ଦଲିପ୍‌ ଟ୍ରଫି: ୱାଖାରେଙ୍କୁ ୫ ୱିକେଟ୍‌: ଇଣ୍ଡିଆ ଗ୍ରିନ୍‌ ୪୪୦; ରେଡ୍‌ ୧୪୦/୨

Advertisment
ସୟଦ ମୁସ୍ତାକ ଅଲ୍ଲୀ ଟ୍ରଫି ପାଇଁ ଅଭିଷେକ ଓଡ଼ିଶା ଅଧିନାୟକ: ଆଶୀର୍ବାଦ, ଓମ୍‌, ସୁଶୀଲ ଓ ମୁସ୍ତାକ ନୂଆ ମୁହଁ

ଅଲୁର: ସ୍ଥାନୀୟ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍‌ ସଂଘ ପଡ଼ିଆରେ ଗୁରୁବାରଠୁ ଆରମ୍ଭ ହୋଇଥିବା ଦଲିପ୍‌ ଟ୍ରଫିର ଅନ୍ତିମ ଲିଗ୍‌ ମ୍ୟାଚ୍‌ରେ ଫୈଜ୍‌ ଫଜଲ୍‌ଙ୍କ ନେତୃତ୍ବାଧୀନ ଇଣ୍ଡିଆ ଗ୍ରିନ୍‌ ଦଳ ପ୍ରଥମ ପାଳିରେ ବଡ଼ ସ୍କୋର୍‌ କରିଛି। ଏହି ୪ ଦିନିଆ ମ୍ୟାଚ୍‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନେଇଥିବା ଇଣ୍ଡିଆ ଗ୍ରିନ୍‌ ଦଳ ଅକ୍ଷତ ରେଡ୍ଡି (୧୪୬)ଙ୍କ ଶତକ ପରେ ସିଦ୍ଦେଶ ଲାଡ୍‌ (୬୪) ଓ ପ୍ରିୟମ ଗର୍ଗ (୫୩)ଙ୍କ ଅର୍ଧଶତକ ସାଙ୍ଗକୁ ୱିକେଟ୍‌ରକ୍ଷକ ଅକ୍ଷୟ ୱା‌ଦ୍‌କର (୪୪), ଧ୍ରୁବ ସୋରେ (୪୪) ଓ ଧର୍ମେନ୍ଦ୍ରସିଂହ ଜାଦେଜା (୩୭)ଙ୍କ ମୂଲ୍ୟବାନ ସହଯୋଗ ବଳରେ ୪୪୦ ରନ୍‌ କରିନେଇଛି। ପ୍ରଥମ ଦିବସରେ ୩୦୮/୪ କରିଥିବା ଗ୍ରିନ୍‌ ଦଳ ଶୁକ୍ରବାର ଦ୍ବିତୀୟ ଦିବସରେ ଆଉ ୧୩୨ ରନ୍ ଯୋଡ଼ି ଅବଶିଷ୍ଟ ୬ ୱିକେଟ୍‌ ହରାଇଥିଲା। ଇଣ୍ଡିଆ ରେଡ୍‌ ପକ୍ଷରୁ ଅକ୍ଷୟ ୱାଖାରେ ୧୦୩ ରନ୍‌ରେ ୫ ୱିକେଟ୍‌ ସଫଳତା ହାତେଇଥିଲା ବେଳେ ଅଭେଶ ଖାନ୍‌ ଓ ସନ୍ଦୀପ ୱାରିୟର ୨ ଲେଖାଏଁ ୱିକେଟ୍‌ ନେଇଥିଲେ।

ଜବାବରେ ଦ୍ବିତୀୟ ଦିବସ ଷ୍ଟମ୍ପ୍‌ସ ପ୍ରତ୍ୟାହାର ବେଳକୁ ରେଡ୍‌ ଦଳ ତା’ର ପ୍ରଥମ ପାଳିରେ ୨ ୱିକେଟ୍‌ ହରାଇ ୧୪୦ ରନ୍‌ କରିଛି। ଅଧିନାୟକ ପ୍ରିୟଙ୍କ ପାଞ୍ଚଲ୍‌ ୩୧ ଏବଂ ଅଙ୍କିତ କାଲ୍‌ସି ୧ ରନ୍‌ରେ ପାଭିଲିୟନ୍‌ ଫେରିଯାଇଥିଲା ବେଳେ ଅଭିମନ୍ୟୁ ଈଶ୍ବରନ୍‌ (୩) ରିଟାୟର୍ଡ ହର୍ଟ ହୋଇଛନ୍ତି। ତେବେ କରୁଣ ନାୟାର ପୁନର୍ବାର ତାଙ୍କ ଫର୍ମ ଜାରି ରଖି ୭୭ ଏବଂ ମହିପାଲ ଲୋମ୍‌ରର୍‌ ୨୨ ରନ୍‌ରେ ଅପରାଜିତ ରହି ପାଳି ଆଗକୁ ବଢ଼ାଇ ନେଇଛନ୍ତି। ଧର୍ମେନ୍ଦ୍ରସିଂହ ଜାଦେଜା ଗ୍ରିନ୍‌ ପକ୍ଷରୁ ସଫଳ ବୋଲର ଭାବେ ରେଡ୍‌ର ୨ଟିଯାକ ପ୍ରଥମ ପାଳି ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥି ସହିତ ରେଡ୍‌ ଦଳ ହାତରେ ୭ ୱିକେଟ୍‌ ଥାଇ ଗ୍ରିନ୍‌ ପ୍ରଥମ ପାଳି ସ୍କୋର୍‌ଠୁ ୩୦୦ ରନ୍‌ ପଛରେ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe