ଦଶମ ଥର ସେମିରେ ‌ଜୋକୋଭିକ

Advertisment
ଶୀର୍ଷରେ ବର୍ଷ ଶେଷ: ସାମ୍ପ୍ରାସ୍‌ଙ୍କ କୀର୍ତ୍ତିମାନର ସମକକ୍ଷ ହେଲେ ଜୋକୋଭିକ୍‌

Sports Illustrated

ପ୍ୟାରିସ: ବିଶ୍ବର ଏକ ନମ୍ବର ଟେନିସ ତାରକା ନୋଭାକ ଜୋକୋଭିକ ଦଶମ ଥର ଲାଗି ଫ୍ରେଞ୍ଚ ଓପନ ସେମିଫାଇନାଲ୍‌‌ରେ ପହଞ୍ଚିଛନ୍ତି। ବୁଧବାର ମଧ୍ୟରାତ୍ରରେ ଖେଳାଯାଇଥିବା କ୍ବାର୍ଟର ଫାଇନାଲ୍‌ରେ ଏହି ସର୍ବିଆ ତାରକା ୪-୬, ୬-୨, ୬-୩, ୬-୪ ସେଟ୍‌‌ରେ ସ୍ପେନ୍‌ର ପାବ୍‌ଲୋ କାରିନୋ ବୁସ୍ତାଙ୍କୁ ପରାସ୍ତ କରିଥିଲେ। ସେମିଫାଇନାଲ୍‌ରେ ସେ ଗ୍ରିକ୍‌ର ଷ୍ଟିଫାନୋ ସିସିପାସଙ୍କୁ ଭେଟିବେ। ଅଷ୍ଟାଦଶ ମାନ୍ୟତାପ୍ରାପ୍ତ ବୁସ୍ତାଙ୍କ ବିପକ୍ଷରେ ଖେଳୁଥିଲା ବେଳେ ପ୍ରଥମ ସେଟ୍‌ରେ ଜୋକୋଭିକ ଆହତ ହୋଇଥିବା ସୂଚନା ମିଳୁଛି। ଫଳରେ ଜୋକୋଭିକ ଚଳିତ ବର୍ଷ ଆଉ ଏକ ଗ୍ରାଣ୍ଡ ସ୍ଲାମ୍‌ରୁ ଅଧାରୁ ବାଦ୍‌ ପଡ଼ିବାର ଆଶଙ୍କା ବି ରହିଛି। ୟୁଏସ୍‌ ଓପନ୍‌ରେ ଲାଇନ୍‌ ଜଜ୍‌ଙ୍କୁ ବଲ୍‌ ମାରିବା ଅଭିଯୋଗରେ ‌ସେ ବାସନ୍ଦ ହୋଇଥିଲା। ଫଳରେ ପ୍ରତିଯୋଗିତାରୁ ବାଦ୍‌ ପଡ଼ିଥିଲେ। ପ୍ୟାରିସରେ କିନ୍ତୁ ଏଭଳି ହୋଇନାହିଁ। କିନ୍ତୁ ବୁଧବାର କ୍ବାର୍ଟର୍‌ ଫାଇନାଲ୍‌ ଖେଳୁଥିବା ବେଳେ ତାଙ୍କ ବେକରେ ଯନ୍ତ୍ରଣା ଅନୁଭବ କରିଥି‌ଲେ ଏବଂ ପ୍ରଥମ ସେଟ୍‌ ହାରି ଯାଇଥିଲେ। ଏହାପରେ ସେ ତାଙ୍କ ପ୍ରଶିକ୍ଷକଙ୍କୁ ଡାକିଥିଲେ। ଆଶୁ ଚିକିତ୍ସା ପରେ ପୁଣି ଖେଳିଥିଲେ। ହେଲେ ଆହତ ସମସ୍ୟା ଗୁରୁତର କି ନାହିଁ ତାହା ଏବେ ଜଣାପଡ଼ିନି। ସୂଚନାଯୋଗ୍ୟ ଯେ ୩୩ ବର୍ଷୀୟ ଜୋକୋଭିକ ୧୭ ଗ୍ରାଣ୍ଡ ସ୍ଲାମ୍‌ ଏକକ ଟ୍ରଫି ଜିତିଥିଲେ ମଧ୍ୟ ରୋଲାଣ୍ଡ ଗ୍ୟାରୋସରେ ମାତ୍ର ଥରେ (୨୦୧୬ରେ) ବିଜେତା ହେବାର ଗୌରବ ପାଇଥି‌‌ଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe