ଓଡ଼ିଶା ଏଫସିରେ ବ୍ରାଜିଲୀୟ ଷ୍ଟ୍ରାଇକର ଡିଏଗୋ

Advertisment
ଓଡ଼ିଶା ଏଫସିରେ ବ୍ରାଜିଲୀୟ ଷ୍ଟ୍ରାଇକର ଡିଏଗୋ

DNA India

ଭୁବନେଶ୍ବର: ଭାରତର ଶୀର୍ଷତମ ପେସାଦାର ଫୁଟ୍‌ବଲ୍ ପ୍ରତିଯୋଗିତା ଆଇଏସ୍‌ଏଲ୍‌ (ଇଣ୍ଡିଆନ୍ ସୁପର୍‌ ଲିଗ୍)ରେ ଓଡ଼ିଶା ଏଫ୍‌ସିର ପ୍ରବେଶକୁ ସୋମବାର ଗୋଟିଏ ବର୍ଷ ପୂର୍ଣ୍ଣ ହୋଇଛି। ପ୍ରଥମ ବର୍ଷ ପ୍ରଭାବୀ ପ୍ରଦର୍ଶନ କରି ଓଡ଼ିଶା ଏଫ୍‌ସି ଅଳ୍ପକେ ପ୍ଲେ ଅଫ୍‌ରୁ ବଞ୍ଚିତ ହୋଇଥ‌ିଲେ ମଧ୍ୟ ପ୍ରଶଂସକଙ୍କ ହୃଦୟ ଜିତି ନେଇଥିଲା। କୋଭିଡ୍‌ ମହାମାରୀ କାରଣରୁ ପ୍ରଥମ ବର୍ଷ ପୂର୍ତ୍ତି ଉତ୍ସବ ସମ୍ପନ୍ନ ହୋଇନଥିଲେ ମଧ୍ୟ ସୋମବାର ଆଗାମୀ ସପ୍ତମ ଋତୁ ପାଇଁ ପ୍ରଥମ ବିଦେଶୀ ଖେଳାଳି ଭାବେ ବ୍ରାଜିଲୀୟ ଷ୍ଟ୍ରାଇକର୍‌ ଡିଏଗୋ ମୌରିସିଓ ଚୁକ୍ତିବଦ୍ଧ ହୋଇଛନ୍ତି। ବିଶ୍ବର ବହୁ ପ୍ରମୁଖ ଫୁଟ୍‌ବଲ୍‌ ଲିଗ୍‌ରେ ଖେଳିଥିବା ୨୯ ବର୍ଷୀୟ ଡିଏଗୋ କିନ୍ତୁ ଏହି ଭୁବନେଶ୍ବର ଦଳ ସହ ମାତ୍ର ବର୍ଷକ ପାଇଁ ଚୁକ୍ତିବଦ୍ଧ ହୋଇଛନ୍ତି। ରିଓ ଡି ଜେନିରୋ ଜନ୍ମିତ ଏହି ଫରୱାର୍ଡ ବ୍ରାଜିଲର ୨୦ ବର୍ଷରୁ କମ୍‌ ପ୍ରତିଭା ଅନ୍ବେଷଣରୁ ଚିହ୍ନଟ ହେବା ପରେ ଫିଲିପ୍ କଟିନୋ, କାସେମିରୋ, ଓସ୍କାର, ଫିଲିପ୍ ଆଣ୍ଡରସନ୍‌, ଫର୍ମିନୋ ଏବଂ ନେମାର ଜୁନିୟରଙ୍କ ଭଳି ସୁପରଷ୍ଟାରଙ୍କ ସହ ଖେଳିଥିଲେ। ୨୦୧୦ ମସିହାରେ ସେ ବ୍ରାଜିଲ୍‌ ପାଇଁ ରୋନାଲ୍ଡିନୋଙ୍କ ଦଳରେ ଜାତୀୟ ପଦାର୍ପଣ କରିଥିଲେ। ଅଦ୍ୟାବଧି ଦକ୍ଷିଣ କୋରିଆ, ସାଉଦି ଆରବ, ରୁଷିଆ, ଚୀନରେ ଅଧା ଡଜନରୁ ଊର୍ଧ୍ବ ଫୁଟ୍‌ବଲ୍ କ୍ଲବ୍‌ ପାଇଁ ସେ ଖେଳି ସାରିଛନ୍ତି।

ଡିଏଗୋଙ୍କୁ ଓଡ଼ିଶା ଏଫ୍‌ସି ଯୁକ୍ତିବଦ୍ଧ କରିଥିବାରୁ ମୁଖ୍ୟ ପ୍ରଶିକ୍ଷକ ଷ୍ଟୁଆର୍ଟ ବକ୍ସଟର୍‌ ଖୁସୀ ଜାହିର କରିଛନ୍ତି। ଡିଏଗୋଙ୍କ ଭଳି ଖେଳାଳି ଦଳ ପାଇଁ ଏବଂ ନିଜ ପାଇଁ ସୁଯୋଗ ସୃଷ୍ଟି କରିପାରି‌ବେ। ଦଳ ପାଇଁ ସେ ସମ୍ପଦ ହେବେ ବୋଲି ବକ୍ସଟର୍ ପ୍ରକାଶ କରିଛନ୍ତି। ଓଡ଼ିଶା ଏଫସି ସହ ଯୋଡ଼ି ହୋଇଥିବାରୁ ନିଜେ ମଧ୍ୟ ଡିଏାଗୋ ଉଲ୍ଲସିତ ଥିବା ପ୍ରକାଶ କରିଛନ୍ତି। ବକ୍ସଟରଙ୍କ ଅଧିନରେ ଖେଳିବା ସୌଭାଗ୍ୟର ବିଷୟ। ଯୁବ ଓଡ଼ିଶା ଏଫ୍‌ସି, ଜଗରନଟ୍ସ ଏବଂ ଭାରତ ଭଳି ଦେଶକୁ ନେଇ ମୁଁ ଅନେକ ମଜାଦାର କଥା ଶୁଣିଛି ଓ ପଢ଼ିଛି। ତେବେ ଲିଗ୍ ଜିତିବା ଲକ୍ଷ୍ୟରେ ମୁଁ ଆସୁଛି' ବୋଲି ଡିଏଗୋ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe