ସିଲି ପଏଣ୍ଟ : ଚର୍ଚ୍ଚାରେ ଧୋନି-କୋହଲି ଫଟୋ

Advertisment
ସିଲି ପଏଣ୍ଟ : ଚର୍ଚ୍ଚାରେ ଧୋନି-କୋହଲି ଫଟୋ

କୋଲକାତା : ବିରାଟ କୋହଲି ଭାରତୀୟ କ୍ରିକେଟ୍ ଦଳର ସଫଳତମ ଅଧିନାୟକ ହେବାର ଦ୍ବାର ଦେଶରେ ରହିଛନ୍ତି। ହେଲେ କୋହଲି ବ୍ୟକ୍ତିଗତ ଭାବେ ତାଙ୍କ ପୁରୁଣା ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅନୁପସ୍ଥିତିକୁ ଅନୁଭବ କରୁଛନ୍ତି। ଧୋନି ଓ ନିଜର ଏକ ଫଟୋ ପ୍ରକାଶ କରି ନିଜେ କୋହଲି ଏହି ଭାବନା ବ୍ୟକ୍ତ କରିଛନ୍ତି। ଏହି ଫଟୋରେ କୋହଲି ବର୍ଷାରେ ଧୋନିଙ୍କ ସହ ଅଭ୍ୟାସ କରୁଥିବାର ଦେଖିବାକୁ ମିଳୁଛି। ତା’ ସହ କୋହଲି ଲେଖିଛନ୍ତି ଯେ ଅପରାଧର ସାଥୀ, ସୀମା‌ ରେଖାରେ କ୍ଷେତ୍ରରକ୍ଷଣ କରୁଥିବା ଖେଳାଳିଙ୍କଠାରୁ ଦୁଇ ରନ୍ ଚୋରାଇ ନେଉ, କୁହନ୍ତୁ ତ କିଏ? କୋହଲି ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ଏହି ଫଟୋ ପ୍ରକାଶ କରିବା ପରେ ବେଶ୍ ଚର୍ଚିତ ହୋଇଥିଲା। ପ୍ରଶଂସକମାନେ ଏହାକୁ ବେଶ୍ ପସନ୍ଦ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe