ଡ୍ରୋନ୍ ଉଡ଼ାଇବେ ଧୋନି

ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଚର୍ଚ୍ଚିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାଇକ୍ ପ୍ରେମ କାହାକୁ ଅଛପା ନାହିଁ। ଏବେ ଧୋନି କିନ୍ତୁ ବାଇକ୍ ଛାଡ଼ି ଡ୍ରୋନ୍ ପଛରେ ମାତିଛନ୍ତି। ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କଠାରୁ....

dagdadgadgadg

Photograph: (Rediff)

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଚର୍ଚ୍ଚିତ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ବାଇକ୍ ପ୍ରେମ କାହାକୁ ଅଛପା ନାହିଁ। ଏବେ ଧୋନି କିନ୍ତୁ ବାଇକ୍ ଛାଡ଼ି ଡ୍ରୋନ୍ ପଛରେ ମାତିଛନ୍ତି। ଆନୁଷ୍ଠାନିକ ପ୍ରଶିକ୍ଷଣ ନେଇ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶକ (ଡିଜିସିଏ)ଙ୍କଠାରୁ ଡ୍ରୋନ୍ ଉଡ଼ାଇବାର ଲାଇସେନ୍ସ ପ୍ରାପ୍ତ କରିଛନ୍ତି। ଧୋନି ଡିଜିସିଏଙ୍କ ସ୍ବୀକୃତିପ୍ରାପ୍ତ ପ୍ରତିଷ୍ଠାନ ଗରୁଡ଼ ଏରୋସ୍ପେସ୍‌ରୁ ଡ୍ରୋନ୍ ଉଡ଼ାଇବାର ତାଲିମ ନେଇଛନ୍ତି। ପୂର୍ବରୁ ସେ ଆଞ୍ଚଳିକ ସେନାର ସମ୍ମାନସୂଚକ କର୍ଣ୍ଣେଲ ପଦରେ ମଧ୍ୟ ଅବସ୍ଥାପିତ ହୋଇସାରିଛନ୍ତି।

ଭାରତ-ପାକିସ୍ତାନ ୪ଦିନିଆ ଯୁଦ୍ଧରେ ଉଭୟ ପକ୍ଷ ଡ୍ରୋନ୍ ଆକ୍ରମଣ କରି ପରସ୍ପରକୁ ଘାଇଲା କରିବାକୁ ଚେଷ୍ଟା କରିଥିଲେ। ଏଭଳି ସ୍ଥିତିରେ ଧୋନି ନିଜ ତରଫରୁ ଡ୍ରୋନ୍ ଉଡ଼ାଇବା ଲାଇସେନ୍ସ ହାସଲ କରି ପ୍ରଶଂସକଙ୍କୁ ପରୋକ୍ଷରେ ଦେଶ ମାତୃକାର ସେବା ପାଇଁ ସବୁବେଳେ ପ୍ରସ୍ତୁତ ରହିବାକୁ ସଙ୍କେତ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe