ଦଲିପ୍‌ ଟ୍ରଫି ଫାଇନାଲ୍‌: ନିଖିଳଙ୍କ ଶତକ; ଇଣ୍ଡିଆ ବ୍ଲୁ ୫୪୧

‘ବିଶ୍ବକପ୍ ଜିତି ବି ନିଯୁକ୍ତି ବ୍ୟବସ୍ଥାରୁ ବଞ୍ଚିତ’: ପାରାଆଥଲେଟ୍‌ଙ୍କୁ କ୍ୟାଭିର ଦୃଢ଼ ସମର୍ଥନ

ଡିଣ୍ଡିଗୁଲ୍‌: ତାମିଲନାଡୁର ଡିଣ୍ଡିଗୁଲ୍‌ରେ ଇଣ୍ଡିଆ ରେଡ୍‌ ଓ ଇଣ୍ଡିଆ ବ୍ଲୁ ମଧ୍ୟରେ ମଙ୍ଗଳବାରଠୁ ଆରମ୍ଭ ହୋଇଛି ଦଲିପ ଟ୍ରଫିର ଫାଇନାଲ୍‌ ମୁକାବିଲା। ଏଥିରେ ଟସ୍‌ ଜିତି ବ୍ଲୁ ଦଳ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା। ପ୍ରଥମ ଦିବସରେ ଦଳ ଅନ୍‌ମୋଲ୍‌ପ୍ରୀତ୍‌ ସିଂହ (୯୬) ଏବଂ ରିକି ଭୁଇଙ୍କ ଅପରାଜିତ ଅର୍ଧଶତକ ସତ୍ତ୍ୱେ ୨୬୦ ରନ୍‌ରେ ୫ ଓ୍ଵିକେଟ୍‌ ହରାଇଥିଲା। ଅନ୍‌ମୋଲ୍‌ ମାତ୍ର ୪ ରନ୍‌ ପାଇଁ ଶତକରୁ ବଞ୍ଚିତ ହୋଇଥିଲା ବେଳେ ଅଧିନାୟକ ଫୈଜ୍‌ ଫଜଲ୍‌ (୩୨), ଓ୍ଵିକେଟ୍‌ରକ୍ଷକ ସ୍ମିତ୍‌ ପଟେଲ (୨୨), ଧ୍ରୁବ ସୋରେ (୧୮) ଓ ଦୀପକ ହୁଦା (୨୬) ପାଭିଲିୟନ୍‌ ଫେରି ଯାଇଥିଲେ। ପ୍ରଥମ ଦିବସ ଶେଷରେ ରିକି ଭୁଇ (୫୩) ନିଖଳ ଗଙ୍ଗ୍‌ଟା (୧) ଅପରାଜିତ ରହିଥିଲେ। ହେଲେ ଦ୍ୱିତୀୟ ଦିବସରେ ରେଡ୍‌ ଦଳର ବୋଲରଙ୍କୁ ଆରମ୍ଭରୁ ନିରାଶ ହେବାକୁ ପଡ଼ିଥିଲା। ରିକି ଭୁଇ ପୂର୍ବ ଦିନ ସ୍କୋର୍‌ରେ ମାତ୍ର ୭ ରନ୍‌ ଯୋଡ଼ି ଆଉଟ୍‌ ହୋଇଯାଇଥିଲା ବେଳେ ଗଙ୍ଗ୍‌ଟା ଓ ସ୍ୱପ୍ନୀଳ ସିଂହ ବ୍ଲୁ ଦଳର ପାଳିକୁ ସଜାଡ଼ି ନେଇଥିଲେ। ଦୁହେଁ ସପ୍ତମ ଓ୍ଵିକେଟ୍‌ରେ ୧୫୩ ରନ୍‌ ଯୋଡ଼ି ସ୍ଥିତି ପୂରା ମଜ୍‌ବୁତ୍‌ କରିଦେଇଥିଲେ। ସ୍ୱପ୍ନୀଳ ୬୯ ରନ୍‌ରେ ଆଉଟ୍‌ ହୋଇଥିଲା ବେଳେ ଗଙ୍ଗ୍‌ଟା ୧୩୦ ରନ୍‌ କରି ନବମ ଖେଳାଳି ଭାବେ ପାଭିଲିୟନ୍‌ ଫେରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସୌରଭ କୁମାର ୩୬ ଓ ଜୟଦେବ ଉନାଦ୍‌କଟ୍‌ ୨୪ ରନ୍‌ର ମୂଲ୍ୟବାନ ଯୋଗଦାନ ରଖିଥିଲେ। ଫଳରେ ବ୍ଲୁ ଦଳ ୧୬୭.୩ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇବା ପୂର୍ବରୁ ୫୪୧ ରନ୍‌ର ବଡ଼ ସ୍କୋର୍‌ ଛିଡ଼ା କରିସାରିଥିଲା। ରେଡ୍‌ ଦଳ ପକ୍ଷରୁ ସଫଳ ବୋଲର ଭାବେ ପର୍ଭେଜ୍‌ ରସୁଲ୍‌ ୧୫୦ ରନ୍‌ରେ ୪, ମିହିର ହିର୍‌ଓ୍ଵାନୀ ୧୯୦ ରନ୍‌ରେ ୩ ଏବଂ ପ୍ରସିଦ୍ଧ କୃଷ୍ଣ ୭୨ ରନ୍‌ରେ ୨ ଓ୍ଵିକେଟ୍‌ ଅକ୍ତିଆର କରିଥିଲେ। ଜବାବରେ ରେଡ୍‌ ଦଳ ଦ୍ୱିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ତା’ର ପ୍ରଥମ ପାଳିରେ ଅଧିନାୟକ ଅଭିନବ ମୁକୁନ୍ଦ (୭)ଙ୍କ ଓ୍ଵିକେଟ୍‌ ହରାଇ ୨୭ ରନ୍‌ କରିଛି। ସଞ୍ଜୟ ରାମାସ୍ୱାମୀ ୯ ଓ ଭବନକା ସନ୍ଦୀପ ୧୧ ରନ୍‌ରେ ବ୍ୟାଟିଂ କରୁଛନ୍ତି। ଧବଲ କୁଲ୍‌କର୍ଣ୍ଣି ଏକମାତ୍ର ଓ୍ଵିକେଟ୍‌ ଦଖଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe