ଫ୍ୟାନ୍ସଙ୍କ ପାଇଁ ଫେରୱେଲ ମ୍ୟାଚ୍‌ ଖେଳିବେ କି ୟୁବି, କ’ଣ କୁହନ୍ତି ଗାଙ୍ଗୁଲି?

Advertisment
ଫ୍ୟାନ୍ସଙ୍କ ପାଇଁ ଫେରୱେଲ ମ୍ୟାଚ୍‌ ଖେଳିବେ କି ୟୁବି, କ’ଣ କୁହନ୍ତି ଗାଙ୍ଗୁଲି?

souravcganguly.blogspot.com

ନୂଆଦିଲ୍ଲୀ: ଅବସର ପୂର୍ବରୁ ଟିମ୍‌ ଇଣ୍ଡିଆର ମ୍ୟାଚ୍‌ ଓ୍ଵିନର୍‌ ଯୁବରାଜ ସିଂହ ଏକ ଫେରୱେଲ ମ୍ୟାଚ୍‌ ଖେଳିବେ କି? ପ୍ରଶଂସକମାନେ ତ ନିଶ୍ଚୟ ଚାହିବେ ଯେ ୟୁବି ଆଉ ଏକ ଦମ୍‌ଦାର ମ୍ୟାଚ୍‌ ଖେଳି ସେମାନଙ୍କ ମନୋରଞ୍ଜନ କରାନ୍ତୁ ବୋଲି। ମାତ୍ର ୟୁବିଙ୍କ ସଫଳତାରେ ଶ୍ରେୟ ପାଉଥିବା ପୂର୍ବତନ ଟିମ୍‌ ଇଣ୍ଡିଆ କ୍ୟାପଟେନ୍‌ ସୌରଭ ଗାଙ୍ଗୁଲି କ’ଣ କହନ୍ତି?

ସୋମବାର ବାମହାତୀ ମ୍ୟାଚ୍‌ ଓ୍ଵିନର୍‌ ୟୁବି ନିଜର ଅବସର ଘୋଷଣା କରିବା ପରେ ୟୁବିଙ୍କ ପ୍ରଶଂସକଙ୍କ ମନରେ ବିଶାଦର କଳାବାଦଲ ଛାଇଯାଇଛି। ଏହି ପ୍ରଂସଗରେ ଗାଙ୍ଗୁଲିଙ୍କୁ ପଚରା ଯାଇଥିଲା ଯେ ୟୁବିଙ୍କ ଏକ ଫେରୱେଲ ଗେମ୍‌ ଖେଳିବାର ସୁଯୋଗ ଦିଆଯିବା ଉଚିତ କି?

publive-image Indiatimes.com

ଏହାର ଉତ୍ତର ରଖି ଗାଙ୍ଗୁଲି କହିଛନ୍ତି, ‘ମୁଁ ସେପରି ଭାବୁନାହିଁ। ଫେରୱେଲ ମ୍ୟାଚ୍‌ରେ ମୁଁ ବିଶ୍ୱାସ ରଖେ ନାହିଁ। ଯଦି ଏହି ଗେମ୍‌ ଜଣେ ଖେଳାଳିର ଟେଷ୍ଟ କିମ୍ବା ଏକ ଦିନିକିଆ ମ୍ୟାଚ୍‌ ଭିତରେ ପଡ଼ିଥାଏ ତାହା ଭିନ୍ନ କଥା। ମାତ୍ର ସ୍ୱତନ୍ତ୍ର ଫେରୱେଲ ଗେମ୍‌ରେ ମୁଁ ବିଶ୍ୱାସ ରଖେ ନାହିଁ।’

ସେ ଆହୁରି ବି କହିଛନ୍ତି ଯେ ୟୁବି ତାଙ୍କର ଚମତ୍କାର ସଫଳତା ପାଇଁ ସଦା ମନେ ରହିବେ। ଭାରତୀୟ ଟିମ୍‌ର ସେ ଜଣେ ଉଦୀୟମାନ ଖେଳାଳି ଓ ମୁଁ ତାଙ୍କୁ ନେଇ ଗର୍ବ ଅନୁଭବ କରେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe