ବିଶପ ଓ ମୁଡ଼ିଙ୍କ ପ୍ରଶଂସା, ଧୋନିଙ୍କ ମସ୍ତିଷ୍କ କମ୍ପ୍ୟୁଟର ସଦୃଶ

Advertisment
୨୦୧୧ ପର୍ଯ୍ୟନ୍ତ ମୋ ଉପରେ ଧୋନିଙ୍କର ଯଥେଷ୍ଟ ଭରସା ଥିଲା: ଯୁବି

NewsTree

ନୂଆଦିଲ୍ଲୀ: ଭାରତର ଅନ୍ୟତମ ସଫଳ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ଦେଶ ସ୍ବାଧୀନତାର ୭୪ ବର୍ଷ ପାଳନ କରୁଥିବା ଅବସରରେ ଗତ ଅଗଷ୍ଟ ୧୫ ତାରିଖ ଦିନ ଆନର୍ଜାତିକ କ୍ରିକେଟ୍‌ରୁ ଅବସର ଘୋଷଣା କରିଦେଲେ। ଏଥିପାଇଁ ତାଙ୍କ ପାଖକୁ ଅଜସ୍ର ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ନିଜ ୧୬ ବର୍ଷ ଧରି ଲମ୍ବା ଆନ୍ତର୍ଜାତିକ କ୍ୟାରିୟର ମଧ୍ୟରେ ସେ ତାଙ୍କ ଯୁଗରେ ଅନ୍ୟତମ ଖ୍ୟାତିସଂପନ୍ନ କ୍ରିକେଟର୍‌ ବନି ଯାଇଥିଲେ। ଏଭଳି ଜଣେ ମହାନ୍‌ କ୍ରିକେଟର୍‌ଙ୍କ ନେତୃତ୍ବ ସାମର୍ଥ୍ୟକୁ ଭୂୟସୀ ପ୍ରଶଂସା କରିଛନ୍ତି ପୂର୍ବତନ ୱେଷ୍ଟଇଣ୍ଡିଜ୍‌ ଦ୍ରୁତ ବୋଲର ଇଆନ୍‌ ବିଶପ୍‌ ଏବଂ ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର୍‌ ତଥା ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ସନ୍‌ରାଇଜର୍ସ ହାଇଦ୍ରାବାଦର ପୂର୍ବତନ ପ୍ରଶିକ୍ଷକ ଟମ୍‌ ମୁଡି।

ବିଶପ୍‌ କହିଛନ୍ତି, ଧୋନିଙ୍କ ଆନ୍ତର୍ଜାତିକ ଯାତ୍ରା କେବଳ ଭାରତର ନେତୃତ୍ବ ଅଧ୍ୟାୟ ନୁହେଁ ବିଶ୍ବ କ୍ରିକେଟ୍‌ ପ୍ରତି ଏକ ଦୃଷ୍ଟାନ୍ତ। ନିଜର ଦୃଢ଼ ମନୋବଳ ଏବଂ ଗଭୀର ଆତ୍ମବିଶ୍ବାସ ସାଙ୍ଗକୁ ଅହଂକାରଠୁ ଦୂରେଇ ରହିବା ହିଁ ଧୋନିଙ୍କୁ ଜଣେ ସ୍ବତନ୍ତ୍ର ଅଧିନାୟକ ଭାବେ ପରିଚିତ କରିଥିଲା। ପୁଣି ଧୋନିଙ୍କର କମ୍ପ୍ୟୁଟର ଭଳି କ୍ରିକେଟ୍‌ ମସ୍କିସ୍କ ତାଙ୍କୁ ଅବିସ୍ମରଣୀୟ କରିଥିଲା। ତାଙ୍କର ଅନେକ ନିଷ୍ପତ୍ତି ପଛରେ ସେଭଳି ମସ୍ତିସ୍କ ସହାୟକ ହୋଇଥାଏ। ଯାହାକି ଏବେ ବି ଅନ୍ୟ କୌଣସି ଅଧିନାୟକଙ୍କ ପାଖରେ ଦେଖିବା ସହଜ ହେବନି ବୋଲି କହିଛନ୍ତି ବିଶପ୍‌। ୩୯ ବର୍ଷୀୟ ଧୋନି ସୀମିତ ଓଭର କ୍ରିକେଟ୍‌ରେ ଅନ୍ୟତମ ସଫଳ ଅଧିନାୟକ ଭାବେ ଆନ୍ତର୍ଜାତିକ କ୍ୟାରିୟର ଶେଷ କରିଛନ୍ତି। ସେ ଏକମାତ୍ର ଅଧିନାୟକ ଭାବେ ତିନିଟି ଆଇସିସି ଟ୍ରଫି (୨୦-୨୦ ବିଶ୍ବକପ୍‌, ଦିନିକିଆ ବିଶ୍ବକପ୍‌ ଏବଂ ଚାମ୍ପିଅନ୍‌ସ ଟ୍ରଫି) ଜିତିଛନ୍ତି। ସେ ତାଙ୍କ ଦଳରେ ପ୍ରତ୍ୟେକଙ୍କ ନେତା ଥିଲେ, ବେଳେବେଳେ କର୍ତ୍ତୃତ୍ବ ଜାହିର କରୁଥିଲେ ମଧ୍ୟ ସାଥୀ ଖେଳାଳିଙ୍କ ପ୍ରିୟ ଥିଲେ ବୋଲି ଆଇସିସି (ଆନ୍ତର୍ଜାତିକ କ୍ରିକେଟ୍‌ ପରିଷଦ) ପାଇଁ ଏକ ଭିଡିଓରେ କହିଛନ୍ତି ବିଶପ୍‌। ମୋ ଭାବନାରେ ତୁମ ନେତୃତ୍ବକୁ ହାଲ୍‌କା ଢଙ୍ଗରେ ପରିଧାନ କରିବା ସହଜ କଥା ହେବ। ଆଉ ଖାସ୍‌ ‌‌ସେଇଥିପାଇଁ ଇତିହାସ ତାଙ୍କୁ ମନେରଖିବ ବୋଲି କହିଛନ୍ତି ବିଶପ୍‌।

ମୁଡିଙ୍କ ମତରେ ଧୋନି ହେଉଛନ୍ତି ସର୍ବକାଳୀନ ମହାନ୍‌ ଅଧିନାୟକଙ୍କ ମଧ୍ୟରୁ ଅନ୍ୟତମ। ଧୋନିଙ୍କ ନେତୃତ୍ବ ତରିକା ତାଙ୍କ ସାଥୀମାନଙ୍କୁ ସେମାନଙ୍କ ଭାବନା ବ୍ୟକ୍ତ କରିବା ସାଙ୍ଗକୁ ପଡ଼ିଆରେ ମଜାମସ୍ତି କରିବା ପାଇଁ ଅନୁମତି ଦେଇଥାଏ। ଚାପ ପରିସ୍ଥିତିରେ ତାଙ୍କର ଅବିଶ୍ବାସନୀୟ ନିରବତା ହିଁ ତାଙ୍କୁ ଜଣେ ସର୍ବକାଳୀନ ମହାନ୍‌ ଅଧିନାୟକ ମାନ୍ୟତା ଦେଇଛି ବୋଲି କହିଛନ୍ତି ମୁଡି। ଏହି ନିରବତା ତାଙ୍କ ଖେଳ ଗୋଷ୍ଠୀ ଦ୍ବାରା ଗ୍ରହଣୀୟ ହୋଇଥାଏ ଏବଂ ତାଙ୍କ ମାର୍ଗଦର୍ଶନ ଅନୁଯାୟୀ ମୁକ୍ତ ଭାବେ ଖେଳିବାର ଅନୁମତି ଦେଇଥାଏ। ଯେଉଁ ପ୍ରକାରରେ ଖେଳାଯିବା କଥା ସେଭଳି ହେବା ଉଚିତ ବୋଲି ଧୋନି ସାଥୀ ଖେଳାଳିମାନଙ୍କୁ ପ୍ରବର୍ତାଇଥା'ନ୍ତି। ଏହାହିଁ ଧୋନିଙ୍କ ନେତୃତ୍ବ ଶୈଳୀ ବୋଲି କହିଛନ୍ତି ମୁଡି। କୌଶଳ କରିବାରେ ଧୋନି ଖୁବ୍‌ ଚମତ୍କାର। ନିର୍ଣ୍ଣାୟକ ନିଷ୍ପତ୍ତି ନେଲାବେଳେ ସାଧାରଣତଃ ଧୋନି ସର୍ବଦା ଅନ୍ୟ ଅଧିନାୟକଙ୍କ ତୁଳନାରେ ଗୋଟିଏ କି ଦୁଇ ଓଭର ଆଗରୁ ଚିନ୍ତା କରିଥା'ନ୍ତି। ସେ ମଧ୍ୟ ତାଙ୍କ ସାଥୀ ଖେଳାଳିଙ୍କୁ ସେମାନଙ୍କ ନିଜସ୍ବ ଭଙ୍ଗୀରେ ଖେଳିବାର ସ୍ବ‌ାଧୀନତା ଦେଇ ଶକ୍ତିଶାଳି କରିପାରିଥା'ନ୍ତି ବୋଲି କହିଛନ୍ତି ମୁଡି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe