ମାତ୍ର ୪୦ ଟଙ୍କାରେ ଏହି ବୈଦ୍ୟଙ୍କ ପାଖରୁ ଔଷଧ ଆଣନ୍ତି ମହେନ୍ଦ୍ର ସିଂହ ଧୋନି

ମାତ୍ର ୪୦ ଟଙ୍କାରେ ଏହି ବୈଦ୍ୟଙ୍କ ପାଖରୁ ଔଷଧ ଆଣନ୍ତି ମହେନ୍ଦ୍ର ସିଂହ ଧୋନି

NDTV Sports

ରାଞ୍ଚି: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ଏମଏସ ଧୋନିଙ୍କ ପାଖରେ ଟଙ୍କା ଅଭାବ ନାହିଁ, ତଥାପି ସେ ୪୦ ଟଙ୍କିଆ ଚିକିତ୍ସାରେ ଉପଶମ ପାଆନ୍ତି | କଥାଟି ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସମ୍ପୂର୍ଣ୍ଣ ସତ୍ୟ | ଦୀର୍ଘଦିନ ଧରି ଆଣ୍ଠୁରେ ସମସ୍ୟା ଯୋଗୁଁ ଧୋନି ଏବେ ଏଥିରୁ ମୁକ୍ତି ପାଇବା ପାଇଁ ଆୟୁର୍ବେଦ ଆଡକୁ ମୁହାଁଇଛନ୍ତି। ଆୟୁର୍ବେଦ ଡାକ୍ତରଙ୍କ ଦେୟ ମାତ୍ର ୪୦ ଟଙ୍କା ହୋଇଥିବାବେଳେ ଆଶ୍ଚର୍ଯ୍ୟର କଥା ଯେ ଚିକିତ୍ସା କରୁଥିବା ବୈଦ୍ୟ ବି ଜାଣିନଥିଲେ ଯେ ଧୋନି ଲଗାତାର ତାଙ୍କ ପାଖକୁ ଆସୁଛନ୍ତି | କିନ୍ତୁ ଯେତେବେଳେ ଧୋନି ଏବାବଦରେ ନିଜେ କହିଲେ ବୈଦ୍ୟ ଜଣକ ବିଶ୍ୱାସ କରିପାରିନଥିଲେ |

ମିଳିଥିବା ସୂଚନା ମୁତାବକ ଧୋନି ରାଞ୍ଚିର ବୈଦ୍ୟ ବନ୍ଧନ ସିଂ ଖରୱାର ନାମକ ଜଣେ ଆୟୁର୍ବେଦିକ ଡାକ୍ତରଙ୍କ ନିକଟକୁ ଯାଇଥିଲେ, ଯିଏ ଗଛ ତଳେ ବସି ରୋଗୀଙ୍କୁ ଚିକିତ୍ସା କରନ୍ତି। ଏହି ବୈଦ୍ୟ ରୋଗୀଙ୍କ ଅସୁସ୍ଥତାକୁ ଭଲ କରିବା ପାଇଁ ନିଜେ ଜଙ୍ଗଲକୁ ଯାଇ ଚେରମୂଳି ସଂଗ୍ରହ କରି ଆଣିଥାନ୍ତି | ତେବେ ବୈଦ୍ୟ ଚିକିତ୍ସା ପାଇଁ ମାତ୍ର ୪୦ ଟଙ୍କା ନେଉଥିବାବେଳେ ଧୋନି ତାଙ୍କୁ ଅଧିକ ଟଙ୍କା ଯାଚିଥିଲେ ବି ସେ ନେଇନଥିଲେ | ଧୋନିଙ୍କର ପିତାମାତା ମଧ୍ୟ ସେମାନଙ୍କର ଚିକିତ୍ସା ପାଇଁ ବୈଦ୍ୟ ବନ୍ଧନ ଖାରୱାରଙ୍କ ଠାରୁ ଔଷଧ ନେଇ ସୁସ୍ଥ ହୋଇଥିଲେ |

एमएस धोनी 40 रुपये में करा रहे थे इलाज, डॉक्टर को पता नहीं थी ये बात 

ଏହା ପରେ ଧୋନି ନିଜର ଚିକିତ୍ସା ପାଇଁ ବୈଦ୍ୟଙ୍କ ପାଖକୁ ଯାଇଥିଲେ । ଧୋନିଙ୍କ ଆସିବାକୁ ନେଇ ବୈଦ୍ୟ ଜଣକ କହିଛନ୍ତି, "ଧୋନି ଜଣେ ସାଧାରଣ ରୋଗୀଙ୍କ ପରି ଆସନ୍ତି। ଜଣେ ସଫଳ ସେଲିବ୍ରିଟି ହୋଇଥିଲେ ବି ତାଙ୍କର ଗର୍ବ ନାହିଁ। ପ୍ରକୃତରେ, ଚେନ୍ନାଇ ସୁପର କିଙ୍ଗ୍ସ (ସିଏସକେ) ଅଧିନାୟକ ମହେନ୍ଦ୍ର ସିଂ ଧୋନି ରାଞ୍ଚି ନିକଟରେ ଥିବା ଏକ ଛୋଟ ଗାଁକୁ ଯାଉଥିବାର ଫଟୋ ସୋସିଆଲ ମିଡିଆରେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe