ଆଡିଲେଡ୍: ଭାରତକୁ ଆଡିଲେଡ୍ ଦିନିକିଆରେ ବିଜୟୀ କରାଇବାରେ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ପ୍ରମୁଖ ଭୁମିକା ତୁଲାଇଥିଲେ। ଶେଷ ଓଭରରେ ଛକା ମାରି ଭାରତକୁ ଜିତାଇବା ପରେ ଆଇସିସିଠାରୁ ଆରମ୍ଭ କରି ସାଧାରଣ ପ୍ରଶଂସକ ପର୍ଯ୍ୟନ୍ତ ସମସ୍ତେ ଧୋନିଙ୍କୁ ମନଖୋଲି ପ୍ରଶଂସା କରିଥିଲେ। ତେବେ ସେହି ଆଡିଲେଡ୍ ଦିନିକିଆରେ ଧୋନି ନେଇଥିବା ଏକ ଅବୈଧ ରନ୍କୁ ନେଇ ଏବେ ତର୍କ ବିତର୍କ ଆରମ୍ଭ ହୋଇ ଯାଇଛି। ଏହାର ଭିଡିଓ ମଧ୍ୟ ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି। ଏଥିରେ ଧୋନି ସିଙ୍ଗଲ ନେଲା ବେଳେ ସେହି ରନ୍କୁ ପୂରଣ କରି ନଥିଲେ। ହେଲେ ତାଙ୍କ ଖାତାରେ ଏହାକୁ ଯୋଡ଼ି ଦିଆଯାଇଥିବା ଦେଖିବାକୁ ମିଳୁଛି। ଏପରିକି ଦୁଇ ପଡ଼ିଆ ଅମ୍ପାୟାର ମଧ୍ୟ ଏହାକୁ ଆଦୌ ଜାଣି ପାରି ନଥିଲେ। ଏହି ଘଟଣା ଭାରତୀୟ ପାଳିର ୪୫ତମ ଓଭରରେ ଘଟିଥିଲା। ଅଷ୍ଟ୍ରେଲୀୟ ସ୍ପିନର ନାଥନ ଲାୟନଙ୍କ ଶେଷ ବଲରେ ଧୋନି ସିଙ୍ଗଲ ନେବା ପାଇଁ ଦୌଡ଼ିଥିଲେ, ହେଲେ ଏହାକୁ ପୂରଣ କରି ନଥିଲେ। ଏକଥା ଦେଖି ନଥିବାରୁ ଅମ୍ପାୟାର ଏହି ରନ୍କୁ ଅବୈଧ ଘୋଷଣା କରି ନଥିଲେ। ଧୋନି ଏହି ମ୍ୟାଚ୍ରେ ୫୪ ବଲ୍ରୁ ୫୫ ରନ୍ କରି ଭାରତକୁ ପ୍ରତୀକ୍ଷିତ ବିଜୟ ଉପହାର ଦେଇଥିଲେ।
ଚର୍ଚାରେ ଧୋନିଙ୍କ ଅବୈଧ ରନ୍
Advertisment
Follow Us