ବାଇକ୍‌ରେ ବୁଲିଲେ ଧୋନି-ଜିଭା

ବାଇକ୍‌ରେ ବୁଲିଲେ ଧୋନି-ଜିଭା

DNA India

ମୁମ୍ବାଇ: କରୋନା ପାଇଁ ଗୃହାବଦ୍ଧରେ ଅଛନ୍ତି ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି। ସେଥିପାଇଁ ସେ ଏବେ ନିଜ ପରିବାର ସହ ସବୁ ସମୟ କଟାଉଛନ୍ତି। ହାତରେ ପର୍ଯ୍ୟାପ୍ତ ସମୟ ଥିବାରୁ ଝିଅ ଜିଭାକୁ ନୂଆ ନୂଆ କଥା ଶିଖାଉଛନ୍ତି। ଏହି କ୍ରମରେ ଧୋନି ‌ସୋମବାର ରାଞ୍ଚିସ୍ଥିତ ନିଜ ଫାର୍ମ ହାଉସ୍‌ ଭିତରେ ଜିଭାଙ୍କୁ ବାଇକ୍‌ରେ ବୁଲାଉଥିବା ଦେଖିବାକୁ ମିଳିଛି। ବାପ-ଝିଅ ବାଇକ୍‌ ଚଢ଼ାର ମଜା ନେଉଥିବାର ଭିଡିଓ ଧୋନିଙ୍କ ପତ୍ନୀ ସାକ୍ଷୀ ନିଜ ଇନଷ୍ଟାଗ୍ରାମ୍‌ ପୃଷ୍ଠାରେ ପ୍ରକାଶ କରିଛନ୍ତି। ଏହା ପୂର୍ବରୁ ସାକ୍ଷୀ ମଧ୍ୟ ୭ ଏକର ପରିମିତ ଅଞ୍ଚଳରେ ଥିବା ନିଜ ପ୍ରାକୃତିକ ସୌନ୍ଦର୍ଯ୍ୟଭରା ଫାର୍ମ ହାଉସର ଝଲକ ପ୍ରଶଂସକଙ୍କୁ ଦେଖାଇଇଥିଲେ। ଏହାର କୋଣ ଅନୁକୋଣର ଭିଡିଓ ନିଜ ସାମାଜିକ ଗଣମାଧ୍ୟମ ଆକାଉଣ୍ଟରେ ପ୍ରକାଶ କରିଥିଲେ। ଏଠାରେ ଧୋନି ନିଜ ପୋଷା କୁକୁରଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିଥିଲା ବେଳେ ଫାର୍ମ ହାଉସର ନାଁ ‘କୈଳାଶପତି’ ରଖିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe