ମୁମ୍ବାଇରେ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ ଧୋନି

Advertisment
ମୁମ୍ବାଇରେ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ ଧୋନି

ଚେନ୍ନାଇ : ଚଳିତ ଆଇପିଏଲ୍‌ରେ ଆହତ ଆଣ୍ଠୁ ସହ ମ୍ୟାଚ୍‌ ଖେଳିଥିବା ଚେନ୍ନାଇ ସୁପରକିଙ୍ଗ୍ସ (ସିଏସ୍‌କେ) ଅଧିନାୟକ ମହେନ୍ଦ୍ର ସିଂହ ଧୋନି ତାଙ୍କର ଚିକିତ୍ସା ପାଇଁ ମୁମ୍ବାଇସ୍ଥିତ ସ୍ପୋର୍ଟ୍ସ ଅର୍ଥୋପେଡିକ୍ସ ଡାକ୍ତରଙ୍କ ପରାମର୍ଶ ନେବେ। ସିଏସ୍‌କେ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କାଶୀ ବିଶ୍ବନାଥନ୍‌ ଏହି ସୂଚନା ଦେବା ସହ ରିପୋର୍ଟ ଆସିବା ପରେ ଆବଶ୍ୟକ ପଡ଼ିଲେ ଧୋନିଙ୍କ ବାମ ଆଣ୍ଠୁର ସର୍ଜରି କରାଯିବ ବୋଲି କହିଛନ୍ତି।

ଆଇପିଏଲ୍‌ର ସମସ୍ତ ମ୍ୟାଚ୍‌ଗୁଡ଼ିକରେ ଧୋନି ଆଣ୍ଠୁ ଉପରେ ପଟି ବନ୍ଧି ଖେଳିଥିଲେ। ୱିକେଟ୍‌ ପଛରେ ରହିବା ସମୟରେ ସବୁକିଛି ଠିକ୍‌ଠାକ୍‌ ଜଣାପଡୁଥିଲା ବେଳେ ଡେରିରେ ବ୍ୟାଟିଂ କରିବାକୁ ଆସୁଥିଲେ। ଆସନ୍ତା ଋତୁରେ ଧୋନି ଖେଳିବେ ନା ତାଙ୍କ ସ୍ଥାନକୁ ଅନ୍ୟ ଖେଳାଳିଙ୍କ ପାଇଁ‌ ଖୋଲା ରଖିବେ ପ୍ରଶ୍ନ କରାଯାଇଥିଲା। କିନ୍ତୁ ସବୁ ନିଷ୍ପତ୍ତି ଧୋନିଙ୍କ ଉପରେ ଛାଡ଼ି ଦିଆଯାଇଥିବା ବିଶ୍ବନାଥନ୍‌ କହିବା ସହ ସିଏସ୍‌କେ ଦଳରେ ଏଭଳି ଚିନ୍ତାଧାରାକୁ ବି ପ୍ରଶ୍ରୟ ଦିଆଯାଉନଥିବା ସେ ପ୍ରତିକ୍ରିୟା ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe