ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ମରଣୀୟ କ୍ୟାଚକୁ ପ୍ରଶଂସା କଲେ ଏମ୍‌ଏସ୍‌ ଧୋନି

Advertisment
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ସ୍ମରଣୀୟ କ୍ୟାଚକୁ ପ୍ରଶଂସା କଲେ ଏମ୍‌ଏସ୍‌ ଧୋନି

ନୂଆଦିଲ୍ଲୀ: ଶାନ୍ତ ଭାବମୂର୍ତ୍ତି ପାଇଁ ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ବିଶ୍ୱ କ୍ରିକେଟରେ ଭଲ ଭାବରେ ଜଣାଶୁଣା। ଧୋନିଙ୍କର ଏମିତି ଏକ ଦୃଶ୍ୟକୁ ନୂଆଦିଲ୍ଲୀର ଫିରୋଜ ଶାହ କୋଟଲା ଷ୍ଟାଡିୟମରେ ନଭେମ୍ବର ୧ରେ ହୋଇଥିବା ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ରେ ଦର୍ଶକମାନେ ଦେଖିଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଯେତେବେଳେ ଓପନର ମାର୍ଟିନ ଗୁପଟିଲଙ୍କ କ୍ୟାଚକୁ ନେଉଥିଲେ ଧୋନି ଶାନ୍ତ ଭାବରେ ଦେଖୁଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ଏଥଲେଟିକ୍‌ ଶୈଳୀରେ ଗୁପଟିଲଙ୍କ କ୍ୟାଚ ନେଇଥିଲେ।

୨୦୩ ରନ୍‌ ବିଜୟ ଲକ୍ଷ୍ୟ ନେଇ ୨ୟ ପାଳି ଖେଳିଥିବା ନ୍ୟୁଜିଲାଣ୍ଡକୁ ଭାରତ ୫୩ ରନ୍‌ରେ ପରାସ୍ତ କରିଥିଲା। ମ୍ୟାଚ ଆରମ୍ଭରୁ ନ୍ୟୁଜିଲାଣ୍ଡ ଚାପରେ ଥିଲା। ମାର୍ଟିନ ଗୁପଟିଲ ୨ୟ ଓଭରରେ ଆଉଟ ହୋଇଥିଲେ। ଗୁପଟିଲଙ୍କ ବିଫଳରେ ପାଣ୍ଡ୍ୟାଙ୍କ ସ୍ମରଣୀୟ ଅବଦାନ ଥିଲା। ଖେଳ ପ୍ରେମୀଙ୍କ ପାଇଁ ନିଶ୍ଚିତ ଭାବରେ ଏହା ଥିଲା ଏକ ବିରଳ ମୂହୁର୍ତ୍ତ।

ଯୁଜବେନ୍ଦ୍ର ଚହଲଙ୍କ ବଲ ମଝି ଓ୍ଵିକେଟକୁ ଯାଉଥିବା ବେଳେ, ଗୁପଟିଲ ପାଣ୍ଡ୍ୟାଙ୍କ ଆଡ଼କୁ ଖେଳିଥିଲେ। ନ୍ୟୁଜିଲାଣ୍ଡ ୮ଓ୍ଵିକେଟରେ ୧୪୯ ରନ୍‌ ସଂଗ୍ରହ କରି ପ୍ରଥମ ଥର ପାଇଁ ଭାରତ ଠାରୁ ଟି-୨୦ ଅନ୍ତର୍ଜାତୀୟ ମ୍ୟାଚରେ ପରାଜୟର ଶିକାର ହୋଇଥିଲା। ଏହି ମ୍ୟାଚରେ ଅକ୍ଷର ପଟେଲ ଓ ଯୁଜବେନ୍ଦ୍ର ଚହଲ ୨ଟି ଲେଖାଏଁ ଓ୍ଵିକେଟ ନେଇଥିବା ବେଳେ ଆଶିଷ ନେହେରା ସନ୍ୟାସ ନେବା ପୂବରୁ ଶେଷ ଓଭର ବୋଲିଂ କରିଥିଲେ।

ପୂର୍ବରୁ ଟସ୍‌ ଜିଣି ନ୍ୟୁଜିଲାଣ୍ଡର ଅଧିନାୟକ କେନ୍‌ ଓ୍ଵିଲିୟମସନ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଭାରତର ଅଭିଜ୍ଞ ଓପନର ଦ୍ୱୟ (ରୋହିତ ଶର୍ମା ଓ ଶିଖର ଧାଓ୍ଵନ) ୮୦ ରନ୍‌ ଲେଖାଏଁ ସଂଗ୍ରହ କରି ଦଳକୁ ମଜବୁତ ସ୍ଥିତିରେ ପହଞ୍ଚାଇ ଥିଲେ। ରୋହିତ କ୍ୟାରିୟରର ୧୨ ତମ ଅର୍ଦ୍ଧଶତକ ଖେଲିଥିବା ବେଳେ ଶିଖରଙ୍କ ଥିଲା ୩ୟ ଅର୍ଦ୍ଧଶତକ।

ସୂଚନାଯୋଗ୍ୟ ୩ଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାର ୨ୟ ମ୍ୟାଚ ଶନିବାର ଗୁଜରାଟର ରାଜକୋଟରେ ଖେଳାଯିବ। ପୂର୍ବରୁ ଭାରତ ଦିନିକିଆ ଶୃଙ୍ଖଳାରେ ୨-୧ରେ ବିଜୟୀ ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe