ମୁହଁ ଖୋଲିଲେ ମାହି, ବିରୋଧୀଙ୍କୁ ଦେଲେ ଜବାବ

Advertisment

ଧୋନିଙ୍କ କ୍ୟାରିୟର ନେଇ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଓ ଅଗରକର ଆଲୋଚନା ପ୍ରସଙ୍ଗ

ଧୋନିଙ୍କ କ୍ୟାରିୟର ନେଇ ପୂର୍ବତନ କ୍ରିକେଟର ଲକ୍ଷ୍ମଣ ଓ ଅଗରକର ଆଲୋଚନା ପ୍ରସଙ୍ଗ

ମୁହଁ ଖୋଲିଲେ ମାହି, ବିରୋଧୀଙ୍କୁ ଦେଲେ ଜବାବ

ନୂଆଦିଲ୍ଲୀ: ଫର୍ମ ଓ ଫିନିସିଙ୍ଗକୁ ନେଇ ନିୟମିତ ଭାବରେ ଆଲୋଚନା ପ୍ରସଙ୍ଗରେ ଭାରତୀୟ କ୍ରିକେଟର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମୁହଁ ଖୋଲିଛନ୍ତି। ଜାତୀୟ ଗଣମାଧ୍ୟମକୁ ଧୋନି କହିଛନ୍ତି, ସମସ୍ତଙ୍କ ଜୀବନରେ ନିଜର ବି ସ୍ୱାଧୀନତା ଥାଏ। ନିଜର ମଧ୍ୟ କିଛି କହିବାର ଅଧିକାର ଅଛି। ପୂର୍ବତନ ଦ୍ରୁତ ବୋଲର ଅଜିତ ଅଗରକରଙ୍କ ବୟାନର ଜବାବ ଦେବାକୁ ଯାଇ ସେ ଏହା କହିଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷରେ ଗୁଜରାଟର ରାଜକୋଟ ଷ୍ଟାଡିୟମରେ ଭାରତ ପରାସ୍ତ ହେବା ପରେ ଅଗରକର ଓ ପୂର୍ବତନ ବ୍ୟାଟ୍ସମ୍ୟାନ ଭିଭିଏସ୍‌ ଲକ୍ଷ୍ମଣ ଟି-୨୦ କ୍ୟାରିୟର ନେଇ ବୟାନ ଦେଇଥିଲେ। ଧୋନି କହିଛନ୍ତି, ଭାରତୀୟ କ୍ରିକେଟ ଟିମ୍‌ରେ ଖେଳିବା ହିଁ ସବୁଠାରୁ ବଡ଼ ପ୍ରେରଣା।

କ୍ରିକେଟରଙ୍କୁ ଭଗବାନଙ୍କ ଠାରୁ ପୁରସ୍କାର ମିଳି ନଥାଏ କିନ୍ତୁ ତଥାପି ମଧ୍ୟ କ୍ୟାରିୟର ଲମ୍ବା ହୋଇଥାଏ। କୋଚଙ୍କୁ ଏକଥା ଜାଣିବା ଦରକାର। ସମସ୍ତେ ଦେଶ ପାଇଁ ଖେଳି ନଥାନ୍ତି। ଦୁବାଇରେ ନିଜର ପ୍ରଥମ ଇଣ୍ଟରନ୍ୟାସନାଲ କ୍ରିକେଟ ଏକାଡେମୀର ଉଦ୍‌ଘାଟନ ଅବସରରେ ଧୋନି ଏହା କହିଛନ୍ତି। ଫଳାଫଳ ଅପେକ୍ଷା ପ୍ରକ୍ରିୟାକୁ ଅଧିକ ଗୁରୁତ୍ୱ ଦିଆଯିବାର ଦରକାର ଅଛି। ମୁଁ କୌଣସି ଫଳାଫଳକୁ ବିଷୟରେ ଚିନ୍ତା କରି ନଥାଏ। ଧରନ୍ତୁ ୧୦ ରନ୍‌ ହେଉ ବା ୫ରନ୍‌ ଅଥବା ୧୪ ରନ୍‌ କରିବାର ଥାଉ, ମୁଁ ସବୁବେଳେ ଭଲ କରିବାକୁ ଚାହିଁଥାଏ।

