ଧୋନିଙ୍କ କଳା କୁକୁଡା ଚାଷ

ଧୋନିଙ୍କ କଳା କୁକୁଡା ଚାଷ

ଭୋପାଳ : ଭାରତୀୟ କ୍ରିକେଟ୍‌ ଦଳର ସଫଳତମ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ପ୍ରସ୍ତାବିତ ଜୈବିକ କୁକୁଡା ଫାର୍ମରେ ଖୁବ୍ ଶୀଘ୍ର କଳା କଡ଼କନାଥ ଉପଲବ୍‌ଧ ହେବ। ଆଇପିଏଲ୍‌ରୁ ଫେରିବା ପରେ ଧୋନି ୨୦୦୦ କଳା ‘କଡ଼କନାଥ’ ଚିଆଁ ବରାଦ କରିଛନ୍ତି। ଏହି ବିରଳ ପ୍ରଜାତିର ସୁସ୍ବାଦୁ ଚିକେନ୍‌ ମଧ୍ୟପ୍ରଦେଶର ଝାବୁଆ ଜିଲ୍ଲାରେ ଦେଖିବାକୁ ମିଳନ୍ତି। ଡିସେମ୍ବର ୧୫ ତାରିଖ ସୁଦ୍ଧା ବରାଦ ୨୦୦୦ ଚିଆଁ ଧୋନିଙ୍କ ରାଞ୍ଚି ଫାର୍ମରେ ପହଞ୍ଚିବେ ବୋଲି ଆଦିବାସୀ ସମ୍ପ୍ରଦାୟର କୃଷକ ବିନୋଦ ମେଣ୍ଡା ପ୍ରକାଶ କରିଛନ୍ତି। ଝାବୁଆସ୍ଥିତ କଡ଼କନାଥ ମୁର୍ଗା ଗବେଷଣା କେନ୍ଦ୍ରର ନିର୍ଦେଶକ ଆଇଏସ୍‌ ତୋମାର କହିଛନ୍ତି, ଧୋନି ପ୍ରଥମେ ଜଣେ ବଂଧୁଙ୍କ ଜରିଆରେ ମୋତେ ଯୋଗାଯୋଗ କରିଥିଲେ। ଏବେ ସେ ଥାଣ୍ଡଲା ଚାଷୀଙ୍କଠାରୁ ନେବାକୁ ଯାଉଛନ୍ତି। ସୂଚନାଯୋଗ୍ୟ, କଡ଼କନାଥ ଚିକେନ୍‌ ମାଂସର ଜିଆଇ ଟ୍ୟାଗ୍ ରହିଛି। ଏହି ପ୍ରଜାତିର କୁକୁଡାରେ ଥିବା କଳା ରକ୍ତ ଓ କଳା ମାଂସ ଅତି ସୁସ୍ବାଦୁ। ଏପରିକି ଏଥିରେ ଫ୍ୟାଟ୍‌ ଓ କୋଲେଷ୍ଟେରଲ୍‌ ବଢ଼ାଇବା କ୍ଷମତା ନଥାଏ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe