ଆଇସିସି ହଲ୍ ଅଫ ଫେମରେ ଧୋନୀ

ପୂର୍ବତନ ଭାରତୀୟ ଦଳର ଅଧିନାୟକ ଏମଏସ ଧୋନୀଙ୍କୁ ହଲ ଅଫ୍ ଫେମରେ ସାମିଲ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଅନ୍ତର୍ଜାତୀୟ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇଛନ୍ତି।

icc dhoni

ମୁମ୍ବାଇ:  ପୂର୍ବତନ ଭାରତୀୟ ଦଳର ଅଧିନାୟକ ଏମଏସ ଧୋନୀଙ୍କୁ ହଲ ଅଫ୍ ଫେମରେ ସାମିଲ କରିଛି ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି)। ଅନ୍ତର୍ଜାତୀୟ ଏବଂ ଭାରତୀୟ କ୍ରିକେଟରେ ତାଙ୍କର ଅତୁଳନୀୟ ଅବଦାନ ପାଇଁ ସେ ଏହି ସମ୍ମାନ ପାଇଛନ୍ତି।

ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ଫାଇନାଲର ମାତ୍ର ୨ ଦିନ ପୂର୍ବରୁ ଲଣ୍ଡନରେ ଏକ ସମାରୋହ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଏମଏସ ଧୋନୀଙ୍କ ସମେତ ୭ ଜଣ କିମ୍ବଦନ୍ତୀ କ୍ରିକେଟରଙ୍କୁ ହଲ ଅଫ୍ ଫେମରେ ସମ୍ମାନିତ କରାଯାଇଛି। ଏମଏସ ଧୋନିଙ୍କ ବ୍ୟତୀତ ମାଥ୍ୟୁ ହେଡେନ୍, ଗ୍ରାଏମ ସ୍ମିଥ୍, ଡାନିଏଲ୍ ଭିଟୋରି ଏବଂ ହାସିମ୍ ଆମଲାଙ୍କୁ ମଧ୍ୟ ହଲ ଅଫ୍ ଫେମରେ ସମ୍ମାନିତ କରାଯାଇଛି। ଧୋନୀ ଏହି ତାଲିକାରେ ସାମିଲ ହୋଇଥିବା ୧୧ତମ ଭାରତୀୟ କ୍ରିକେଟର ହୋଇଛନ୍ତି। ଧୋନି ତାଙ୍କର ଅନ୍ତର୍ଜାତୀୟ ଅବସରର ପ୍ରାୟ ୫ ବର୍ଷ ପରେ ଏହି ସମ୍ମାନ ପାଇଛନ୍ତି। ଧୋନୀ ୧୫ ଅଗଷ୍ଟ ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ। ଏମଏସ ଧୋନିଙ୍କ ଶେଷ ମ୍ୟାଚ୍ ୨୦୧୯ ବିଶ୍ୱକପର ସେମିଫାଇନାଲରେ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe