Dhoni will play IPL: ୨୦୨୬ ଆଇପିଏଲ୍‌ରେ ଖେଳିବେ ଧୋନି

ଆସନ୍ତା ବର୍ଷ ଆଇପିଏଲ୍‌ରେ ମହେନ୍ଦ୍ର ‌ସିଂହ ଧୋନି ଖେଳିବାର ସମ୍ଭାବନା ଦେଖାଦେଇଛି। ସେ ୨୦୨୬ ଆଇପିଏଲ୍‌ରେ ଉପଲବ୍ଧ ହେବେ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଜଣାଇଛନ୍ତି।

dhoni

ଚେନ୍ନାଇ: ଆସନ୍ତା ବର୍ଷ ଆଇପିଏଲ୍‌ରେ ମହେନ୍ଦ୍ର ‌ସିଂହ ଧୋନି ଖେଳିବାର ସମ୍ଭାବନା ଦେଖାଦେଇଛି। ସେ ୨୦୨୬ ଆଇପିଏଲ୍‌ରେ ଉପଲବ୍ଧ ହେବେ ବୋଲି ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)କୁ ଜଣାଇଛନ୍ତି। ଶୁକ୍ରବାର ‘ସିଏସ୍‌କେ’ ସିଇଓ କାଶୀ ବିଶ୍ବନାଥନ ଏହି ବିଷୟରେ ସ୍ପଷ୍ଟ କରିଛନ୍ତି। ଆସନ୍ତା ଋତୁରେ ଏମ୍‌ଏସ୍‌ ଉପଲବ୍ଧ ହେବେ ବୋଲି ଆମକୁ ଜଣାଇଥିବା ବିଶ୍ବନାଥନ କହିଛନ୍ତି। ଅଗଷ୍ଟରେ ସେ ୟୁଟ୍ୟୁବ୍‌ ଭିଡିଓରେ ଏକ ପ୍ରଶ୍ନରେ କହିଥିଲେ, ଧୋନି ଆଇପିଏଲ୍‌ ୨୦୨୬ର ନିଷ୍ପତ୍ତି ଡିସେମ୍ବରରେ ନେବେ। ଧୋନି ମଧ୍ୟ ଏଭଳି ସମାନ ଉତ୍ତର ସବୁବେଳେ ରଖୁଥିଲେ। ଏବେଠୁ କିଛି ନିଷ୍ପତ୍ତି ନେଉନି।

ଡିସେମ୍ବର ଭିତରେ ନିଷ୍ପତ୍ତି ନେବି ବୋଲି ଧୋନି କହୁଥିଲେ। ଜଣେ ପ୍ରଶଂସକ ଧୋନିଙ୍କୁ ପଚାରିଥିଲେ, ସାର୍‌ ଆପଣ ଖେଳିବେ। ଧୋନି ଏହାର ଉତ୍ତରରେ କହିଥିଲେ, ମୋ ଆଣ୍ଠୁରେ ଯନ୍ତ୍ରଣା ହେଉଛି, ତା’ର ଧ୍ୟାନ ନେବି କି ନାହିଁ? ଗତ ଆଇପିଏଲ୍‌ରେ ଧୋନି ନିମ୍ନକ୍ରମରେ ବ୍ୟାଟିଂକୁ ଆସୁଥିଲେ। ଆଣ୍ଠୁ ଅସ୍ତ୍ରୋପଚାର ହୋଇଥିବାରୁ ସେ ବେଶି ଦୌଡ଼ୁ ନଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe