କୋହଲି ବାହିନୀକୁ ନେଇ ବ୍ୟାପକ ଚର୍ଚା

Advertisment
କୋହଲି ବାହିନୀକୁ ନେଇ ବ୍ୟାପକ ଚର୍ଚା

ସିଡନି: ଡିସେମ୍ବର ୬ ତାରିଖରୁ ଆରମ୍ଭ ହେଉଥିବା ଭାରତ-ଅଷ୍ଟ୍ରେଲିଆ ଟେଷ୍ଟ ଶୃଙ୍ଖଳା ଉପରେ ଏବେ ସମସ୍ତଙ୍କ ନଜର। କଙ୍ଗାରୁ ଗଡ଼ରେ ଶୃଙ୍ଖଳା ଜିତିବା ପାଇଁ କୋହଲି ବାହିନୀ ପାଖରେ ଏଥର ସୁବର୍ଣ୍ଣ ସୁଯୋଗ ରହିଛି ବୋଲି ସାଧାରଣରେ ମତ ପ୍ରକାଶ ପାଇଛି। ଅଷ୍ଟ୍ରେଲିଆର କ୍ରିକେଟ୍ କିମ୍ବଦନ୍ତୀମାନେ କିନ୍ତୁ ଭାରତୀୟ କ୍ରିକେଟ୍ ଦଳ ଉପରେ ମନସ୍ତାତ୍ବିକ ଚାପ ସୃଷ୍ଟି କରିବା ଆରମ୍ଭ କରି ଦେଇଛନ୍ତି। କୋହଲିଙ୍କ ପ୍ରତି ଥିବା ସମ୍ମାନ ପାଇଁ ଅବଶ୍ୟ ସେମାନେ ସତର୍କତାର ସହ ନିଜ ନିଜର ମନ୍ତବ୍ୟ ରଖୁଛନ୍ତି। କହିବାକୁ ଗଲେ ଅଷ୍ଟ୍ରେଲିଆ କ୍ରିକେଟ୍ ଦୁନିଆରେ ଏବେ କୋହଲି ଏବଂ ତାଙ୍କ ଧୁରନ୍ଧରମାନେ ମୁଖ୍ୟ ଚର୍ଚାର ବିଷୟ ହୋଇଛନ୍ତି। ଅଷ୍ଟ୍ରେଲିଆର କିଛି ପୂର୍ବତନ ଖେଳାଳି ଭାରତ ଶୃଙ୍ଖଳା ଜିତିବାର ସର୍ବାଧିକ ସମ୍ଭାବନା ଥିବା କହୁଥିଲା ବେଳେ ଆଉ କେତେକ ଏଥିନେଇ ସଂଶୟ ପ୍ରକାଶ କରିଛନ୍ତି। ହେଲେ ସମସ୍ତେ ଏକମତରେ ବିରାଟ କୋହଲିଙ୍କ ଗୁଣଗାନ କରୁଛନ୍ତି। ଇଂଲଣ୍ଡର ଖେଳାଳିମାନେ ମଧ୍ୟ ଏହି ଚର୍ଚାରେ ଶୁକ୍ରବାର ଝାସ ଦେଇଛନ୍ତି।

ବିରାଟ କୋହଲି ମୋନାଲିସା ଭଳି ନିସ୍କଳଙ୍କ ଓ ନିଖୁଣ, ଭାରତ ଯଦି ଏଥର ଜିତିବନି, ତେବେ ଅଷ୍ଟ୍ରେଲିଆରେ କେବେବି ଶୃଙ୍ଖଳା ବିଜୟୀ ହୋଇ ପାରିବନି
ଡିନ୍ ଜୋନ୍ସ, ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର
ବିରାଟ କୋହଲିଙ୍କ ଭଲ ପାଇବା ଟେଷ୍ଟ କ୍ରିକେଟ୍‌କୁ ଜୀବିତ ରଖି ପାରିବ
ଡେଭିଡ୍ ଗାୱାର, ପୂର୍ବତନ ଇଂଲଣ୍ଡ କ୍ରିକେଟର
କୋହଲି ଜଣେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ୍, ତାଙ୍କୁ ଦୟା ଦେଖାଇବାର କୌଣସି କାରଣ ନାହିଁ
କିମ୍ ହ୍ୟୁଗ୍ସ, ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ
ମୁଁ ଅଷ୍ଟ୍ରେଲିଆକୁ ଭାରତ ଉପରେ ରଖିବି। କିନ୍ତୁ ଏହାର କାରଣ ମୋତେ ପଚାରନାହିଁ
ଇଆନ ଚାପେଲ, ପୂର୍ବତନ ଅଷ୍ଟ୍ରେଲୀୟ ଅଧିନାୟକ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe