ଭୁବନେଶ୍ବର: ଭୁବନେଶ୍ବର ଗଲ୍ଫ କୋର୍ସରେ ଗତ ସପ୍ତାହନ୍ତରେ ୨୧ତମ କଳିଙ୍ଗ ଓପନ୍ ଗଲ୍ଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ଗ୍ରୁପ୍ (୦-୧୬)ରେ ହକି ଅଲିମ୍ପିଆନ୍ ଦିଲୀପ ତିର୍କି ବିଜେତା ହୋଇଥିବାବେହେଳ କ୍ୟାପଟେନ୍ ସୁଭାଷ ଦାସ ବେଷ୍ଟ ଗ୍ରସ୍ ଓ ଅସିତ କୁମାର ସାହୁ ଉପବିଜେତା ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: କୋର୍ଟରେ ହାଜର ହେଲେ ସାଂସଦ
ସେହିଭଳି ୧୭-୨୪ ହ୍ୟାଣ୍ଡିକ୍ୟାପ୍ ଶ୍ରେଣୀରେ ଅଜୟ ଦାସ ଓ ସତ୍ୟରଂଜନ ବେହୁରା ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି। ମହିଳା ବିଭାଗରେ ଲଖି ସ୍ବାଇଁ ପ୍ରାଧାନ୍ୟ ଅବ୍ୟାହତ ରଖି ବିଜୟିନୀ ହୋଇଥିବାବେଳେ ରେବତୀ ପାଣି ଉପବିଜୟିନୀ ହୋଇଛନ୍ତି। ବରିଷ୍ଠ ବର୍ଗରେ ନରେନ୍ଦ୍ର ପାଲ୍ ସିଂହ ଓ ଏୟାର ମାର୍ଶାଲ ଜେଏନ୍ ବର୍ମା ଯଥାକ୍ରମେ ବିଜେତା ଓ ଉପବିଜେତା ହୋଇଛନ୍ତି।
ଏହି ଖବର ପଢ଼ନ୍ତୁ: ବାହାର କାଠ ନିକଟରୁ ମହାପ୍ରଭୁଙ୍କ ଦର୍ଶନ ବ୍ୟବସ୍ଥା
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2026/01/01/2026-01-01t113431602z-img_20251207_112601-2026-01-01-17-04-31.jpg)
/sambad/media/media_files/2024/12/10/vvway0FyP6q06r3pZIEx.jpg)