ଟେନିସ ଖେଳରୁ ହେଲିକପ୍ଟର ସର୍ଟ ଶିଖିଛି: ଧୋନି

ଗଣମାଧ୍ୟମର ପ୍ରତିନିଧିମାନେ ଯେତେବେଳେ ହେଲିକ୍ପଟର ସର୍ଟ ବାବାଦରେ ପଚାରିଲେ, ଧୋନି କହିଛନ୍ତି ସେ ଚାହାଁନ୍ତି ନାହିଁ ଯେ ଯୁବ ଖେଳାଳି ମଧ୍ୟ ଏଭଳି ସର୍ଟ ଖେଳନ୍ତୁ। କାରଣ ଏଭଳି ସର୍ଟରେ ଆହତ ହେବାର ସମ୍ଭାବନା ଅଧିକ ରହିଛି। ଧୋନି କହିଛନ୍ତି, ଟେନିଟ ବଲ ଖେଳିବା ସମୟରେ ଏହି ସର୍ଟ ଶିଖିଛି। ଏହା ଅଡୁଆ ଯେ, ଟେନିସ ବଲ ଯଦି ବ୍ୟାଟର ତଳ ପାର୍ଶ୍ୱରେ ସଂଯୋଗ ହୋଇଥାଏ, ତେବେ ବଲ ଦୂରକୁ ଯାଇପାରିବ କିନ୍ତୁ କ୍ରିକେଟରରେ ବଲଟି ବ୍ୟାଟର ମଝିରେ ସଂଯୋଗ ହେବା ଦରକାର। ମୁଁ ଚାହୁଁନାହିଁ ଯୁବ ଖେଳାଳି ଏଭଳି ଖେଳନ୍ତୁ।

ଏହା ପୂର୍ବରୁ ଟିମ୍‌ ଇଣ୍ଡିଆର ମୁଖ୍ୟ କୋଚ ରବି ଶାସ୍ତ୍ରୀ କହିଛନ୍ତି, ଜଣେ ଭଲ ଖେଳାଳି ହୋଇଥିଲେ ମଧ୍ୟ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କୁ କିଛି ଲୋକ ସହ୍ୟ କରିପାରୁ ନାହାଁନ୍ତି। କିଛି ଲୋକ ଚାହାଁନ୍ତି ଧୋନିଙ୍କ କ୍ୟାରିୟର ଶେଷ ହୋଇଯାଉ। ପଶ୍ଚିମବଙ୍ଗର ଏକ ଦୈନିକ ଖବରକାଗଜକୁ ସାକ୍ଷାତକାରରେ ଶାସ୍ତ୍ରୀ କହିଛନ୍ତି, ଏମିତି ଲାଗୁଛି, ଧୋନିଙ୍କ ନିକଟରେ ତାଙ୍କୁ ସହ୍ୟକରିପାରୁ ନଥିବା ଅନେକ ଲୋକ ଅଛନ୍ତି। ଏହି ଧରଣର ଲୋକମାନେ କେବଳ ଧୋନିଙ୍କ ଖରାପ ଦିନକୁ ଦେଖନ୍ତି। ଭାରତୀୟ କୋଚ କହିଛନ୍ତି, କିଛି ଲୋକ ଏମିତି ଥାଆନ୍ତି, ଯେଉଁମାନେ କି ଧୋନିଙ୍କ କ୍ୟାରିୟର ଶେଷ ହେବାକୁ ଦିନ ଗଣୁଛନ୍ତି। କୋଚ କହିଛନ୍ତି, ଭାରତୀୟ ଟିମ୍‌ ଜାଣିଛି ଯେ, ଧୋନିଙ୍କ ପାଖରେ କ’ଣ କ୍ଷମତା ରହିଛି। ଧୋନିଙ୍କୁ ସମାଲୋଚନା କଲେ ବି କୌଣସି ଅସୁବିଧା ନାହିଁ। ଶାସ୍ତ୍ରୀ କହିଛନ୍ତି, ଆଲୋଚନାରେ ମତେ କୌଣସି ଅସୁବିଧା ହେଉ ନାହିଁ। ଆମେ ଜାଣିଛେ, ଆମର ମନରେ ଧୋନି କ’ଣ?

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe