ଧୋନି କୌଣସି ମୁହୂର୍ତରେ ଆଇପିଏଲ୍‌ ଛାଡ଼ିବେ: ଚୋପ୍ରା

ମଲାନ୍‌ଙ୍କୁ ରାଇନାଙ୍କ ବଦଳ ଖେଳାଳି ଖବରକୁ ଖଣ୍ଡନ କଲା ସିଏସ୍‌କେ

ଧୋନି କୌଣସି ମୁହୂର୍ତରେ ଆଇପିଏଲ୍‌ ଛାଡ଼ିବେ: ଚୋପ୍ରା

ଦୁବାଇ: ସୁରେଶ ରାଇନା ଓ ହଭରଜନ ସିଂହ ଓହରିଯିବା ସହିତ କିଛି ସଦସ୍ୟ କରୋନା ଆକ୍ରାନ୍ତ କାରଣରୁ ଚେନ୍ନାଇ ସୁପର୍‌ କିଙ୍ଗ୍ସର ଆଇପିଏଲ୍‌-୧୩ ପ୍ରସ୍ତୁତି ଅଭିଯାନ ଠିକଣା ପଥରେ ନ ଥିଲେ ମଧ୍ୟ ମହେନ୍ଦ୍ର ସିଂହ ଧୋନିଙ୍କ ଦଳ ଚଳିତ ବର୍ଷ ଚତୁର୍ଥ ଟ୍ରଫି ବିଜୟ ଲକ୍ଷ୍ୟରେ ରହିଛି। ତେବେ ଅନ୍ତର୍ଜାତୀୟ କ୍ରିକେଟରୁ ଧୋନି ଅବସର ନେବା ପରେ ମଧ୍ୟ କୌଣସି ମୁହୂର୍ତରେ ବି ଆଇପିଏଲ୍‌ ଛାଡ଼ିପାରନ୍ତି ବୋଲି ଆକଳନ କରିଛନ୍ତି ପୂର୍ବତନ କ୍ରିକେଟର୍ ଆକାଶ ଚୋପ୍ରା। ଏକ ୟୁଟ୍ୟୁବ୍ ଆଲୋଚନା ବେଳେ ଚୋପ୍ରା କହିଛନ୍ତି ‘ଧୋନି ଛାଡ଼ିଦେବା ପରେ ଚେନ୍ନାଇ ସୁପର୍ କିଙ୍ଗ୍ସ ଦଳ ନିଶ୍ଚିତ ଅଧା ହୋଇଯିବ। ଆଇପିଏଲ୍‌ ଆରମ୍ଭ ଦିନରୁ ସେ ‌ଯେଭଳି ପ୍ରଭାବ ପକାଇଛନ୍ତି ତାହା ଅନ୍ୟ କେହି କରିପାରିବେ ନାହିଁ। ସିଏସ୍‌କେ ଏବଂ ଧୋନିଙ୍କ ସମ୍ପର୍କ ସ୍ବର୍ଗପୁରରେ ବିବାହ ଭଳି। ଖେଳ ଜୀବନକୁ ଶେଷ କଲେ ମଧ୍ୟ ସେ ନିଶ୍ଚିତ ଭାବେ ଦଳ ସହ ବ୍ରାଣ୍ଡ୍ ଆମ୍ବାସାଡର୍‌ କିମ୍ବା ମେଣ୍ଟର ଭାବେ ଜଡ଼ିତ ରହିବେ ବୋଲି ମୁଁ ନିଶ୍ଚିତ ଥିବା ଚୋପ୍ରା କହିଛନ୍ତି। ଗୋଟିଏ ବ‌ର୍ଷରୁ ଅଧିକ ସମୟ ହେବ କ୍ରିକେଟ୍ ପଡିଆକୁ ଓହ୍ଲାଇନଥିବା ଧୋନିଙ୍କ ଖେଳ ଦେଖିବାକୁ ତାଙ୍କ ପ୍ରଶଂସକମାନେ ଚାହିଁ ବସିଛନ୍ତି ବୋଲି ଚୋପ୍ରା ପ୍ରକାଶ କରିଥିଲେ।

ମଲାନ୍‌ଙ୍କୁ ରାଇନାଙ୍କ ବଦଳ ଖେଳାଳି ଖବରକୁ ଖଣ୍ଡନ କଲା ସିଏସ୍‌କେ
ନୂଆଦିଲ୍ଲୀ, ୧୩|୯: ଚଳିତ ଆଇପିଏଲ୍‌ ସଂସ୍କରଣରେ ଚେନ୍ନାଇ ସୁପର କିଙ୍ଗ୍ସ ଦଳରେ ସୁରେଶ ରାଇନାଙ୍କ ବଦଳ ଖେଳାଳି ଭାବେ ଇଂଲଣ୍ଡର ବାମହାତୀ ବ୍ୟାଟ୍ସମ୍ୟାନ ଦାୱିଦ ମଲାନ୍‌ଙ୍କୁ ବିବେଚନା କରାଯାଉଛି। କିନ୍ତୁ ଏଭଳି ଖବରକୁ ଦଳର ସିଇଓ କାଶି ବିଶ୍ବନାଥନ୍‌ ଖଣ୍ଡନ କରିଛନ୍ତି। ତଥାପି ରାଇନା ଯେତେବେଳେ ବ୍ୟକ୍ତିଗତ କାରଣ ପାଇଁ ଦଳ ଛାଡ଼ି ‌ଭାରତ ଫେରିଯାଇଥିଲେ ଓ ଚଳିତ ବର୍ଷ ଆଇ‌ପି‌ଏଲ୍‌ ଖେଳିବେନି ବୋଲି କହିଥିଲେ, ସେତେବେଳେ ବଦଳ ଖେଳାଳି ନିଆଯିବା ଉପରେ ଦଳ ବଡ଼ ଆଭିମୁଖ୍ୟ ଗ୍ରହଣ କରିଛି। କିନ୍ତୁ ଦଳରେ ବିଦେଶୀ ଖେଳାଳିଙ୍କୁ ନିଆଯିବା ସଂଖ୍ୟା ପୂରଣ ହୋଇସାରିଛି। ତେଣୁ ସିଏସ୍‌କେରେ ଆଉ ଜଣେ ବିଦେଶୀ ଖେଳାଳିଙ୍କୁ ନିଆଯିବା ସମ୍ଭବ ନୁହେଁ ବୋଲି ବିଶ୍ବନାଥନ୍‌ ସ୍ପଷ୍ଟ କରିଛନ୍ତି। ତଥାପି ଯଦି କୌଣସି ବିଦେଶୀ ଖେଳାଳିଙ୍କ ଆହତ ସମସ୍ୟା ରହିଛି କି ପ୍ରଶ୍ନରେ ୱେଷ୍ଟଇଣ୍ଡିଜ ଅଲରାଉଣ୍ଡର ଡ୍ବେନ ବ୍ରାଭୋଙ୍କ ଖେଳିବା ନେଇ ଆଶଙ୍କା ରହିଥିବା ବିଶ୍ବନାଥନ୍‌ କହିଛନ୍ତି। ସିପିଏଲ୍‌ ଫାଇନାଲ୍‌ରେ ଆହତ ଯୋଗୁଁ ବ୍ରାଭୋ ବୋଲିଂ କରିପାରିନଥିଲ। ଫଳରେ ଟ୍ରିନ୍‌ବାଗୋ ନାଇଟ୍‌ ରାଇଡର୍ସ ବିଜେତା ହୋଇଥିଲା।

୧୯ ତାରିଖରୁ ଆରମ୍ଭ ହେଉଥିବା ପ୍ରତିଯୋଗିତାର ପ୍ରଥମ ମ୍ୟାଚ୍‌ରେ କେବଳ ରାଇନା ନୁହଁନ୍ତି ଅଫ ସ୍ପିନର ହରଭଜନ ସିଂହଙ୍କ ବିନା ସିଏସ୍‌କେ ପଡ଼ିଆକୁ ଓହ୍ଲାଇବ। ତଥାପି ଏହି ଦୁଇ ଖେଳାଳିଙ୍କ ବଦଳରେ କାହାକୁ ନିଆଯିବ ସେଥିପାଇଁ ଯଦିଓ କିଛି ସ୍ପଷ୍ଟ ହୋଇନାହିଁ। ଏହାସତ୍ତ୍ବେ ଦୀପକ ଚହରଙ୍କ ରୂପରେ ଦଳ ପାଇଁ ଏକ ବଡ଼ ଆଶ୍ବସ୍ତି ମିଳିଛି। କରୋନାରୁ ମୁକୁଳିଥିବା ଚହର ଶୁକ୍ରବାରଠୁ ଦଳର ଅଭ୍ୟାସ ଶିବିରରେ ଯୋଗ ଦେବା ପାଇଁ ଉଭୟ ସିଏସ୍‌କେ ଓ ବିସିସିଆଇ ଡାକ୍ତରୀ ଦଳଠୁ ଅନୁମତି ପାଇଯାଇଥିବା ବିଶ୍ବନାଥନ୍‌ ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe