ଅଫ୍‌ ସାଇଡ୍‌: ରୋନାଲଡୋଙ୍କ ଜୀବନଶୈଳୀକୁ ଆପଣାଇବା ଜର୍ଜିନାଙ୍କ ପାଇଁ କଷ୍ଟକର ଥିଲା

Advertisment
ଅଫ୍‌ ସାଇଡ୍‌: ରୋନାଲଡୋଙ୍କ ଜୀବନଶୈଳୀକୁ ଆପଣାଇବା ଜର୍ଜିନାଙ୍କ ପାଇଁ କଷ୍ଟକର ଥିଲା

ନୂଆଦିଲ୍ଲୀ : ବିଶ୍ବର ଅନ୍ୟତମ ଚର୍ଚ୍ଚିତ, ସଫଳ ତଥା ଧନୀ ଫୁଟବଲ୍ ତାରକା କ୍ରିଷ୍ଟିଆନୋ ରୋନାଲଡୋଙ୍କ ଜୀବନକୁ ଆସିବା ପରେ ତାଙ୍କ ବାନ୍ଧବୀ ତଥା ମଡେଲ ଜର୍ଜିନା ରୋଡ୍ରିଗ୍ବେଜ୍‌ଙ୍କ ଜୀବନ ପୂରା ବଦଳି ଯାଇଥିଲା। ବିଶେଷ କରି ଛୋଟ ଆପାର୍ଟମେଣ୍ଟରେ ବଢ଼ିଥିବା ଜର୍ଜିନା ନିଜ ପ୍ରେମିକ ରୋନାଲଡୋଙ୍କର ବିଶାଳ ରାଜପ୍ରସାଦ ଭଳି ଘରେ ବେଶ୍ ଏକୁଟିଆ ଅନୁଭବ କରୁଥିଲେ। ସେଠାରେ ସେ ଏକପ୍ରକାର ହଜି ଯାଉଥିଲେ। ହଠାତ୍ ବଦଳି ଯାଇଥିବା ଜୀବନ ଶୈଳୀ ସହ ଖାପ ଖୁଆଇବା ବି ପ୍ରଥମ କିଛି ଦିନ ଜର୍ଜିନାଙ୍କ ପାଇଁ ଅତ୍ୟନ୍ତ କଷ୍ଟକର ଥିଲା। ଅବଶ୍ୟ କିଛି ଦିନ ପରେ ଆପେ ଆପେ ସବୁକିଛି ଠିକ୍ ହୋଇଯାଇଥିଲା ବୋଲି ଏକ ସାକ୍ଷାତକାର ଅବସରରେ କହିଛନ୍ତି ଜର୍ଜିନା।

ରୋନାଲଡୋଙ୍କ ସହ ନୂଆ ନୂଆ ସଂପର୍କକୁ ମନେ ପକାଇବାକୁ ଯାଇ ସେ ଆହୁରି କହିଛନ୍ତି ଯେ ବିଶାଳପୂର୍ଣ୍ଣ ଜିନିଷ ବିକ୍ରି କରିବାଠାରୁ ରେଡ୍ କାର୍ପେଟ୍‌ରେ ସେଗୁଡ଼ିକ ପିନ୍ଧିବାର ଯାତ୍ରାକୁ ବିଶ୍ବାସ କରିବା ତାଙ୍କ ପାଇଁ ସହଜ ନଥିଲା। ସବୁକିଛି ସ୍ବପ୍ନ ଭଳି ଲାଗୁଥିଲା। ରୋନାଲଡୋଙ୍କ ଘରକୁ ପ୍ରଥମ ଥର ଗଲା ବେଳେ ସେ କିଭଳି ବାରମ୍ବାର ବାଟବଣା ହୋଇ ଯାଇଥିଲେ ସେ କଥା ବି ମନେ ପକାଇଥିଲେ ଜର୍ଜିନା। ‘‘କେବେ କେବେ ବୈଠକ ଘର ଖୋଜିବାକୁ ମୋତେ ଅଧଘଣ୍ଟାରୁ ଅଧିକ ସମୟ ଲାଗୁଥିଲା। ଆଉ ମୋତେ ବାଟ ଜଣା ନଥିଲା। ସେହି ଘର ବହୁତ ବଡ଼ ଥିଲା। ଏକ ଛୋଟ ଘରେ ବଢ଼ି ଥିବାରୁ ସେଠାରେ ଚଳିବା ମୋ ପାଇଁ ସହଜ ନଥିଲା’’ ବୋଲି ମତ ରଖିଥିଲେ ଜର୍ଜିନା। ଏହି ଅବସରରେ ରୋନାଲଡୋଙ୍କୁ ସେ ନିଜ ସ୍ବପ୍ନର ରାଜକୁମାର ବୋଲି ବର୍ଣ୍ଣନା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe