ଧୋନିଙ୍କ ବାଇକ ପ୍ରେମ

Advertisment
ଧୋନିଙ୍କ ବାଇକ ପ୍ରେମ

India TV News

ଧୋନି ବାଇକ୍ ପ୍ରେମୀ କ୍ରିକେଟର ଭାବେ ପରିଚିତ। ତାଙ୍କ ପାଖରେ ବିଭିନ୍ନ କଂପାନି ଓ କିସମର ବାଇକ୍ ଅଛି। ଯାହାକୁ ସେ ନିଜ ଗ୍ୟାରେଜରେ ଗର୍ବର ସହ ସଜେଇ ରଖିଛନ୍ତି। ଏଥି‌ରେ ‘ୟାମହା ଆରଏକ୍ସ ୧୦୦’ଠାରୁ ଆରମ୍ଭ କରି ହା‌ର୍‌ଲେ ଡେଭିଡସନ୍ ଫ୍ୟାଟବୟ, କାୱାସାକି ନିଞ୍ଜା ଏଚ୍‌-୨, କନଫିଡିରେଟ୍ ଏକ୍ସ ୧୩୨ ହଲକଟ୍, ନିଞ୍ଜା‌ ଜେଡ୍ ଏକ୍ସ ୧୪ ଆର, ଡୁକାଟି ୧୦୯୮, ରୟାଲ ଏନଫିଲ୍ଡ ବୁଲେଟ୍ ଭଳି ବାଇକ୍ ରହିଛି। ଧୋନିଙ୍କୁ ଅନେକ ସମୟରେ ବାଇକ୍ ସଜାଡ଼ୁଥିବାର ମଧ୍ୟ ଦେଖିବାକୁ ମିଳେ। ସେହିଭଳି ରାଞ୍ଚିରେ ଥିବା ନିଜ ଫାର୍ମ ହାଉସରେ ଧୋନି ଝିଅ ଜିଭାକୁ ବାଇକରେ ବସାଇ ବୁଲାଉଥିବାର ଫଟୋ ମଧ୍ୟ ସାମାଜିକ ଗଣମାଧ୍ୟମରେ ସେ ପ୍ରକାଶ କରନ୍ତି। ସେହିଭଳି ରାଞ୍ଚି ସଡ଼କ‌ରେ ବାଇକ୍ ଧରି ବୁଲିବା ତାଙ୍କର ଆଉ ଏକ ସଉକ। କେବଳ ବାଇକ୍ ନୁହଁ, ଧୋନିଙ୍କ ପାଖରେ ବହୁ ନାମୀ ଦାମୀ କଂପାନିର କାର୍ ମଧ୍ୟ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe