ଧୋନିଙ୍କ ୨୦୦ ଛକା: ଗେଲ୍‌, ଡିଭିଲିୟର୍ସ, କୋହଲିଙ୍କ କ୍ଲବ୍‌ରେ ସାମିଲ

Advertisment

ଗୋଟିଏ ଫ୍ରାଞ୍ଜାଇଜ ପକ୍ଷରୁ ୨୦୦ ଛକା ମାରିଥିବା ଖେଳାଳି

ଗୋଟିଏ ଫ୍ରାଞ୍ଜାଇଜ ପକ୍ଷରୁ ୨୦୦ ଛକା ମାରିଥିବା ଖେଳାଳି

ନୂଆ ଭୂମିକାର ଆଭାସ ଦେଲେ ମାହି

ଅହମଦାବାଦ: ଚେନ୍ନାଇ ସୁପର କିଙ୍ଗ୍‌ସ ଅଧିନାୟକ ମ‌ହେନ୍ଦ୍ର ସିଂହ ଧୋନି ଆଇପିଏଲ୍‌ରେ ଗୋଟିଏ ଫ୍ରାଞ୍ଚାଇଜ ପକ୍ଷରୁ ଛକା ମାରିବାରେ ଦ୍ବିଶତକ ପୂରଣ କରିଛନ୍ତି। ଶୁକ୍ରବାର ଚଳିତ ସଂସ୍କରଣର ଗୁଜରାଟ ଟାଇଟନ୍ସ ବିପକ୍ଷ ଉଦ୍‌ଘାଟନୀ ମୁକାବିଲାରେ ସେ ଅଷ୍ଟମ ସ୍ଥାନରେ ବ୍ୟାଟିଂ ପାଇଁ ଆସି ୭ ବଲ୍‌ରୁ ୧୪ ରନ୍‌ କରି ଅପରାଜିତ ରହିଥିଲେ। ତାଙ୍କ ଦଳ ୧୭୮/୭ କରିଥିଲେ ମଧ୍ୟ ଗୁଜରାଟ ଶେଷ ଓଭରରେ ମ୍ୟାଚ୍‌ ଜିତି ଯାଇଥିଲା। ତେବେ ଚେନ୍ନାଇ ପାଳିର ଶେଷ ଓଭରରେ ଧୋନି ଗୁଜରାଟର ବାମହାତୀ ପେସର ଜୋସ୍‌ ଲିଟଲଙ୍କୁ ଲଗାତାର ବାଊଣ୍ଡାରି ମାରିଥିଲେ।

publive-image

ସେଥିରେ ଗୋଟିଏ ଲେଖାଏଁ ଛକା ଓ ଚୌକା ସାମିଲ ଥିଲା। ଏହା ମଧ୍ୟ ଧୋନିଙ୍କର ଆଇପିଏଲ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ ପାଇଁ ୨୦୦ତମ ଛକା ଥିଲା। ଏଥି ସହିତ କୌଣସି ଗୋଟିଏ ଫ୍ରାଞ୍ଚାଇଜ୍‌ ପକ୍ଷରୁ ୨୦୦ ବା ତା’ଠୁ ଅଧିକ ଛକା ମାରିବାରେ ଧୋନି ପଞ୍ଚମ ବ୍ୟାଟର ହୋଇଥିଲେ। ସେ ୱେଷ୍ଟଇଣ୍ଡିଜ୍‌ର କ୍ରିସ୍‌ ଗେଲ୍‌, ଦକ୍ଷିଣ ଆଫ୍ରିକାର ଏବି ଡିଭିଲିୟର୍ସ, ୱେଷ୍ଟଇଣ୍ଡିଜ୍‌ର କିରଣ ପୋଲାର୍ଡ ଏବଂ ଭାରତର ବିରାଟ କୋହଲିଙ୍କ କ୍ଲବ୍‌ରେ ଯୋଡ଼ି ହୋଇଛନ୍ତି। ତେବେ ଏବେ ସକ୍ରିୟ ଆଇପିଏଲ୍‌ ଖେଳାଳିଙ୍କ ତାଲିକାରେ ଧୋନି କେବଳ କୋହଲିଙ୍କ ପଛକୁ ଦ୍ବିତୀୟରେ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe