ଅବସର ନେଲେ ଧୋନିଙ୍କ ପାକିସ୍ତାନୀ ପ୍ରଶଂସକ ବସିର

Advertisment
ଅବସର ନେଲେ ଧୋନିଙ୍କ ପାକିସ୍ତାନୀ ପ୍ରଶଂସକ ବସିର

India Today

ସିକା‌ଗୋ: ଧୋନି ଅବସର ନେବା ଭାରତର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ପାକିସ୍ତାନ ଏବଂ ପାକିସ୍ତାନ ବାହାରେ ଥିବା କେତେକ ପାକିସ୍ତାନୀ ବଂଶୋଦ୍ଭବ ପ୍ରଶଂସକଙ୍କୁ ମଧ୍ୟ ବ୍ୟଥିତ କରିଛି। ସେଥିମଧ୍ୟରେ ସବୁଠାରୁ ଆଗରେ ରହିଛନ୍ତି ଆମେରିକାର ସିକାଗୋରେ ରହୁଥିବା ଧୋନିଙ୍କ ପାକିସ୍ତାନୀ ପ୍ରଶଂସକ ବସିର ବୋଜାଇ। ‘ଚାଚା ସିକାଗୋ’ ଭାବେ ପରିଚିତ ବସିର ଧୋନିଙ୍କ ଅବସର ଖବରରେ ମ୍ରିୟମାଣ ହୋଇ ଆଗାମୀ ସମୟରେ ଆଉ ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବେ ନାହିଁ ବୋଲି ଘୋଷଣା କରିଛନ୍ତି।

ଟ୍ବିଟ୍ କରି ନିଜ ସପଥ ବିଷୟରେ ଜଣାଇବା ସହ ଧୋନିଙ୍କ ସହ ସେ ମଧ୍ୟ କ୍ରିକେଟ୍ ଦୁନିଆରୁ ଅବସର ନେଉଛନ୍ତି ବୋଲି କହିଛନ୍ତି। ଭାରତ-ପାକିସ୍ତାନ ମ୍ୟାଚ୍ ଦେଖିବାର ଆଉ କୌଣସି ଆବଶ୍ୟକତା ନାହିଁ। ଧୋନି ଅବସର ଘୋଷଣା କରିବା ପରେ ମୋ କ୍ରିକେଟ୍ ସଉକ ମଧ୍ୟ ମରିଗଲା ବୋଲି ଆବେଗଭରା ବାର୍ତ୍ତାରେ ବସିର କହିଛନ୍ତି। ସମୟ ମିଳିଲେ ଧୋନିଙ୍କୁ ଦେଖା କରିବା ଲାଗି ରାଞ୍ଚିସ୍ଥିତ ତାଙ୍କ ବାସଭବନକୁ ଯିବି ବୋଲି ସେ ଆଶା ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe