କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସ ଉଦ୍‌ଘାଟନ ଆଜି : ଦିଲ୍ଲୀପ ତିର୍କି ଏବଂ ଧନରାଜ ପିଲ୍ଲେଙ୍କ ଏକାଦଶ ଖେଳିବ ପ୍ରଦର୍ଶନୀ ମ୍ୟାଚ୍

Advertisment
କଳିଙ୍ଗ ଷ୍ଟାଡିୟମ ହକି କମ୍ପ୍ଲେକ୍ସ  ଉଦ୍‌ଘାଟନ ଆଜି : ଦିଲ୍ଲୀପ ତିର୍କି ଏବଂ ଧନରାଜ ପିଲ୍ଲେଙ୍କ ଏକାଦଶ ଖେଳିବ ପ୍ରଦର୍ଶନୀ ମ୍ୟାଚ୍

ଭୁବନେଶ୍ୱର: ହକି ବିଶ୍ବ କପ୍‌ ଲାଗି ପୁନଃନିର୍ମିତ ହୋଇଥିବା କଳିଙ୍ଗ ଷ୍ଟାଡିୟମର ହକି କମ୍ପ୍ଲେକ୍ସ ବୁଧବାର ଉଦ୍‌ଘାଟିତ ହେବ। ଏହି ପର୍ବ ଅବସରରେ ଦୁଇ ହକି କିମ୍ବଦନ୍ତୀ ଦିଲ୍ଲୀପ ତିର୍କି ଏବଂ ଧନରାଜ ପିଲ୍ଲେଙ୍କ ଏକାଦଶ ମଧ୍ୟରେ ଏକ ପ୍ରଦର୍ଶନୀ ମ୍ୟାଚ୍ ଖେଳାଯିବ। ଏହି ମ୍ୟାଚ୍ ଉପରେ ଏବେ ସମସ୍ତଙ୍କ ନଜର। ପ୍ରଶଂସକମାନେ ବି ଅସମ୍ଭବ ଉତ୍ସାହ ଦେଖାଇଛନ୍ତି। ଉଭୟ ଦଳରେ ବହୁ ପୂର୍ବତନ ଏବଂ ବର୍ତମାନର ଖେଳାଳିଥିବାରୁ ପ୍ରଶଂସକଙ୍କୁ ନିଆରା ହକି ଦେଖିବାର ସୁଯୋଗ ମିଳିବ। ଏହି ମ୍ୟାଚ୍ ସଂଧ୍ୟା ୭ଟାରେ ମଧ୍ୟ ଫେସବୁକ୍ ପୃଷ୍ଠା @heartbeatsforhockeyରେ ସିଧାପ୍ରସାରିତ ହେବ। ଏହି ମ୍ୟାଚକୁ ନେଇ ବହୁ ଉତ୍ସାହିତ ଏବଂ ପ୍ରସ୍ତୁତ ହୋଇଛନ୍ତି ଦିଲ୍ଲୀପ ତିର୍କି। ‘ମୁଁ ଭାରତର ସର୍ବାଧିକ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଳି (୪୧୨) କିନ୍ତୁ କିଳଙ୍ଗ ଷ୍ଟାଡିୟମରେ କେବେ ଖେଳିବାର ସ‌ୁଯୋଗ ପାଇନଥିଲି। ଏହି ମ୍ୟାଚ୍ ମୋ ପାଇଁ ନୂଆ ଅଭିଜ୍ଞତା ଓ ଅନୁଭବ ଆଣିଦେବ। ସେହିଭଳି ଦେଶର କିମ୍ବଦନ୍ତୀ ଧନରାଜ ପିଲ୍ଲେଙ୍କ ‌େଖଳକୁ ଓଡ଼ିଶା ଲୋକ ଟିଭ‌ିରେ ଦେଖିଥିବେ ଏବେ ପ୍ରତ୍ୟେକ୍ଷରେ ଦେଖିବାର ସ‌ୁଯୋଗ ପାଇବେ ବୋଲି କହିଥିଲେ ଦିଲ୍ଲୀପ। ଏଥି ପାଇଁ ମୁଁ ଆ‌େୟାଜକ ନୁପୂର ମହାଜନ ଓ ରାଜ୍ୟ କ୍ରୀଡ଼ା ବିଭାଗକୁ ଦିଲ୍ଲୀପ ଧନ୍ୟବାଦ ଜଣାଇଥିଲେ। ‘ଅବ ବାସ୍ ହକି, ମେରା ଦିଲ୍ ଭି ଧଡକତା ହୈ ’ ବୋଲି କହିଥିଲେ ଧନରାଜ।

ଦିଲ୍ଲୀପଙ୍କ ଦଳ: ଦିଲ୍ଲୀପ ତିର୍କି (ଅଧିନାୟକ), କୃଷ୍ଣ ବାହାଦୁର ପାଠକ, ଇଗ୍ନେଶ ତିର୍କି, ଭିଆର୍‌ ରଘୁନାଥ, ଦୀପକ ଠାକୁର, ମନପ୍ରୀତ ସିଂହ, ଦୀପସାନ ତିର୍କି, ରୂପିନ୍ଦର ପାଲ ସିଂହ, ସୂରଜ କାର୍କେରା, ନୀଲମ ସଞ୍ଜୀପ ଖେସ୍‌, ସୁରେନ୍ଦର କୁମାର, ଅମିତ ରୋହିଦାସ, ସୁମିତ, ନୀଳକଣ୍ଠ ଶର୍ମା, ଲଲିତ କୁମାର ଉପାଧ୍ୟାୟ, ଆକାଶଦୀପ ସିଂହ, ମନଦୀପ ସିଂହ, ସୁମିତ କୁମାର।

ଧନରାଜଙ୍କ ଦଳ: ଧନରାଜ ପିଲ୍ଲେ (ଅଧିନାୟକ), ପିଆର୍‌ ଶ୍ରୀଜେସ୍‌, ବୀରେନ୍‌ ରାସ୍‌କିନା, ସର୍ଦାର ସିଂହ, ପ୍ରଭଜ୍ୟୋତ ସିଂହ, ସନ୍ଦୀପ ସିଂହ, ବରୁନ କୁମାର, ହରମନପ୍ରୀତ ସିଂହ, ଗୁରିନ୍ଦର ସିଂହ, କୋଥାଜିତ ସିଂହ, ଜର୍ମନପ୍ରୀତ ସିଂହ, ଚିଙ୍ଗଲେନସନା ସିଂହ କାଙ୍ଗୁଜାମ, ସିମରନଜୀତ ସିଂହ, ହାର୍ଦିକ ସିଂହ, ଏସ୍‌ଭି ସୁନୀଲ, ଗୁରଜାଣ୍ଟ୍‌ ସିଂହ, ଦିଲପ୍ରୀତ ସିଂହ, ପ୍ରଦୀପ ସିଂହ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe