ଏହି ଖାଦ୍ୟ ଖାଇବାକୁ ଖୁବ ପସନ୍ଦ କରନ୍ତି ଷ୍ଟାର କ୍ରିକେଟର ଧୋନି

ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ମହେନ୍ଦ୍ର ସିଂହ ଧୋନି। କ୍ରିକେଟକୁ ବହୁତ ପସନ୍ଦ କରୁଥିବା ଧୋନି କ’ଣ ଖାଇବାକୁ ବେଶି ପସନ୍ଦ କରନ୍ତି, ତାହା ଆପଣ ଜାଣନ୍ତି କି?

tmsd

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କୁ ବିଶ୍ବ କ୍ରିକେଟର ଅନ୍ୟତମ ସର୍ବକାଳୀନ ଶ୍ରେଷ୍ଠ କ୍ରିକେଟ ଖେଳାଳିର ମାନ୍ୟତା ଦିଆଯାଏ । ତାଙ୍କ ଅଧିନାୟକତ୍ବ ସମୟରେ ଭାରତୀୟ କ୍ରିକେଟ ସଫଳତାର ଶିଖର ଛୁଇଁଥିଲା । ସେ ଅଗଷ୍ଟ ୧୫, ୨୦୨୦ରେ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ସହ ଏକ ଯୁଗର ଅନ୍ତ ହୋଇଥିଲା । ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଇଥିଲେ ବି ଚେନ୍ନାଇ ସୁପର କିଙ୍ଗସ ସହ ଯୋଡି ହୋଇ ରହିଛନ୍ତି ଧୋନି। ତେବେ କ୍ରିକେଟକୁ ବହୁତ ପସନ୍ଦ କରୁଥିବା ଧୋନି କ’ଣ ଖାଇବାକୁ ବେଶି ପସନ୍ଦ କରନ୍ତି, ତାହା ଆପଣ ଜାଣନ୍ତି କି?

ଖବର ମୁତାବକ, ମହେନ୍ଦ୍ର ସିଂହ ଧୋନି ବଟର ଚିକେନ ଖାଇବାକୁ ବହୁତ ପସନ୍ଦ କରନ୍ତି। ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଲା ବଟର ଚିକେନ ଅର୍ଡର କଲେ ସେ ଚିକେନ ନଖାଇ ରୁଟି ସହ କେବଳ ତରକାରୀ ଖାଇବାକୁ ପସନ୍ଦ କରନ୍ତି। ଯଦି ସେ ରୁଟି ନଖାଆନ୍ତି, ତେବେ ତରକାରୀ ସହ ଚିକେନ ଖାଆନ୍ତି ବୋଲି ଏକ ସାକ୍ଷାତକାର‌ରେ ଧୋନିଙ୍କ ଜଣେ ବନ୍ଧୁ କହିଛନ୍ତି।

କିଛି ମାସ ତଳେ କ୍ରିକେଟରୁ ପୂର୍ଣ୍ଣ ଅବସର ନେବା ପରେ ଧୋନି କ’ଣ କରିବେ ତାହା ଜଣାଇ ଚର୍ଚ୍ଚାକୁ ଆସିଥିଲେ। ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ଜଣେ ପ୍ରଶଂସକ ଧୋନିଙ୍କୁ କ୍ରିକେଟ୍ ବ୍ୟତୀତ ତାଙ୍କ ଲକ୍ଷ୍ୟ କ’ଣ ବୋଲି ପଚାରିଥିଲେ। ଏହି ପ୍ରଶ୍ନର ଉତ୍ତରରେ ଧୋନି କହିଥିଲେ, “ମୁଁ ଏହା ବିଷୟରେ କେବେ ଚିନ୍ତା କରି ନାହିଁ। ମୁଁ ଏବେ କ୍ରିକେଟ୍ ଖେଳୁଛି। ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରେ ମୁଁ ଆଇପିଏଲ ଖେଳୁଛି। କ୍ରିକେଟ୍ ପରେ ମୁଁ କ’ଣ କରିବି ଜାଣି ନାହିଁ। ହେଲେ ଆମ ଯବାନମାନଙ୍କ ସହ ନିଶ୍ଚତ ଭାବେ କିଛି ସମୟ ବିତାଇବାକୁ ପସନ୍ଦ କରିବି।”

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe