‘ଧୋନିଙ୍କ ଭବିଷ୍ୟତ ସେ ନିଜେ ନିର୍ଧାରଣ କରନ୍ତୁ’

ବିପ୍ଳବଙ୍କ ବିଶ୍ବାସ ଭାରତ ଦାବିଦାର

‘ଧୋନିଙ୍କ ଭବିଷ୍ୟତ ସେ ନିଜେ ନିର୍ଧାରଣ କରନ୍ତୁ’

କଟକ: ଚଳିତ ବର୍ଷର କ୍ରିକେଟ ବିଶ୍ବକପ୍‌ ପାଇଁ ଏବେ ଚାରିଆଡେ ଉତ୍ସାହର ମାହୋଲ। ବିଶ୍ବକପ୍‌ ଯେତିକି ପାଖେଇ ଆସୁଛି, ବିଭିନ୍ନ ବିଷୟକୁ ନେଇ ଚର୍ଚ୍ଚା ମଧ୍ୟ ସେତେ ବଢୁଛି। ତେବେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସି˚ହ ଧୋନିଙ୍କ ପାଇଁ ଏହା ଶେଷ ବିଶ୍ବକପ୍‌ ବୋଲି ଚାରିଆଡେ ଚର୍ଚ୍ଚା ଚାଲିଛି। ଦୀର୍ଘ ବର୍ଷ ଧରି ସେ ଭାରତୀୟ ଦଳର ପ୍ରମୁଖ ଅଙ୍ଗ ଭାବେ ରହିଆସିଛନ୍ତି, ଏବେ ତାଙ୍କର ଅବସର ନେବା ସମୟ ଆସିଥିବା ଅନେକ ମତ ରଖୁଛନ୍ତି। କିନ୍ତୁ ଧୋନିଙ୍କୁ ତାଙ୍କ ଭବିଷ୍ୟତ ନିର୍ଧାରଣ କରିବାକୁ ଛାଡ଼ି ଦିଆଯାଉ ବୋଲି ଓଡ଼ିଶା ରଣଜୀ ଦଳର ଅଧିନାୟକ ବିପ୍ଲବ ସାମନ୍ତରାୟ କହିଛନ୍ତି। ଏବେ ବି ସେ ଫିଟ୍‌ ଅଛନ୍ତି, ଵିକେଟ ମଧ୍ୟରେ ଦୌଡ଼ିବା ଦକ୍ଷତାକୁ ନେଇ କୌଣସି ସନ୍ଦେହ ନାହିଁ। ମ୍ୟାଚର ମୋଡ଼ ଯେ କୌଣସି ମୁହୂର୍ତ୍ତରେ ସେ ବଦଳାଇ ଦେଇପାରନ୍ତି। ସେ ନଥିଲେ ଦଳର କ'ଣ ଅବସ୍ଥା ହେଉଛି, ତାହାକୁ ଆଇପିଏଲ୍‌ ମ୍ୟାଚ ବେଳେ ସମସ୍ତେ ହୃଦ୍‌ବୋଧ କରିଛନ୍ତି। ତାଙ୍କର ନେତୃତ୍ବ ନେବା କୌଶଳ ତାଙ୍କୁ ସ୍ବତନ୍ତ୍ର ପରିଚୟ ଦେଇଛି। ତେଣୁ ସେ କେତେଦିନ ପର୍ଯ୍ୟନ୍ତ ଭାରତୀୟ ଦଳକୁ ତାଙ୍କର ସେବା ପ୍ରଦାନ କରିବେ ତାହା ସେ ନିଷ୍ପତ୍ତି ନିଅନ୍ତୁ ବୋଲି ବିପ୍ଲବ କହିଛନ୍ତି।
ବିଶ୍ବକପ୍‌ରେ ପ୍ରତ୍ୟେକ ମ୍ୟାଚ ମଜାଦାର ହେବ। ଇ˚ଲଣ୍ତ ପରିବେଶରେ ପ୍ରତ୍ୟେକ ମ୍ୟାଚରେ ଅଧିକ ରନ୍‌ ସ˚ଗ୍ରହ ହେଉଛି। ଅନ୍ୟପକ୍ଷରେ ସବୁ ଦଳ ସନ୍ତୁଳିତ ଅଛନ୍ତି। ଭାରତ ମଧ୍ୟ ଯୁବ ଓ ଅଭିଜ୍ଞ ଖେଳାଳିଙ୍କୁ ନେଇ ଇ˚ଲଣ୍ତ ପରିବେଶରେ ଖେଳିବ। ସମସ୍ତେ ଭଲ ଫର୍ମରେ ଥିବା ଆଇପିଏଲ୍‌ରେ ଦେଖିବାକୁ ମିଳିଛି। ତେଣୁ ସବୁଆଡୁ ନଜରରେ ରଖିଲେ ଭାରତ ଏହି ପ୍ରତିଯୋଗିତାରେ ଫେଭରିଟ୍‌ ଦଳ ରହିବ ବୋଲି ବିପ୍ଲବ କହିଛନ୍ତି। ପାକିସ୍ଥାନ ବିପକ୍ଷ ମ୍ୟାଚକୁ ସମସ୍ତେ ଉତ୍କଣ୍ଠାର ସହ ଅପେକ୍ଷା କରିଥାନ୍ତି। ଯେତେ ମ୍ୟାଚ ହୁଏ, ଭାରତ-ପାକିସ୍ଥାନ ମଧ୍ୟରେ ଖେଳାଯାଉଥିବା ମ୍ୟାଚକୁ 'ମଦର ଅଫ୍‌ ଅଲ୍‌ ବ୍ୟାଟଲ୍ସ' କୁହାଯାଉଛି। ପୂର୍ବ ଭଳି ବିଶ୍ବକପ୍‌ରେ ଭାରତ ତାହାର କୀର୍ତ୍ତିମାନ ପୁଣି କାଏମ ରଖୁ ବୋଲି ସେ ଆଶା କରିଛନ୍ତି। ବିଶ୍ବକପ୍‌ ଆରମ୍ଭ ହେବା ବେଳକୁ ବିପ୍ଲବ କାର୍ଯ୍ୟାଳୟ ମ୍ୟାଚ ପାଇଁ ଡେରାଡୁନ୍‌ ଯିବେ। ସେଠାରେ ଥିବାବେଳେ କିଛି ମ୍ୟାଚ ଦେଖିବେ। ତେବେ ୩ତାରିଖ ବେଳକୁ ଘରକୁ ଫେରିଆସିବା ପରେ ପରିବାର ଲୋକଙ୍କ ସହ ବିଶ୍ବକପ୍‌ ଉପଭୋଗ କରିବାକୁ ଯୋଜନା ରଖିଥିବା ବିପ୍ଲବ ପ୍ରତିକ୍ରିୟା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe