ରାଞ୍ଚି: ପୂର୍ବତନ ଭାରତୀୟ କ୍ରିକେଟ୍ ଦଳର ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମଙ୍ଗଳବାର ଟେନିସ୍ରେ କମାଲ କରିଛନ୍ତି। ସ୍ଥାନୀୟ ଜେଏସ୍ସିଏ କଣ୍ଟ୍ରି କ୍ରିକେଟ୍ କ୍ଲବ୍ ଟେନିସ୍ କୋର୍ଟରେ ଖେଳାଯାଇଥିବା ଏକ ଟେନିସ୍ ପ୍ରତିଯୋଗିତାରେ ସେ ଖେଳାଳି ଭାବେ ଅଂଶ ଗ୍ରହଣ କରିଥିଲେ। ଟ୍ରାଉଜର ସାଙ୍ଗକୁ ଫୁଲ୍ ଟି ସାର୍ଟ ପିନ୍ଧି ଧୋନି ଯୁଗଳରେ ସୁମିତ କୁମାରଙ୍କୁ ସାଥୀ କରି ଖେଳିଥିଲେ। ସେହି ମ୍ୟାଚ୍ରେ ଧୋନି-ସୁମିତ୍ ୬-୧, ୬-୦ ସିଧାସଳଖ ସେଟ୍ରେ ପବନ କୁମାର ଓ ବ୍ରଜେଶ ସିଂହଙ୍କୁ ମାତ୍ ଦେଇ କ୍ବାର୍ଟର୍ ଫାଇନାଲ୍ ସ୍ଥାନ ପକ୍କା କରିଥିଲେ। କ୍ରିକେଟରେ ନିଜର ଦବ୍ଦବା ଛାଡ଼ିଥିବା ଧୋନି ଏହି ଟେନିସ୍ ମ୍ୟାଚ୍ରେ ଜଣେ ପେସାଦାର ଖେଳାଳି ଭାବେ ପ୍ରଦର୍ଶନ କରିଥିଲେ। ଯାହାକୁ ସେଠାରେ ଉପସ୍ଥିତ ଥିବା ଦର୍ଶକ ମନଭରି ଉପଭୋଗ କରିଥିଲେ। ଏହି ପ୍ରତିଯୋଗିତାରେ ଧାନବାଦ, ଜାମସେଦପୁର ଏବଂ ରାଞ୍ଚିର ପ୍ରାୟ ୫୦ ଖେଳାଳି ଭାଗ ନେଇଥିଲେ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
{{#pages}}
{{/pages}}
Follow Us