ ସମର୍ପି ଦେଇଥିଲେ। ନିଜେ ଇକୋନୋମି କ୍ଲାସ୍‌ରେ ଦୁବାଇ ଯାତ୍ରା କରିଥିଲେ। ଇକୋନୋମି କ୍ଲାସ୍‌ ସିଟ୍‌ରେ ବସି ଉପ ଅଧିନାୟକ ସୁରେଶ ରାଇନା ଓ ଅନ୍ୟ ସାଥୀ ଖେଳାଳିଙ୍କ ସହ ଆଲୋଚନା କରୁଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା। ଏହି କଥାକୁ ନିଜେ ଜନ୍ ମଧ୍ୟ ଟ୍ବିଟ୍‌ କରି ଜଣାଇଛନ୍ତି। ସେପ୍ଟେମ୍ବର ୧୯ ତାରିଖରୁ ଆଇପିଏଲ୍‌ ଆରମ୍ଭ ହେବାକୁ ଯାଉଥିବା ବେଳେ ସିଏସ୍‌କେ ଦଳ ଦୁବାଇରେ ଅବସ୍ଥାନ କରିବ। ଅଗଷ୍ଟ ୧୫ ତାରିଖରେ ଧୋନି ଏବଂ ରାଇନା ଅବସର ନେଇଥିଲେ ମଧ୍ୟ ଆସନ୍ତା ଆଇପିଏଲ୍‌ରେ ଖେଳ ଜାରି ରଖିବେ। ପ୍ରାୟ ୧୪ ମାସ ପରେ ଧୋନିଙ୍କୁ କ୍ରିକେଟ୍ ପଡିଆରେ ଦେଖିବାକୁ ମିଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe