ଚେନ୍ନାଇ : ଚଳିତ ବର୍ଷର ଇଣ୍ଡିଆନ୍ ପ୍ରିମିୟର ଲିଗରେ ଚେନ୍ନାଇ ସୁପର କିଙ୍ଗ୍ସର ପ୍ରଦର୍ଶନ ଅତ୍ୟନ୍ତ ଖରାପ ଥିଲା । ପୂର୍ବତନ ଭାରତୀୟ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଅଧିନାୟକତ୍ୱ ଥିବା ସତ୍ତ୍ବେ ଏହି ଦଳ ବହୁତ ଖରାପ ପ୍ରଦର୍ଶନ କରିଥିଲା ଏବଂ ପଏଣ୍ଟ ଟେବୁଲର ସବୁଠାରୁ ତଳେ ଥିଲା। ଏପରିକି ଧୋନୀଙ୍କ ପ୍ରଦର୍ଶନ ବି ଖରାପ ଥିଲା । ଏହା ପରେ, ଆଇପିଏଲରୁ ଧୋନିଙ୍କ ଅବସରକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା, କିନ୍ତୁ ଏକ ସାକ୍ଷାତକାର ସମୟରେ ସେ ଏପରି ଏକ ଖୁଲାସା କରିଛନ୍ତି, ଯାହା କ୍ରିକେଟ୍ ପ୍ରଶଂସକଙ୍କୁ ଆଶ୍ଚର୍ଯ୍ୟ କରିଛି। ଧୋନୀ ଆହୁରି ପାଞ୍ଚ ବର୍ଷ ଖେଳିବା ଲାଗି ନିଜର ଇଛା ଥିବା କହିଥିଲେ, କିନ୍ତୁ ଏହା ସହିତ ସେ କହିଥିଲେ ଯେ ଏଥିପାଇଁ ଫିଟନେସ ରହିବା ବଡ଼ ପ୍ରଶ୍ନ।
"ମୋତେ ଆଗାମୀ ୫ ବର୍ଷ ପାଇଁ କ୍ରିକେଟ୍ ଖେଳିବାକୁ ଅନୁମତି ମିଳିଛି, କିନ୍ତୁ ଡାକ୍ତର କେବଳ ଦୃଷ୍ଟିଶକ୍ତି ପାଇଁ ଅନୁମତି ଦେଇଛନ୍ତି, ମୋ ଶରୀର ପାଇଁ ନୁହେଁ। ଏପରି ପରିସ୍ଥିତିରେ, ମୁଁ କେବଳ ମୋ ଆଖିକୁ ନେଇ କ୍ରିକେଟ୍ ଖେଳିପାରିବି ନାହିଁ"।
ଚେନ୍ନାଇରେ ଏକ କାର୍ଯ୍ୟକ୍ରମ ସମୟରେ, ମହେନ୍ଦ୍ର ସିଂହ ଧୋନିଙ୍କୁ ଆଇପିଏଲ ୨୦୨୬ରେ ଖେଳିବା ବିଷୟରେ ପ୍ରଶ୍ନ ପଚରାଯାଇଥିଲା। ଏଥିରେ ସେ କହିଥିଲେ, "ମୋତେ ଆଗାମୀ ୫ ବର୍ଷ ପାଇଁ କ୍ରିକେଟ୍ ଖେଳିବାକୁ ଅନୁମତି ମିଳିଛି, କିନ୍ତୁ ଡାକ୍ତର କେବଳ ଦୃଷ୍ଟିଶକ୍ତି ପାଇଁ ଅନୁମତି ଦେଇଛନ୍ତି, ମୋ ଶରୀର ପାଇଁ ନୁହେଁ। ଏପରି ପରିସ୍ଥିତିରେ, ମୁଁ କେବଳ ମୋ ଆଖିକୁ ନେଇ କ୍ରିକେଟ୍ ଖେଳିପାରିବି ନାହିଁ"। ଅର୍ଥାତ ଧୋନୀ ପରୋକ୍ଷରେ ସୂଚାଇ ଦେଇଛନ୍ତି ଯେ ସେ ଆଇପିଏଲ ଖେଳିବାକୁ ଇଚ୍ଛୁକ ଥିଲେ ବି ଏହି ବୟସରେ ଫିଟନେସ ରକ୍ଷା କରିବା ସହଜ ନୁହେଁ ।
Follow Us