ଧୋନିଙ୍କ ପାଇଁ ସ୍ବତନ୍ତ୍ର ଶତକ, ଆଇପିଏଲ୍‌ରେ ୧୦୦ ମ୍ୟାଚ୍‌ ଜିତିବାରେ ପ୍ରଥମ ଅଧିନାୟକ

Advertisment
ମାତ୍ର ୪୦ ଟଙ୍କାରେ ଏହି ବୈଦ୍ୟଙ୍କ ପାଖରୁ ଔଷଧ ଆଣନ୍ତି ମହେନ୍ଦ୍ର ସିଂହ ଧୋନି

NDTV Sports

ଆବୁଧାବି: ଶନିବାର ୟୁଏଇରେ ଆରମ୍ଭ ହୋଇଥିବା ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଉଦ୍‌ଘାଟନୀ ମୁକାବିଲାରେ ମୁମ୍ବାଇ ଇଣ୍ଡିଆନ୍‌ସକୁ ପରାସ୍ତ କରିଥିଲା ଚେନ୍ନାଇ ସୁପର କିଙ୍ଗ୍‌ସ। ଏଥି ସହିତ ରୋହିତ ଶର୍ମାଙ୍କ ଦଳ ବିପକ୍ଷରେ ମହେନ୍ଦ୍ର ସିଂହ ଧୋନି ମଧ୍ୟ ପରାଜୟ ଧାରାକୁ ଅଟକାଇ ଦେଇଥିଲେ। ପୂର୍ବ ୫ ମ୍ୟାଚ୍‌ରେ ହାରିଥିବା ଚେନ୍ନାଇ ଶେଷରେ ଆବୁଧାବିରେ ବିଜେତା ମୁମ୍ବାଇକୁ ୫ ୱିକେଟ୍‌ରେ ପରାସ୍ତ କରିଦେଇଥିଲା। ଆଉ ଏହି ବିଜୟ ଧୋନିଙ୍କ ପାଇଁ କୀର୍ତ୍ତିମାନ ସାଜିଥିଲା। ଶନିବାରର ଚେନ୍ନାଇର ଏହି ବିଜୟ ଆଇପିଏଲ୍‌ ଇତିହାସରେ ଧୋନିଙ୍କ ପାଇଁ ସ୍ବତନ୍ତ୍ର ଥିଲା। ଯାହାକି ଆଇପିଏଲ୍‌ରେ ୧୦୦ ମ୍ୟାଚ୍‌ ବିଜୟ ହାସଲ କରିବାରେ ଧୋନି ମଧ୍ୟ ପ୍ରଥମ ଅଧିନାୟକ ହୋଇଛନ୍ତି।

ଆମେ ଆଇପିଏଲ୍‌ ପାଇଁ ଯଥେଷ୍ଟ ଅଭ୍ୟାସ କରିଛୁ। ହେଲେ ପଡ଼ିଆକୁ ଓହ୍ଲାଇଲା ବେଳେ ତୁମକୁ ପରିବେଶର ଆକଳନ କରିବା ସହିତ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପଡ଼ିଥାଏ। ଏହା ଆମପାଇଁ କିଛି ସମୟ ଲାଗିଥାଏ। ତେବେ ମୁମ୍ବାଇ ବିପକ୍ଷ ମ୍ୟାଚ୍‌ରେ ବିଜୟ ପାଇଁ ବୋଲରଙ୍କୁ ଅଧିକ ଶ୍ରେୟ ମିଳିବ। ଶେଖ୍‌ ଜୟେଦ୍‌ ଷ୍ଟାଡିୟମ୍‌ର ପିଚ୍‌ରେ ସଠିକ୍‌ ଲେଙ୍ଗ୍‌ଥରେ ବୋଲରମାନେ ବୋଲିଂ କରିଥିଲେ। ମ୍ୟାଚ୍‌ରେ ଆମ ଆଭିମୁଖ୍ୟ ସକାରାତ୍ମକ ଥିଲେ ମଧ୍ୟ ଆମକୁ ଆହୁରି ଯଥେଷ୍ଟ କ୍ଷେତ୍ରରେ ଉନ୍ନତି ଆଣିବାକୁ ପଡ଼ିବ ବୋଲି ମ୍ୟାଚ୍‌ ଶେଷରେ କହିଥିଲେ ଧୋନି। ବିଜୟରୁ ଅଭିଯାନ ଆରମ୍ଭ କରିଥିବା ଚେନ୍ନାଇ ସୁପର କିଙ୍ଗ୍‌ସ ତା’ର ପରବର୍ତୀ ମ୍ୟାଚ୍‌ ଆସନ୍ତା ୨୨ ତାରିଖ ଦିନ ରାଜସ୍ଥାନ ରୟାଲ୍‌ସ ବିପକ୍ଷ‌ରେ ଖେଳିବାକୁ ଥିଲା ବେଳେ ମୁମ୍ବାଇ ଇଣ୍ଡିଆନ୍‌ସ ୨୩ ତାରିଖରେ ତା’ର ପରବର୍ତୀ ମ୍ୟାଚ୍‌ କୋଲ୍‌କାତା ନାଇଟ୍‌ ରାଇଡର୍ସ ବିପକ୍ଷରେ ଖେଳିବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe