‘ଭାରତୀୟ ହକି’ର ସଭାପତି ପଦବି ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

‘ଭାରତୀୟ ହକି’ର ସଭାପତି ପଦବି ପାଇଁ ନାମାଙ୍କନ ଦାଖଲ କଲେ ଦିଲୀପ ତିର୍କୀ

ଭୁବନେଶ୍ବର:  ପୂର୍ବତନ ମହାନ୍‌ ଖେଳାଳି ଦିଲୀପ ତିର୍କୀ ‘ଭାରତୀୟ ହକି’ର ସଭାପତି ପଦବି ପାଇଁ ନାମାଙ୍କନ ଦାଖଲ କରିଛନ୍ତି। ଏନେଇ ଦିଲୀପ ତିର୍କୀ ସାମାଜିକ ଗଣମାଧ୍ୟମ ‘ଫେସ୍‌ବୁକ୍‌’ ପେଜ୍‌ ମାଧ୍ୟମରେ ସୂଚନା ଦେଇଛନ୍ତି। ଭାରତୀୟ ହକି ଟିମ୍‌ର ପୂର୍ବତନ ଅଧିନାୟକ ତଥା ପଦ୍ମଶ୍ରୀପ୍ରାପ୍ତ ଦିଲୀପ ତିର୍କୀ  ରବିବାର ତାଙ୍କର ନାମାଙ୍କନ ପତ୍ର ଦାଖଲ କରିଥିବା କଥା ଉଲ୍ଲେଖ କରିଛନ୍ତି। ନାମାଙ୍କନ ପତ୍ର ଦାଖଲ କରିବା ପରେ ଶ୍ରୀ ତିର୍କୀ ଫେସବୁକ୍‌ ପେଜ୍‌ ଓ ଟୁଇଟର ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି।

ତେବେ ହକି ଇଣ୍ଡିଆର ସଭାପତି ପଦବି ପାଇଁ ନାମାଙ୍କନ ପତ୍ର ଦାଖଲ କରିବା ପରେ ପୂର୍ବତନ ଅଧିନାୟକ ଦିଲୀପ ତିର୍କୀ କହିଛନ୍ତି ଯେ, ହକି ଇଣ୍ଡିଆକୁ ସେ ଏକ ନୂତନ ପରିଚୟ ଦେଇପାରିବେ।

ସୂଚନାଯୋଗ୍ୟ, ‘ଭାରତୀୟ ହକି’ରେ ଦିଲୀପ ତିର୍କୀ ଜଣେ ଜଣାଶୁଣା ଚେହରୋ। ଅନ୍ତର୍ଜାତୀୟ ହକିରେ ତାଙ୍କର ଅନେକ ଗୁଡ଼ିଏ ଭଲ ରେକର୍ଡ ରହିଛି। ସେ ଭାରତୀୟ ହକିରେ ଜଣେ ବିଶ୍ବସ୍ତ ପ୍ରତିଭା। ଭାରତ ପାଇଁ ସେ ୧୫ ବର୍ଷ ଯାଏଁ ଅନ୍ତର୍ଜାତୀୟ ମ୍ୟାଚ ଖେଳିଛନ୍ତି। ତାଙ୍କର କ୍ୟାରିୟର ଭିତରେ ସେ ୩ଥର ଅଲିମ୍ପିକ୍ସ ଖେଳିଛନ୍ତି। ୨୦୦୪ ଏଥେନ୍ସ ଅଲିମ୍ପିକ୍ସରେ ସେ ଭାରତୀୟ ଦଳର ନେତୃତ୍ବ ନେଇଥିଲେ। ଦିଲୀପ ତିର୍କୀ କେବଳ କ୍ରୀଡ଼ାରେ ଅଟକି ନାହାନ୍ତି। ସେ ୨୦୧୨ରୁ ୨୦୧୮ ପର୍ଯ୍ୟନ୍ତ ରାଜ୍ୟସଭାର ସାଂସଦ ମଧ୍ୟ ହୋଇଛନ୍ତି। ତେଦେ ଦିଲୀପ ତିର୍କୀ ‌ସାମାଜିକ ଗଣମାଧ୍ୟମରେ ହକି ଇଣ୍ଡିଆର ସଭାପତି ପଦବି ପାଇଁ ପ୍ରାର୍ଥୀ ପତ୍ର ଦାଖଲ ନେଇ ସୂଚନା ଦେବା ପରେ ତାଙ୍କୁ ପ୍ରଶଂସକମାନେ ସ୍ବାଗତ ଓ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe