Advertisment

ଋଷଭ ଭର୍ତ୍ତି ହୋଇଥିବା ହସ୍ପିଟାଲ୍‌ର ଫଟୋ କାହିଁକି ସେୟାର୍‌ କଲେ ଉର୍ବଶୀ? ହେଲେ ଟ୍ରୋଲ୍‌

Advertisment
ଋଷଭ ଭର୍ତ୍ତି ହୋଇଥିବା ହସ୍ପିଟାଲ୍‌ର ଫଟୋ କାହିଁକି ସେୟାର୍‌ କଲେ ଉର୍ବଶୀ? ହେଲେ ଟ୍ରୋଲ୍‌

www.aajtak.in

ମୁମ୍ବାଇ: ବଲିଉଡ୍‌ ଅଭିନେତ୍ରୀ ଉର୍ବଶୀ ରୌତେଲା ପୁଣି ଥ‌ରେ କ୍ରିକେଟ୍‌ ତାରକା ଋଷଭ ପନ୍ଥଙ୍କ କାରଣରୁ ଲାଇମ୍‌ଲାଇଟ୍‌ରେ ରହିଛନ୍ତି। ଇର୍ବଶୀ ତାଙ୍କ ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରିରେ ମୁମ୍ବାଇର କୋକିଲାବେନ୍‌ ଧୀରୁଭାଇ ଅମ୍ବାନୀ ହସ୍ପିଟାଲ୍‌ର ଏକ ଫଟୋ ସେୟାର୍‌ କରିଛନ୍ତି। ଏହି ଫଟୋକୁ ଦେଖିବା ପରେ ଲୋକେ ଅନୁମାନ କରୁଛନ୍ତି ଯେ ଉର୍ବଶୀ ପନ୍ଥଙ୍କୁ ଭେଟିବାକୁ ହସ୍ପିଟାଲ୍‌କୁ ଯାଇଥିଲେ।

ତେବେ ବାସ୍ତବରେ ଉର୍ବଶୀ ପନ୍ଥଙ୍କୁ ଭେଟିଛନ୍ତି କି ନାହିଁ ତାହା ସ୍ପଷ୍ଟ ହୋଇନାହିଁ। ମାତ୍ର ପ୍ରଶଂସକମାନେ କହିବା ଆରମ୍ଭ କରିଛନ୍ତି ଯେ ଉର୍ବଶୀ ହସ୍ପିଟାଲ୍‌ ଯାଇ ଋଷଭଙ୍କୁ ଭେଟିଛନ୍ତି। ଋଷଭ ଏବଂ ଉର୍ବଶୀଙ୍କ ମଧ୍ୟରେ ପ୍ରେମ ସଂପର୍କ ଥିବା କଥା ବହୁ ଦିନରୁ ଚର୍ଚ୍ଚା ହେଉଥିଲେ ବି ସେ ଦୁହେଁ କିନ୍ତୁ ଗଣମାଧ୍ୟମରେ ‌ଏ ନେଇ କେବେ ମୁହଁ ଖୋଲିନାହାନ୍ତି।

ଉର୍ବଶୀ ବିନା କାରଶରେ ହସ୍ପିଟ‌ାଲ୍‌ର ଫଟୋ କାହିଁକି ସେୟାର୍‌ କରିଛନ୍ତି ବୋଲି କେହି କେହି ପ୍ରଶ୍ନ କରିଛନ୍ତି। ଆହୁରି ବି କେହି ଅଭିଯୋଗ ଆଣିଛନ୍ତି ଯେ ସେ ଜାଣି ଜାଣି ଟ୍ରୋଲ୍‌ରଙ୍କୁ ତାଙ୍କୁ ଟ୍ରୋଲ୍‌ କରିବାକୁ ନିମନ୍ତ୍ରଣ ଦେଉଛନ୍ତି।

କେହି କେହି ଉର୍ବଶୀଙ୍କ ଏପରି ଆଚରଣକୁ ଶସ୍ତା ରାଜନୀତି ବୋଲି କହୁଥିବା ବେ‌ଳେ କେହି କେହି ତାଙ୍କର ମାନସିକ ବିକୃତି ଥିବା ବୋଲି କହୁଥିବା ଦେଖିବାକୁ ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe