ଆଇପିଏଲ୍‌ ପ୍ରସ୍ତୁତି ପାଇଁ ଚେନ୍ନାଇରେ ଧୋନି

ଆଇପିଏଲ୍‌ ପ୍ରସ୍ତୁତି ପାଇଁ ଚେନ୍ନାଇରେ ଧୋନି

ଚେନ୍ନାଇ: ଚେନ୍ନାଇ ସୁପର କିଙ୍ଗ୍‌ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବୁଧବାର ଚେନ୍ନାଇାରେ ପହଞ୍ଚି ଦଳର ପ୍ରସ୍ତୁତି ଶିବିରରେ ଯୋଗ ଦେଇଛନ୍ତି। ଆଗାମୀ ଆଇପିଏଲ୍‌ ଋତୁକୁ ଲକ୍ଷ୍ୟରେ ରଖି ଏହି ଶିବିର ସମ୍ଭବତଃ ଆସନ୍ତା ୯ ତାରିଖରୁ ଆରମ୍ଭ ହେବ ବୋଲି ସିଏସ୍‌କେ ସିଇଓ କେଏସ୍‌ ବିଶ୍ବନାଥନ୍‌ କହିଛନ୍ତି। ତେବେ ଶିବିର ଆରମ୍ଭ ପୂର୍ବରୁ ଧୋନି ୫ ଦିନିଆ ସଂଗରୋଧରେ ରହିବେ। ଧୋନି ଚେନ୍ନାଇ ବିମାନ ବନ୍ଦରରେ ପହଞ୍ଚିବାର ଏକ ଫଟୋ ସିଏସ୍‌କେ ଟ୍ବିଟ୍‌ କରିଛି। ସେଥିରେ ’’ଥାଲାଇ-ଭା! ମାସ୍କ ସହ ହାସ୍ୟ ବଦନ! ସୁପର ନାଇଟ୍‌! ଡେନ୍‌ କମିଙ୍ଗ୍‌, ହ୍ବିଷ୍ଟଲପୋଡୁ, ୟେ‌ଲୋଭ୍‌’’ ବୋଲି କ୍ୟାପ୍‌ସନ୍‌ ଲେଖିଛି। ଧୋନିଙ୍କ ବ୍ୟତୀତ ପୂର୍ବତନ ଭାରତୀୟ ବ୍ୟାଟ୍‌ସମ୍ୟାନ୍‌ ଅମ୍ବାତି ରାୟୁଡୁ ମଧ୍ୟ ବୁଧବାର ଚେନ୍ନାଇରେ ପହଞ୍ଚିଛନ୍ତି। ପରେ ତାମିଲନାଡୁ ଖେଳାଳିମାନେ ସିଏସ୍‌କେ ଦଳ ସହ ଯୋଗଦେବେ। ଧୋନିଙ୍କ ଭଳି ଅନ୍ୟ ସମସ୍ତ ଖେଳାଳି ମଧ୍ୟ ୫ ଦିନିଆ ସଂଗରୋଧରେ ରହିବା ପରେ ଶିବିରରେ ଯୋଗଦେବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe