ଭାରତୀୟ କ୍ରିକେଟ ପ୍ରତି ଧୋନୀଙ୍କ ଅବଦାନର ତୁଳନା ନାହିଁ : ସଚିନ

Advertisment
ଧୋନି କହିଥିଲେ ଭାରତରେ ବିଭାଜିତ ନେତୃତ୍ବ କାମ କରିବନି

bcci

ଭୁବନେଶ୍ୱର : ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଗ୍ରହଣ କରିବା ପରେ କ୍ରିକେଟ ଜଗତରେ ଚହଳ ପଡ଼ିଯାଇଛି । ଗୋଟିଏ ଯୁଗର ଅନ୍ତ ହେଲା ବୋଲି କ୍ରିକେଟ ବିଶେଷଜ୍ଞମାନେ କହୁଛନ୍ତି ।

କ୍ରିକେଟ କିମ୍ବଦନ୍ତିରେ ପରିଣତ ହୋଇଥିବା ସଚିନ ତେନ୍ଦୁଲକର ଟ୍ଵିଟ କରି ଲେଖିଛନ୍ତି ଯେ “ଭାରତୀୟ କ୍ରିକେଟ ପ୍ରତି ଧୋନୀଙ୍କ ଅବଦାନ ଅତୁଳନୀୟ । ୨୦୧୧ ବିଶ୍ୱକପ ବିଜୟ ମୋ ଜୀବନର ସର୍ବଶ୍ରେଷ୍ଠ କ୍ଷଣ ହୋଇ ରହିବ ।” ସେହିପରି ଭାରତୀୟ କ୍ରିକେଟର ଅନ୍ୟତମ ବିସ୍ଫୋରକ ବ୍ୟାଟସମ୍ୟାନ ବିରେନ୍ଦ୍ର ସେହଓ୍ଵାଗ ଲେଖିଛନ୍ତି ଧୋନୀଙ୍କ ପରି ପୂର୍ବରୁ କେହି ନଥିଲେ, କେହି ନାହିଁ ବା ଆଗକୁ କେହି ହେବେ ନାହିଁ ।

ସେହିପରି ଗୃହମନ୍ତ୍ରୀ ଅମିତ ଶାହା ନିଜର ସ୍ୱତନ୍ତ୍ର ଖେଳ ଶୈଳୀ ପାଇଁ ଧୋନା ଲକ୍ଷ ଲକ୍ଷ କ୍ରିକେଟ ପ୍ରେମୀଙ୍କୁ ବଶୀଭୂତ କରି ରଖିଥିଲେ । ନିଜର ଥଣ୍ଡା ଦିମାକ ପାଇଁ ସେ ଅନେକ ପ୍ରତିକୂଳ ପରିସ୍ଥିତିରେ ମଧ୍ୟ ଦଳକୁ ବିଜୟ ଆଣିଦେଇଥିଲେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe